ରେସ୍‌ରେ ନଥାଇ ବି କେମିତି ମୁଖ୍ୟମନ୍ତ୍ରୀ ହେଲେ ଭୂପେନ୍ଦ୍ର ? ଜାଣନ୍ତୁ ପୁରା ଘଟଣା...

Published By : Prameya-News7 Bureau | September 13, 2021 IST

ଅହମ୍ମଦାବାଦ ୧୩।୦୯: ବିଜେପିର ଶୀର୍ଷ ନେତୃତ୍ୱ ପୁଣି ଥରେ ସମସ୍ତଙ୍କୁ ଚକିତ କଲା ଭଳି ନିଷ୍ପତ୍ତି ନେଇଛନ୍ତି । ଭୁପେନ୍ଦ୍ର ପଟେଲଙ୍କୁ ଗୁଜୁରାଟରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛନ୍ତି । ଭୂପେନ୍ଦ୍ର ପାଟିଦାର ଶ୍ରେଣୀରୁ ଆସନ୍ତି । ବିଜେପି ନିର୍ବାଚନ ପୂର୍ବରୁ ଏହି ଶ୍ରେଣୀର ଲୋକଙ୍କ ଭୋଟ ବ୍ୟାଙ୍କ ଉପରେ ନଜର ରଖିଛି ।  କିନ୍ତୁ ଅନ୍ୟ ପାଟିଦାର ନେତାଙ୍କ ମୁକାବିଲାରେ କମ୍‌ ଚର୍ଚ୍ଚାରେ ରହିଥାନ୍ତି ଭୂପେନ୍ଦ୍ର । ଏହାବ୍ୟତୀତ ଭୂପେନ୍ଦ୍ର ପଟେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦୀବେନ୍‌ ପଟେଲ୍‌ଙ୍କ ଅତି ନିକଟତର ବୋଲି ଚର୍ଚ୍ଚା ହେଉଛି ।

ଗୁଜୁରାଟରେ ବିଜେପି ଲଗାତାର ଭାବେ ରାଜ୍ୟରେ ଚକିତ କଲା ଭଳି ନିଷ୍ପତ୍ତି ନେଉଛି । ପ୍ରଥମେ ଶନିବାର  ଦିନ ବିଜୟ ରୂପାଣୀଙ୍କ ଇସ୍ତଫା ଓ ରବିବାର ଦିନ ଭୂପେନ୍ଦ୍ର ପଟେଲଙ୍କୁ ନୂଆ ନେତା ଭାବେ ଚୟନ କରିଛି ।ଭୂପେନ୍ଦ୍ର ଏବେ ଘାଟଲୋଦିଆ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଏହାସହିତ ରାଜ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଆସିଛନ୍ତି । ପୂର୍ବତନ ବିଧାୟକ ଆନନ୍ଦୀବେନ୍‌ ପଟେଲ ରାଜ୍ୟପାଳ ଭାବେ ନିର୍ବାଚିତ ହେବା ପରେ ଭୂପେନ୍ଦ୍ର ପଟେଲ ଏହି ସିଟ୍‌ରୁ ବିଜୟୀ ହେଉଛନ୍ତି ।

ଖବର ଅନୁଯାୟୀ, ବିଜେପିର ଶୀର୍ଘ ନେତୃତ୍ୱ ନିର୍ବାଚନ ପୂର୍ବରୁ ନିଜ ପାର୍ଟିର ଛବି ଠିକ୍‌ କରିବାକୁ ଚେଷ୍ଟା ଜାରି ରଖିଛି । ପାଟିଦାର ସମୁଦାୟରେ ବହୁ ବଡ଼ ବଡ଼ ନେତାଙ୍କ ମଧ୍ୟରେ ଭୂପେନ୍ଦ୍ର ପଟେଲ୍‌ଙ୍କୁ ଚୟନ କରିଛି ବିଜେପି ଶୀର୍ଷ ନେତୃତ୍ୱ । ଏପରି ସ୍ଥଳରେ ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ, କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାନଣ୍ଡଭୀୟ, କେନ୍ଦ୍ରୀୟମନ୍ତ୍ରୀ ପୁରୁଷତତମ ରୁପାଲା, ସୌରଭ ପଟେଲ୍‌ ଓ ଜିତୁ ବାଘନୀ ପରି ନେତାଙ୍କୁ ଛାଡି ଭୂପେନ୍ଦ୍ରଙ୍କୁ ଚୟନ କରାଯାଇଛି ।  ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ମଧ୍ୟ ଭୂପେନ୍ଦ୍ର ପଟେଲଙ୍କୁ ପସନ୍ଦ କରନ୍ତି । ବିଜେପି ପର୍ଯ୍ୟବେକ୍ଷଙ୍କ ଆଗରେ ରୁପାଣୀ ଭୂପେନ୍ଦ୍ର ଯାଦବଙ୍କ ନାମ ରଖିଥିଲେ । ସମସ୍ତେ ସର୍ବସମ୍ମତି କ୍ରମେ ନିଷ୍ପତ୍ତିକୁ ସମର୍ଥନ କରିଥିଲେ ।

ଭୂପେନ୍ଦ୍ର ପଟେଲ ପାର୍ଟି ଓ ସଂଗଠନ କାର୍ଯ୍ୟରେ ଖୁବ୍‌ ଅନୁଭବ ରହିଛି । ସଂଘ ସହିତ ମଧ୍ୟ ଜଡିତ ରହିଛନ୍ତି । ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ଭରସାଯୋଗ୍ୟ ହୋଇଥିବାରୁ ତାଙ୍କୁ ଏହି ସଫଳତା ମିଳିଛି ବୋଲି ଚର୍ଚ୍ଚା ହେଉଛି । ରାଜ୍ୟ ପାଇଁ ଭୂପେନ୍ଦ୍ର ନୂଆ ଚେହେରା ହେବା ସହି ପାଟିଦାର ଶ୍ରେମୀର ତାଙ୍କ ଛବି ଖୁବ୍‌ ଭଲ ରହିଛି ।ଗୁଜୁରାଟର ଲୋକେ ତାଙ୍କ ଠାରୁ ବହୁତ ଆଶା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.