Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଟେଷ୍ଟ କ୍ରିକେଟ୍ ଖେଳିବାକୁ ଚାହୁଁ ନାହାନ୍ତି ଭୁବନେଶ୍ଵର କୁମାର ! ଗଣମାଧ୍ୟମ ରିପୋର୍ଟ ଉପରେ ଏମିତି ଜବାବ ଦେଲେ ଦ୍ରୁତ ବୋଲର

15/05/2021 at 8:26 PM

ନୂଆଦିଲ୍ଲୀ ୧୫।୦୫: ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ଭୁବନେଶ୍ଵର କୁମାରଙ୍କୁ ଇଂଲଣ୍ଡ ଗସ୍ତ ପାଇଁ ଚୟନ ନକରାଯିବା ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଏହା ମଧ୍ୟରେ ଭୁବନେଶ୍ଵର କୁମାର ସେହି ଗଣମାଧ୍ୟମ ଖବରକୁ ଭୁଲ୍ କହିଛନ୍ତି, ଯେଉଁଥିରେ ପ୍ରକାଶ ପାଇଥିଲା ଯେ ସେ ଟେଷ୍ଟ କ୍ରିକେଟ୍ ଖେଳିବାକୁ ଚାହୁଁ ନାହାନ୍ତି। ଭୁବନେଶ୍ଵର କୁମାର ଟ୍ଵିଟ୍ କରି ଏହି ଖବରକୁ ଭିତ୍ତିହୀନ ଦର୍ଶାଇ କହିଛନ୍ତି, ଭାରତ ପକ୍ଷରୁ ସେ ତିନୋଟି ଫର୍ମାଟ୍‌ରେ ଖେଳିବାକୁ ପ୍ରସ୍ତୁତ।

ଭୁବନେଶ୍ଵର କୁମାର ଲେଖିଛନ୍ତି, ମୋ ବିଷୟରେ ଅନେକ ଖବର ପ୍ରକାଶ ପାଇଛି ଯେ ମୁଁ ଟେଷ୍ଟ କ୍ରିକେଟ୍ ଖେଳିବାକୁ ଚାହୁଁନାହିଁ। ମୁଁ ସ୍ପଷ୍ଟ କରି ଦେବାକୁ ଚାହୁଁଛି ଯେ, ମୁଁ ଭାରତୀୟ ଦଳ ପାଇଁ ତିନୋଟି ଫର୍ମାଟ୍‌ରେ ଖେଳିବାକୁ ସର୍ବଦା ଏବଂ ସେଥିପାଇଁ ନିଜର ଚୟନ ପାଇଁ ସର୍ବଦା ପ୍ରସ୍ତୁତ ହୋଇ ରହିଛି। ମୋର ପରାମର୍ଶ ଯେ, ସୂତ୍ରକୁ ଆଧାର କରି ନିଜର ଧାରଣା ଦିଅନ୍ତୁ ନାହିଁ।

ଇଂଲଣ୍ଡ ଗସ୍ତ ପାଇଁ ଭୁବନେଶ୍ଵର କୁମାରଙ୍କୁ ଭାରତୀୟ ଦଳରେ ଚୟନ କରାଯାଇ ନାହିଁ। ଭାରତ ଇଂଲଣ୍ଡ ଗସ୍ତରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ୍ ମ୍ୟାଚ୍ ଖେଳିବ। ଏହା ପରେ ଆୟୋଜକ ଦଳ ବିରୋଧରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଭୁବନେଶ୍ଵର କୁମାର ନିଜର ଧ୍ୟାନ ଟେଷ୍ଟ କ୍ରିକେଟ୍‌ରୁ ହଟାଇ ସୀମିତ ଓଭର କ୍ରିକେଟ୍ ଉପରେ ଲଗାଇବାକୁ ଚାହାନ୍ତି। ତାଙ୍କୁ ଯେତେ ଲୋକ ନିକଟରୁ ଦେଖିଛନ୍ତି, ସେମାନେ  ଜାଣିଛନ୍ତି ଯେ, ଗତ କିଛି ସମୟ ହେବ ଭୁବନେଶ୍ଵର କୁମାରଙ୍କ ଅଭ୍ୟାସ୍‌ରେ ବହୁତ ପରିବର୍ତ୍ତନ ଆସିଛି।

ସୂଚନାଯୋଗ୍ୟ, ଭୁବନେଶ୍ଵର କୁମାର ଶେଷ ଥର ୨୦୧୮ରେ ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଭୁବନେଶ୍ଵରଙ୍କୁ ଆଇପିଏଲ୍‌ର ଗତ ସଂସ୍କରଣରେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ଆଘାତ ଲାଗିଥିଲା। ଏହି କାରଣରୁ ସେ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ପଡିଥିଲେ। ଭୁବନେଶ୍ଵର ୨୦୧୩ରେ ଟେଷ୍ଟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ। ସେ ୨୧ଟି ଟେଷ୍ଟ ଖେଳି ୨୬.୦୯ ହାରରେ ୬୩ ଓ୍ଵିକେଟ୍ ନେଇଛନ୍ତି।

   Related Posts