Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୁପେନ୍ଦ୍ର ପଟେଲ

13/09/2021 at 3:40 PM

ଅହମଦାବାଦ ୧୩/୦୯ : ବିଜେପି ବିଧାୟକ ଭୁପେନ୍ଦ୍ର ପଟେଲ ରାଜଭବନରେ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ବିଧାନସଭା ନିର୍ବାଚନର ପ୍ରାୟ ୧୫ ମାସ ପୂର୍ବରୁ ବିଜେପି ବିଜୟ ରୁପାଣିଙ୍କୁ ହଟାଇ ଭୁପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛି। ୫୯ ବର୍ଷ ବୟସ୍କ ଭୁପେନ୍ଦ୍ର ପଟେଲଙ୍କୁ ରବିବାର ଦିନ ସର୍ବସମ୍ମତିରେ ବିଜେପି ବିଧାୟକ ଦଳର ନେତା ଚୟନ କରାଯାଇଥିଲା। ଭୁପେନ୍ଦ୍ର ପଟେଲ ବର୍ତ୍ତମାନ ଗୁଜୁରାଟର ୧୭ତମ ମୁଖ୍ୟମନ୍ତ୍ରୀ। ଗୁଜୁରାଟର   ୧୮୨ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ଆସନ୍ତା ବର୍ଷ ଡିସେମ୍ବରରେ ନିର୍ବାଚନ ହେବାକୁଥିଲା।

ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଭୁପେନ୍ଦ୍ର ପଟେଲଙ୍କୁ ପଦବୀ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଗୁଜୁରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି, ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କ ସମେତ ବିଜେପିର ତମାମ ନେତା ସାମିଲ ହୋଇଛନ୍ତି। ମଧ୍ୟ ପ୍ରଦେଶ, ଗୋଆ, ହରିୟାଣା ମୁଖ୍ୟମନ୍ତ୍ରୀ ମଧ୍ୟ ସମାରୋହରେ ସାମିଲ ହୋଇଛନ୍ତି।

   Related Posts