Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଏହି ଖେଳାଳି ହୋଇ ପାରନ୍ତି ଭାରତୀୟ ଦଳର ଅଧିନାୟକ, ଶ୍ରୀଲଙ୍କା ଗସ୍ତରେ ସମ୍ଭାଳିବେ ଦଳର ମଙ୍ଗ

11/05/2021 at 7:02 PM

ନୂଆଦିଲ୍ଲୀ ୧୧।୦୫: ଭାରତୀୟ କ୍ରିକେଟ୍ ଦଳ ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତରେ ଯାଇ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ମୁକାବିଲା ଖେଳିବ। ଏହି ଗସ୍ତରେ ଭାରତୀୟ ଦଳର ଦ୍ଵିତୀୟ ଧାଡିର ଖେଳାଳିଙ୍କୁ ସାମିଲ କରାଯିବ। ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମରା ସମେତ ଅନେକ ଖେଳାଳି ସେହି ସମୟରେ ଇଂଲଣ୍ଡ ଗସ୍ତରେ ଥିବେ। ଏଥିପାଇଁ ବିସିସିଆଇ ନିଜର ଦ୍ଵିତୀୟ ଦଳକୁ ଶ୍ରୀଲଙ୍କା ଗସ୍ତରେ ପଠାଇବ। ଏବେ ପ୍ରଶ୍ନ ଉଠୁଛି ଏହି ଗସ୍ତରେ ଭାରତୀୟ ଦଳର ନେତୃତ୍ଵଭାର କିଏ ସମ୍ଭାଳିବ ? ଭାରତୀୟ ଦଳର ପୂର୍ବତନ ଓ୍ଵିକେଟ୍ କିପର ଦୀପଦାସ ଗୁପ୍ତାଙ୍କ ମତରେ ଅଧିନାୟକ ପାଇଁ ଶିଖର ଧାଓ୍ଵନ ଦୌଡରେ ଅଛନ୍ତି। କିନ୍ତୁ ଦୀପ ଦାସଗୁପ୍ତାଙ୍କ ମତରେ ଅଧିନାୟକ ଦୌଡରେ ଭୁବନେଶ୍ଵର କୁମାରଙ୍କୁ ଆଗରେ ରଖିଛନ୍ତି।

ଦୀପ ଦାସଗୁପ୍ତା ଏକ ସାକ୍ଷାତକାରରେ କହିଛନ୍ତି, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଶିଖର ଧାଓ୍ଵନ ଦଳର ସବୁଠୁ ବରିଷ୍ଠ ଖେଳାଳି। ଏଥିପାଇଁ ତାଙ୍କୁ ଦଳର ନେତୃତ୍ଵ ନେବା ଉଚିତ୍। କିନ୍ତୁ ସେ ଏହା ମଧ୍ୟ କହିଛନ୍ତି, ଯଦି ଭୁବନେଶ୍ଵର କୁମାର ଫିଟ୍ ତେବେ ସେ ମଧ୍ୟ ଦଳର ଅଧିନାୟକ ପଦ ସମ୍ଭାଳିବାକୁ ସକ୍ଷମ ଖେଳାଳି।

ସ୍ପୋର୍ଟ୍ସ ଟୁଡେ ସହ ଆଲୋଚନାରେ ଦୀପ ଦାସଗୁପ୍ତା କହିଛନ୍ତି, କେଏଲ ରାହୁଲ ମଧ୍ୟ ଶ୍ରୀଲଙ୍କା ଗସ୍ତରେ ଯିବେ ନାହିଁ। ଏମିତି ସ୍ଥିତିରେ ଶିଖର ଧାଓ୍ଵନ ଓ ଭୁବନେଶ୍ଵର କୁମାରଙ୍କ ମଧ୍ୟରୁ ଜଣଙ୍କୁ ଅଧିନାୟକଭାର ସମ୍ଭାଳିବାକୁ ପଡିବ। ଭୁବନେଶ୍ଵର କୁମାର ମଧ୍ୟ ଅଭିଜ୍ଞ ଖେଳାଳି। ସେ ମଧ୍ୟ ଅଧିନାୟକ ଦାୟିତ୍ଵ ନେବାକୁ ସମର୍ଥ।

ଇଂଲଣ୍ଡ ଗସ୍ତରୁ ଭୁବନେଶ୍ଵର କୁମାର ବାଦ୍ ପଡିବା ପ୍ରସଙ୍ଗରେ ସେ କହିଛନ୍ତି, ମୁଁ କଦାପି ଏଥିରେ ଆଶ୍ଚର୍ଯ୍ୟଚକିତ ନୁହେଁ। ଭାରତୀୟ ଦଳ ପାଖରେ ପୂର୍ବରୁ ହିଁ ୬ ବୋଲର ଅଛନ୍ତି। ଏହା ମଧ୍ୟ ସତ ଯେ, ଭୁବନେଶ୍ଵର କୁମାର ଇଂଲଣ୍ଡ ପରିବେଶରେ ଘାତକ ବୋଲର ସାବ୍ୟସ୍ତ ହୋଇ ପାରିଥାନ୍ତେ। ମାତ୍ର ସେ ଦୁଇରୁ ଅଢେଇ ବର୍ଷ ହେବ ଟେଷ୍ଟ କ୍ରିକେଟ୍ ଖେଳି ନାହାନ୍ତି। ଏହା ବାଦ୍ ଆହତସମସ୍ୟା ଦେଇ ଗତି କରୁଛନ୍ତି। ଆମେ ମଧ୍ୟ ଜାଣିନାହୁଁ ଯେ, ତାଙ୍କ ଶରୀର ଟେଷ୍ଟ କ୍ରିକେଟ୍‌ର  ବୋଝକୁ ଉଠାଇ ପାରିବ କି ନାହିଁ। ବୋଧହୁଏ ଏଥିପାଇଁ ଭାରତୀୟ ଦଳ ରିକ୍ସ ଉଠାଇ ନାହିଁ ସେ କହିଛନ୍ତି।

   Related Posts