୨୦୨୦ରେ ବଦଳିବ ଭୁଟ୍ଟାନର ପର୍ଯ୍ୟଟନ ନୀତି, ବିଦେଶୀଙ୍କ ଭଳି ଟ୍ରିଟ୍ ପାଇବେ ଆଞ୍ଚଳିକ ପର୍ଯ୍ୟଟକ

Published By : Prameya-News7 Bureau | December 23, 2019 IST

ସିଲିଗୁଡି ୨୩।୧୨: ପର୍ଯ୍ୟଟନ ନୀତିରେ ପରିବର୍ତ୍ତନ କରିଛି ପଡୋଶୀ ଭୁଟ୍ଟାନ । ଫଳରେ ଆଉ ଆଗଭଳି ଭାରତୀୟ ପର୍ଯ୍ୟଟକମାନେ ଅବାଧରେ ବୁଲାବୁଲି ଲାଗି ଭୁଟ୍ଟାନ ଯାଇ ଆସିପାରିବେନି। ହିମାଲୟନ କିଙ୍ଗଡମ ଏବେ କ୍ଷେତ୍ରୀୟ ପର୍ଯ୍ୟଟକଙ୍କ ଲାଗି ନୂଆ ପ୍ୟାକେଜ୍ ଲାଗୁ କରିବାକୁ ଯାଉଛନ୍ତି। ଯାହା ଆଗାମୀ ବର୍ଷରୁ ଲାଗୁ ହେବ। ଏହି ନୂଆ ପର୍ଯ୍ୟଟନ ପ୍ୟାକେଜ୍ ଲାଗୁ ହେଲେ ପ୍ରତି ପର୍ଯ୍ୟଟକ ପିଛା ଦୈନିକ ୨୫୦ ଡଲାର ଅର୍ଥା ୧୭ ହଜାର ୭ଶହ ଟଙ୍କା ଖର୍ଚ୍ଚ ଆସିବ।

{"id":201474,"width":579,"height":434,"sizeSlug":"large"}

ଭୁଟ୍ଟାନ ସରକାରଙ୍କର ଏହି ନୂଆ ପର୍ଯ୍ୟଟନ ପ୍ୟାକେଜ୍ କେବଳ ଭାରତ, ବାଂଲାଦେଶ ଓ ମାଲଦପୀ ଆଦି ଦେଶର ପର୍ଯ୍ୟଟକଙ୍କ ଲାଗି ଲାଗୁ ହେବ। ତେବେ ଅନ୍ୟଦେଶର ପର୍ଯ୍ୟଟକଙ୍କା ଲାଗି ଏହି ଦର ଆଗରୁ ଲାଗୁଥିଲା। ଏହି ପ୍ୟାକଜ୍‌ର କେବଳ ୬୫ ଡଲାର ସରକାର ବିକାସ ଶୁଳ୍କ ଭାବେ ନେଉଥିବା ବେଳେ ବାକି ଅର୍ଥରେ ଭିସା, ୩ ଷ୍ଟାର ହୋଟେଲ ରହଣୀ, ଗାଇଡ ଓ ପରିବହନ ସେବା ସମେତ ପର୍ଯ୍ୟଟକଙ୍କ ଖାଇବା ବାବଦ ଖର୍ଚ୍ଚ ବୋଲି ଜଣାପଡିଛି।

{"id":201477,"sizeSlug":"large"}

ତେବେ ଭାରତୀୟ ଟୁର ଅପରେଟରମାନେ ଭୁଟ୍ଟାନ ସରକାରଙ୍କ ନୂଆ ପର୍ଯ୍ୟଟନ ନୀତିକୁ ନେଇ ଚିନ୍ତାରେ ପଡିଯାଇଛନ୍ତି। କାରଣ ଭାରତୀୟ ପର୍ଯ୍ୟଟକମାନେ ଭୁଟ୍ଟାନ ଭଳି ଦେଶରେ ଦିନକ ଲାଗି କେବେ ହେଲେ ଏତେ ଅର୍ଥ ବ୍ୟୟ କରିବେ ନାହିଁ।  ତେବେ ଭୁଟ୍ଟାନ ସରକାର ଏବେ ଅସୁଲ କରୁଥିବା ଶୁଳ୍କ ମଧ୍ୟ କିଛି କମ୍‌ ନୁହେଁ।

{"id":201478,"sizeSlug":"large"}

ଭୁଟ୍ଟାନରେ ଏବେ ଆଞ୍ଚଳିକ ପର୍ଯ୍ୟଟକଙ୍କ ଲାଗି ପ୍ରତି ସ୍ଥାନ ପରିଦର୍ଶ ଲାଗି ୫୦ରୁ ୫ଶହ ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ନୂତନ ନିୟମରେ ୫ ସଦସୀୟ ଏକ ପରିବାର ଲାଗି ଭୁଟ୍ଟାନରେ ଦିନକ ଖର୍ଚ୍ଚ ପ୍ରାୟ ୨୩ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ପଡିବ।  ଭୁଟ୍ଟାନ ପର୍ଯ୍ୟଟନର ମୂଳ ଉତ୍ସ ହେଉଛନ୍ତି ଭାରତୀୟ ପର୍ଯ୍ୟଟକ।  ବାର୍ଷିକ ଯେତିକି ପର୍ଯ୍ୟଟକ ଭ୍ରମଣଲାଗି ଭୁଟ୍ଟାନ ଆସନ୍ତି ସେମାନଙ୍କ ମଧ୍ୟରୁ ୬୫ରୁ ୭୦ ପ୍ରତିଶତ କେବଳ ଭାରତୀୟ । ତେବେ ନୂତନ ପର୍ଯ୍ୟଟନ ନୀତି ଏବେ ଦେଶର ପର୍ଯ୍ୟଟନ ଶିଳ୍ପକୁ ପ୍ରଭାବିତ କରିପାରେ ବୋଲି ଭାରତୀୟ ଓ ଭୁଟ୍ଟାନ ଟୁର ଅପରେଟରମାନେ ଆଶଙ୍କା କରୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.