ଭୁଶୁଡ଼ିଲା ସ୍ମାର୍ଟ ପୋଖରୀର ପାଚେରୀ, ନିମ୍ନମାନର କାମ ହୋଇଥିବା ଅଭିଯୋଗ

Published By : Prameya-News7 Bureau | September 14, 2021 IST

ବାଙ୍କି ୧୪।୦୯: ଭୁଶୁଡ଼ିଲା ସ୍ମାର୍ଟ ପୋଖରୀର ନିର୍ମାଣାଧୀନ ପାଚେରୀ । ଅଳ୍ପକେ ବର୍ତିଲେ ଗ୍ରାମଲୋକେ । ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆଣିଲେ ଗାଁଲୋକେ। ଏହାର ଉଚ୍ଚ ସ୍ତରୀୟ ତଦନ୍ତ ସହିତ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ବାଙ୍କୀ ଏନଏସି ଅନ୍ତର୍ଗତ ଚକାପଦା ଗ୍ରାମରେ ଦେଖିବାକୁ ମିଳିଛି ଏପରି ଘଟଣା।

{"id":511158,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଏହି ପୋଖରୀଟି ବାଙ୍କୀ କଟକ ମୁଖ୍ୟ ରାସ୍ତା କଡରେ ରହିଛି । ପୋଖରୀର ଉଭୟ ପଟେ ଗ୍ରାମର ରାସ୍ତା ରହିଛି । ତେବେ ଲଘୁଚାପ ବର୍ଷାରେ ନିର୍ମାଣଧୀନ ଢଳାଇ ୱାଲ ଭୁଶୁଡି ପଡିବା ଯୋଗୁଁ ଏହି ରାସ୍ତା କଡ଼ଦେଇ ବିପଦ ସଂକୁଳ ଅବସ୍ଥାରେ ଯାତାୟାତ କରିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।ସେପଟେ ଭୟଭୀତ ଅବସ୍ଥାରେ ଏବେ ଯାତାୟାତ କରୁଛନ୍ତି ଲୋକେ । ଗୋଟିଏ ପଟେ ଭୁଶୁଡି ପଡିଥିବା ଘଟଣା ମନରୁ ନଲିଭୁଣୁ ଏବେ ପୁଣି ଅନ୍ୟ ପଟ ଭୁଶୁଡି ପଡିଛି । ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ । ସରକାରୀ ଅର୍ଥକୁ କିଭଳି ଢଙ୍ଗରେ ଖର୍ଚ୍ଚ କରାଯାଉଛି ତାହା ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି । 

{"id":511159,"sizeSlug":"full","linkDestination":"none"}

ସୂଚନା ମୁତାବକ ୧୬ ଲକ୍ଷ  ଟଙ୍କା ବ୍ୟୟ ଅଟକଳରେ ଏହାକୁ ନିର୍ମାଣ କରାଯାଇଥିଲା ।  ବାଙ୍କୀ ଏନଏସି ପକ୍ଷରୁ ପୋଖରୀ  ଚାରିପଟେ ରାସ୍ତାର ସୁରକ୍ଷା ଏବଂ ପୋଖରୀ ଚାରିପଟେ ପ୍ରାପ୍ତ ଭ୍ରମଣ ଉଦ୍ଧେଶ୍ୟରେ ସିମେଣ୍ଟ ଢଳାଇ  ୱାର୍ଲ ନିର୍ମାଣ ଚାଲିଥିଲା । କିନ୍ତୁ ନିର୍ମାଣ କାମ ଚାଲିଥିବା ବେଳେ ଏଭଳି ଘଟଣା ଘଟଣା । ଏନେଇ ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାରଙ୍କୁ  ଦାୟୀ କରିବା ସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି । ଯଦି ଦାବି ପୂରଣ ନହୁଏ, ତେବେ  ଆଗାମୀ ଦିନରେ ଆନ୍ଦୋଳନ ପାଇଁ  ଚେତାବନୀ  ଦେଇଛନ୍ତି ଗ୍ରାମବାସୀ।

{"id":511160,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.