ଭୁଟ୍ଟାନବାସୀଙ୍କ ବିଶ୍ୱାସ, କରୋନାରୁ ସରକାର ନୁହେଁ ଭଗବାନ ବୁଦ୍ଧ ରକ୍ଷା କରିଛନ୍ତି

Published By : Prameya-News7 Bureau | May 12, 2020 IST

ଥିମ୍ପୁ ୧୨/୦୫ : କରୋନା ଭାଇରସ ସାରା ବିଶ୍ୱରେ କବଳିତ କରିଥିବାବେଳେ ଏମିତି ଏକା ଦେଶ ଅଛି ଯେଉଁଠାରେ ଏହି ମହାମାରୀ ତାର କାୟା ବିସ୍ତାର କରିପାରିନାହିଁ | ଅନେକ ଦେଶ ଏହି ଭୟଙ୍କର ମହାମାରୀରେ ପ୍ରଭାବିତ ହୋଇଥିବାବେଳେ ଭୁଟାନ ଭଳି ଛୋଟ ଦେଶ କରୋନାରୁ ରକ୍ଷା ପାଇଯାଇଛି | ଦେଶରେ କେବଳ ୯ଜଣ ହିଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି | ଏପର୍ଯ୍ୟନ୍ତ ଭୁଟ୍ଟାନରେ କରୋନା ଯୋଗୁଁ କାହାର ମୃତ୍ୟୁ ହୋଇନାହିଁ | ସେଥିପାଇଁ ଭୁଟ୍ଟାନ ସରକାରଙ୍କୁ ପ୍ରଶଂସା କରାଯାଇଛି | କିନ୍ତୁ ଦେଶବାସୀଙ୍କ ଧାରଣା ତାଙ୍କୁ ସରକାର ନୁହେଁ ବରଂ ଭଗବାନ ବୁଦ୍ଧ ରକ୍ଷା କରିଛନ୍ତି |

ସୂଚନାଯୋଗ୍ୟ ଯେ, କରୋନାରୁ ରକ୍ଷା ପାଇବା ପାଇଁ ଭୁଟ୍ଟାନରେ ଲଗାତାର ପ୍ରାର୍ଥନା ସଭା ଚାଲିଥିଲା | ଲୋକଙ୍କ ବିଶ୍ୱାସ ସରକାର ପ୍ରୟାସ ସହ ଭଗବାନ ବୁଦ୍ଧଙ୍କ କୃପା ମଧ୍ୟ ରହିଛି |ଲୋକଙ୍କ ଧାର୍ମିକ ଭାବନା ଛଡା ଭୁଟ୍ଟାନ ସରକାର ମଧ୍ୟ ପ୍ରସଂଶନୀୟ ପଦକ୍ଷେପ ନେଇଛନ୍ତି | ଯଦି ସରକାର ଦୃଢ ପଦକ୍ଷେପ ନେଇନଥାନ୍ତେ ତାହେଲେ ସାଢେ ସତ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶରେ କରୋନା ପ୍ରଳୟ ସୃଷ୍ଟି କରିଥାନ୍ତା |  

ମାର୍ଚ୍ଚ ୬ ତାରିଖରେ ଭୁଟ୍ଟାନରେ ପ୍ରଥମ କରୋନା ମାମଲା ସାମ୍ନାକୁ ଆସିଥିଲା | ଜଣେ ୭୬ ବର୍ଷ ବୟସ୍କ ଆମେରିକୀୟ ପର୍ଯ୍ୟଟକ କରୋନା ପଜିଟିଭ ଥିଲେ | ଆଶ୍ଚର୍ଯ୍ୟର କଥା ଯେଉଁ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ସେଠାରେ ରାଜପରିବାରର ଜଣେ ସଦସ୍ୟଙ୍କୁ ପରୀକ୍ଷା କରାଯାଇଥିଲା | ସେତେବେଳେ ଦେଶରେ ମହାମାରୀ ବ୍ୟାପକ ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରାଯାଇଥିଲା | ଦୁନିଆର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦୁଇଟି ଦେଶ ଚୀନ ଓ ଭାରତ ମଝିରେ ରହିଛି ଭୁଟ୍ଟାନ | ଭାରତ ସହ ଭୁଟ୍ଟାନ ସୀମା ଖୋଲା ରହିଥାଏ | ଅପରପକ୍ଷରେ ଚୀନବାସୀ ମଧ୍ୟ ପର୍ଯ୍ୟଟନ ସ୍ଥଳୀ ଭାବେ ଭୁଟ୍ଟାନକୁ ବହୁତ ପସନ୍ଦ କରିଥାନ୍ତି | ବର୍ଷର ୧୨ ମାସ ଚୀନବାସୀ ଭୁଟ୍ଟାନକୁ ବୁଲିବାକୁ ଆସିଥାନ୍ତି | 

{"id":268618,"width":575,"height":365,"sizeSlug":"large"}

ଯେତେବେଳେ କରୋନା ସାରା ଦୁନିଆରେ କାୟା ବିସ୍ତାର କରିବାରେ ଲାଗିଥିଲା ସେତେବେଳେ ଅନ୍ୟ ଦେଶରେ ପଢ଼ୁଥିବା ଛାତ୍ରଛାତ୍ରୀ ନିଜ ଦେଶକୁ ଫେରିଥିଲେ | ଅର୍ଥାତ ଦେଶ ଭିତରେ ସଂକ୍ରମଣର ପୁରା ସମ୍ଭାବନା ଥିଲା | ଭୁଟ୍ଟାନରେ ଅଧିକ ଡାକ୍ତର ମଧ୍ୟ ନାହାନ୍ତି | ସାଢେ ସତ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶରେ ପାଖାପାଖି ୩୦୦ ଡାକ୍ତର ଅଛନ୍ତି | ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଜଣେ ହିଁ ଆଇସିୟୁ ଏକ୍ସପର୍ଟ ଅଛନ୍ତି | ସେ ହୃଦୟ ରୋଗ ବିଶେଷଜ୍ଞ | ଲ୍ୟାବ ଏକ୍ସପର୍ଟ ମଧ୍ୟ ବହୁତ କମ ଅଛନ୍ତି | ଏପଟେ ପର୍ଯ୍ୟାପ୍ତ ପରିମାଣର ପିପିଇ କିଟ ମଧ୍ୟ ଉପଲବ୍ଧ ନୁହେଁ |

ଭୁଟ୍ଟାନ ଏକା ପ୍ରାକୃତିକ ସୌନ୍ଦର୍ଯ୍ୟ ବିଶିଷ୍ଟ ଦେଶ | ଏହାର ୨୦ ପ୍ରତିଶତ ଜନତା ୩ କ୍ଲଷ୍ଟରରେ ବାସ କରନ୍ତି | ରାଜଧାନୀ ଥିମ୍ପୁ ମଧ୍ୟ ଏଥିରେ ସାମିଲ | କରୋନା ଯୁଦ୍ଧରେ ଭୁଟ୍ଟାନବାସୀ ସାଧାରଣତଃ ବିଦେଶ ଉପରେ ନିର୍ଭରଶୀଳ ଥିଲେ | କିନ୍ତୁ ଦେଶର ୟୁନିଭର୍ସାଲ ହେଲ୍ଥ କେୟାର ସ୍କିମ ଲୋକଙ୍କୁ ଆଶ୍ୱାସନା ଦେଇଥିଲା | ଏହି ସ୍କିମ ଅନୁସାରେ ଦେଶର ପ୍ରତ୍ୟେକ ନାଗରିକ ଫ୍ରିରେ ନିଜର ଚିକିତ୍ସା କରାଇପାରିବେ |

ପ୍ରଥମ ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ କଣ୍ଟ୍ରାକ୍ଟ ଟ୍ରାସିଙ୍ଗ କରାଯାଇଥିଲା | ଯେଉଁମାନଙ୍କ ଭିତରେ କରୋନା ଲକ୍ଷଣ ଦେଖାଦେଇଥିଲା ସେମାନଙ୍କୁ ତୁରନ୍ତ ଯାଞ୍ଚ କରାଯାଇଥିଲା | ରାଷ୍ଟ୍ରୀୟ ସ୍ଥରରେ ଏକ ଯୋଜନା ପ୍ରସ୍ତୁତ କରାଗଲା ଏବଂ ଏଥିପାଇଁ ଗୋଟିଏ କମିଟି ଗଠନ କରାଗଲା | କରୋନା ସମ୍ବନ୍ଧରେ ଦେଶବାସୀଙ୍କୁ ଲଗାତାର ସୂଚନା ଦିଆଯାଉଥିଲା |   

{"id":268619,"width":585,"height":328,"sizeSlug":"large"}

ସାରା ଦେଶରେ ୧୨୦ ଟି କ୍ଵାରେଣ୍ଟିନ କେନ୍ଦ୍ର ତିଆରି କରାଯାଇଛି | ଲକ ଡାଉନ ନିୟମ କଡାକଡି କରାଯାଇଥିଲା | ଅନ୍ୟ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା | ସାମାଜିକ ଦୂରତା ନିୟମ କଡାକଡି ଭାବେ ପାଳନ କରାଯାଇଥିଲା | ଦେଶରେ ଯେତେ ହୋଟେଲ ଥିଲା କରୋନା ଯୁଦ୍ଧ ପାଇଁ ସବୁଠି ଫ୍ରି ସେବା ଆରମ୍ଭ ହୋଇଥିଲା | ସରକାରଙ୍କ ସହ ମିଶି ସେଲ୍ଫ ହେଲ୍ପ ଗ୍ରୁପ ଲୋକଙ୍କୁ ଖାଦ୍ୟ ଯୋଗାଇଲେ | ସରକାରଙ୍କ ଏହିସବୁ ପଦକ୍ଷେପ ଯୋଗୁଁ କରୋନା ବିସ୍ତାର କରିପାରିନଥିଲା | ବ୍ରିଟେନରୁ ଆସିଥିବା କିଛି ଛାତ୍ରଛାତ୍ରୀ ସଂକ୍ରମଣ ଶିକାର ହୋଇଥିଲେ | ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଚାର୍ଟର ବିମାନ ପଠାଯାଇଥିଲା | ଭୁଟ୍ଟାନ ରାଜା ନିଜେ ଦେଶର ସମସ୍ତ ଜିଲ୍ଲା ପରିଦର୍ଶନ କରିଥିଲେ | ଦେଶର ସୀମାରେ ବିଶେଷ ଦୃଷ୍ଟି ଦିଆଯାଇଥିଲା | ସୁରକ୍ଷା ବ୍ୟବସ୍ଥା କଡାକଡି ଥିବା ଯୋଗୁଁ ଭୁଟ୍ଟାନରେ କରୋନା ବିସ୍ତାର କରିଥିଲା ନଥିଲା |

ଭୁଟ୍ଟାନ ଏକ ବୌଦ୍ଧ ଧର୍ମାବଲମ୍ବୀ ଦେଶ | ଭୁଟ୍ଟାନବାସୀଙ୍କ ଅନୁଯାୟୀ, ତାଙ୍କୁ ଈଶ୍ୱରୀୟ କୃପା ମହାମାରୀରୁ ରକ୍ଷା କରିଛି | ତେବେ ସରକାର ମଧ୍ୟ ଜନତାଙ୍କ ପାଇଁ କିଛି କମ କରିନାହାନ୍ତି | ସମାଧାନ ପାଇଁ ସରକାର ସତର୍କତା ପଦକ୍ଷେପ ଅବଲମ୍ବନ କରିଥିଲେ | ଉଭୟ ସରକାର ଓ ରାଜାଙ୍କ ପ୍ରୟାସ ଯୋଗୁଁ ଦେଶ ଆରମ୍ଭରୁ ହିଁ କରୋନା ବିରୋଧରେ ଯୁଦ୍ଧ କରିବା ଆରମ୍ଭ କରିଥିଲା ଯେଉଁଥିପାଇଁ କରୋନା ମହାମାରୀ ବ୍ୟାପି ପାରିନଥିଲା | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.