ସମ୍ବଲପୁର ଭୁଷଣ ପ୍ଲାଣ୍ଟରେ ଉତ୍ତେଜନା, ପ୍ରଦୂଷଣକୁ ବିରୋଧ କରି ଗେଟ୍ ବନ୍ଦ କଲେ ସ୍ଥାନୀୟ ବାସିନ୍ଦା

Published By : Prameya-News7 Bureau | October 28, 2021 IST

ସମ୍ବଲପୁର, ୨୮/୧୦:  ସମ୍ବଲପୁର ସ୍ଥିତ  ଭୂଷଣ ଜେଏସଡବ୍ଲୁ ପ୍ଲାଣ୍ଟରେ ଉତ୍ତେଜନା । ମୁଖ୍ୟ ଫାଟକ ବନ୍ଦକରି ଆନ୍ଦୋଳନ କରିଛନ୍ତି ଆରଆର କଲୋନୀବାସୀ | ସେମାନେ ଦୀର୍ଘ ରାତ୍ରି ଯାଏଁ ଭୂଷଣ ଗେଟ ବନ୍ଦ କରିବା ସହ ଧାରଣା ଦେଇଛନ୍ତି ସ୍ଥାନୀୟବାସିନ୍ଦା |

ପ୍ରଦୂଷଣକୁ ବିରୋଧ କରି ଲୋକେ ଏହି ଆନ୍ଦୋଳନକୁ ଓହ୍ଲାଇଥିବା ସୂଚନା ମିଳିଛି | ବୁଧବାର ପ୍ଲାଣ୍ଟର ଗୋଟିଏ ୟୁନିଟ୍ ଆରମ୍ଭ କରାଯିବା ପରେ ସ୍ଥାନୀୟ ଅଞ୍ଚଳ ଧୂଳିମୟ ହେବା ସହ ଘରେ ଘରେ ଧୂଳି ପଶିଥିଲା | ଫଳରେ ଅତିଷ୍ଠ ହୋଇ ସ୍ଥାନୀୟ ଲୋକେ ପ୍ଲାଣ୍ଟ ଘେରିଥିଲେ |

ତେବେ ବୁଝାସୁଝା କରିବା ଫଳରେ ଏହି ଆନ୍ଦୋଳନ ସାମୟିକ ସ୍ଥଗିତ କରିଥିଲେ । ଏନେଇ ଗୁରୁବାର ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ସହ ଆରଆର କଲୋନୀରେ ବୈଠକ କରିବେ ବୋଲି ସୂଚନା ମିଳିଛି  |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.