Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

କ’ଣ ଭୂଟାନ ରୋକିଥିଲା ଭାରତର ପାଣି ? ସାମ୍ନାକୁ ଆସିଲା ସତ

26/06/2020 at 5:32 PM

ନୂଆଦିଲ୍ଲୀ ୨୬।୦୬: ଭୂଟାନ ନେଇ ଖବର ଆସିଥିଲା ଯେ, ଆମର ଏହି ପଡୋଶୀ ଦେଶ ଭାରତ ଗାଁକୁ ପ୍ରବାହିତ ନଦୀର ଜଳ ରୋକି ଦେଇଛି। ଏହି ଗାଁ ଆସାମରେ ଅବସ୍ଥିତ। ମାତ୍ର ଏବେ ଭୂଟାନ ସଫେଇ ଜାରି କରିଛି ଏବଂ ଏମିତି ଖବର ଭୁଲ୍ ବୋଲି କହିଛି। ଆସାମର ମୁଖ୍ୟ ସଚିବ ସଞ୍ଜୟ କୃଷ୍ଣା ମଧ୍ୟ କହିଛନ୍ତି ଯେ, ଭୂଟାନ ପାଣି ରୋକିବା ପରି କିଛି କାମ କରି ନାହିଁ। ଭୂଟାନ ଫଟୋ ମଧ୍ୟ ଜାରି କରିଛି ଏବଂ କହିଛି ଯେ, ଯେଉଁ ଅଳିଆ ଆବର୍ଜନା କାରଣରୁ ପାଣିର ପ୍ରବାହ ଅଟକି ଯାଇଥିଲା, ତାକୁ ସଫା କରାଯାଇଛି।

ସୂଚନାଯୋଗ୍ୟ, ଖବର ଆସିଥିଲା ଯେ, ଭୂଟାନ ଆସାମର ବକ୍ସା ଜିଲ୍ଲାର କୃଷକଙ୍କ ପାଣି ଅଟକାଇ ଦେଇଛି। ଏହାର ପ୍ରତିବାଦରେ ଚାଷୀ ସଡକକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ ମଧ୍ୟ ଆରମ୍ଭ କରି ଦେଇଥିଲେ। ପାଣି ଅଟକାଯିବା ଖବର ଆସିବା ପରେ ଭୂଟାନ ସଫେଇ ଦେଇଛି।

ଭୂଟାନ ବୈଦେଶିକ ମନ୍ତ୍ରଣାଳୟ ସାମାଜିକ ଗଣମାଧ୍ୟମରେ ନିଜର ମତ ରଖି କହିଛି ଯେ, ତାଙ୍କ ଦେଶ ପାଣି ରୋକି ନାହିଁ ଏବଂ ଏମିତି ଖବର ଭୁଲ ଅଟେ। ପାଣିରେ ମାଟି ଏବଂ କାଦୁଅ କାରଣରୁ ଜଳର ପ୍ରବାହ ବାଧାପ୍ରାପ୍ତ ହୋଇଥିଲା। ଏବେ ପାଣିରୁ ଅଳିଆ ଆବର୍ଜନା ହଟାଇ ଦିଆଯାଇଛି। ଏହା ସହିତ ଫଟୋ ମଧ୍ୟ ଜାରି କରିଛି ଭୂଟାନ।

ଦୂର ହେଲା ଭୁଲ ଧାରଣା

ଭୂଟାନ ପକ୍ଷରୁ ପ୍ରତିକ୍ରିୟା ଆସିବା ପରେ ଆସାମର ମୁଖ୍ୟ ସଚିବ ସଞ୍ଜୟ କୃଷ୍ଣା କହିଛନ୍ତି ଯେ, ଭୂଟାନ ପାଣି ରୋକି ନଥିଲା। ମାଟି ଏବଂ ଅଳିଆ ଆବର୍ଜନା କାରଣରୁ ଜଲ ପ୍ରବାହ ବାଧାପ୍ରାପ୍ତ ହୋଇଥିଲା। ଭୂଟାନ ଏହି ବିଷୟରେ ଜାଣିବା ମାତ୍ରେ ପାଣିରେ ଥିବା କାଦୁଅ ଓ ଅଳିଆ ଆବର୍ଜନାକୁ ସଫା କରିଥିଲା ବୋଲି ସଞ୍ଜୟ କୃଷ୍ଣା କହିଛନ୍ତି।

ଆସାମର ବକ୍ସା ଜିଲ୍ଲାର କୃଷକ ୧୯୫୩ ପରଠୁ ନିଜର ଧାନ ଚାଷ ପାଇଁ ଭୂଟାନରୁ ବାହାରିଥିବା ନଦୀର  ଜଳ ବ୍ୟବହାର କରିଥାନ୍ତି।  

   Related Posts