ନୀରବତା ଭାଙ୍ଗିଲେ ଭୁବି: କହିଲେ ଟିମରେ ସ୍ଥାନ ମିଳୁ କି ନମିଳୁ ମୁଁ ତିନୋଟି ଫର୍ମାଟରେ ଖେଳିବାକୁ ଇଚ୍ଛୁକ

Published By : Prameya-News7 Bureau | May 16, 2021 IST

ନୂଆଦିଲ୍ଲୀ ୧୬/୫: ଶେଷରେ ଦୀର୍ଘଦିନ ପରେ ନିଜର ନୀରବତା ଭାଙ୍ଗିଛନ୍ତି ଭାରତୀୟ ଦଳର ପାଷ୍ଟ ବୋଲର ଭୂବନେଶ୍ୱର କୁମାର । ସେ କହିଛନ୍ତି ଟିମରେ ମୋତେ ସ୍ଥାନ ମିଳୁ କି ନମିଳୁ, କିନ୍ତୁ ତିନୋଟି ଯାକ ଫର୍ମାଟରେ ଖେଳିବାକୁ ଚାହେଁ । ଇଂଲଣ୍ଡ ଗସ୍ତ ପାଇଁ ମନୋନୀତ ହୋଇଥିବା ଭାରତୀୟ ଦଳରେ ଭୂବିଙ୍କୁ ବାଦ୍ ଦିଆଯିବା ବିଭିନ୍ନ ଗଣମାଧ୍ୟମରେ ହୋଇଥିଲା ତର୍କ ବିତର୍କ । ଏପରିକି କୁହାଯାଇଥିଲା କି ଭୂବନେଶ୍ୱର କୁମାର ଆଉ ଟେଷ୍ଟ କ୍ରିକେଟ ଖେଳିବେନି ।

୩୧ ବର୍ଷୀୟ ଭୁବନେଶ୍ୱର ଏ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି । ଟ୍ୱିଟ କରି ସେ କହିଛନ୍ତି ମୁଁ ଏସବୁ ସପଷ୍ଟ କରିଦେବାକୁ ଚାହେଁ କି ମୁଁ ଏବେ ତିନୋଟି ଯାକ ଫର୍ମାଟରେ ଖେଳିବି । ଆଗକୁ ମଧ୍ୟ ଖେଳ ଜାରି ରଖିବି । ଏବେ ମୋର ଖେଳ ଛାଡିବାର କୌଣସି ଯୋଜନା ନାହିଁ ।

wp:html /wp:html

୨୦୧୩ ରେ ଭାରତ ପାଇଁ ଡେବ୍ୟୁ କରିବା ପରେ ଭୁବନେଶ୍ୱର କ୍ରମାଗତ ଭାବେ ଆଘାତ ଜନିତ ସମସ୍ୟା ସହ ସଂଗ୍ରାମ କରିଆସୁଛନ୍ତି । ଏପର୍ଯ୍ୟନ୍ତ ସେ କେବଳ ୨୧ ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଏହି ସମୟ ମଧ୍ୟରେ ସେ ହାରାହାରି ୨୬.୧ ୱିକେଟ୍ ନେଇଛନ୍ତି । ଗତବର୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ସମୟରେ ଆଘାତ ହେତୁ ସେ ଅଷ୍ଟ୍ରେଲିଆ ଗସ୍ତ କରିନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.