Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଆଉଟସାଇଡର ହେବା ସତ୍ବେ ବଡ଼ ବଡ଼ ବଲିଉଡ ସୁନ୍ଦରୀଙ୍କୁ ମାତ୍ ଦିଅନ୍ତି ଭୂମି ପେଡନେକର : କହିଲେ ଏକଥା

19/07/2020 at 11:41 AM

ମୁମ୍ବାଇ ୧୯/୭: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଭୂମି ପେଡନେକରଙ୍କ ଗତକାଲି ଜନ୍ମଦିନ ଥିଲା। ସେ ୩୧ବର୍ଷରେ ପଦାର୍ପଣ କଲେ। ଏତେ କମ୍ ବୟସରେ ସେ ‘ଦମ୍ ଲଗାକେ ହଇସା’,‘ଟୟେଲେଟ୍ ଏକ ପ୍ରେମ କଥା’,‘ଶୁଭ ମଙ୍ଗଲ ସାବଧାନ’ ଏବଂ ‘ସାଣ୍ଢ କି ଆଁଖ’ ଭଳି ଦମଦାର ଫିଲ୍ମ କରିଛନ୍ତି।

ଭୂମି ପେଡନେକର ଏକ ସାକ୍ଷାତକାରରେ କହିଥିଲେ ଯେ ସେ ସବୁବେଳେ ଏପରି ଫିଲ୍ମରେ କାମ କରିବାକୁ ଚାହୁଁଥିଲେ ଯେଉଁଥିରେ ସେ ନୂଆ ଏବଂ ଗ୍ଲାମରସ୍ ଅବତାରରେ ନୂଆ ଅନୁଭବ ନେଇ ପାରିବେ। ସେ ଫ୍ୟାଶନ୍ ପ୍ରତି ନିଜ ପ୍ରେମ ମଧ୍ୟ ଦେଖାଇଥିଲେ।

ବଲିଉଡରେ ଚାଲିଥିବା ଇନସାଇଡର ଏବଂ ଆଉଟସାଇଡରର ସୀମାକୁ ସେ ଲଙ୍ଘନ କରି ଆସିଛନ୍ତି। ଏକ ଆଉଟସାଇଡର ହେବା ସତ୍ବେ ସେ ଷ୍ଟାରକିଡସ୍ ଏବଂ ଇନସାଇଡରଙ୍କୁ ଟକ୍କର ଦିଅନ୍ତି। ତାହା ଆକ୍ଟିଂ ମାମଲାରେ ହେଉ କିମ୍ବା ଫ୍ୟାଶନ୍ ମାମଲାରେ।

ଖୁବ୍ ଶୀଘ୍ର ଭୂମି ପେଡନେକରଙ୍କ ଆଗାମୀ ଫିଲ୍ମ ‘ଡଲି କିଟ୍ଟୀ ଔର ଓ୍ବ ଚମକତେ ସିତାରେ’ ଡିଜିଟାଲ୍ ମଞ୍ଚରେ ରିଲିଜ ହେବାକୁ ଯାଉଛି। ଏପରି କ୍ଷେତ୍ରରେ ଅଭିନେତ୍ରୀ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଏବଂ କହିଛନ୍ତି ଯେ ସେ ନିଜ କ୍ରିଏଟିଭ ଏକ୍ସପ୍ରେଶନର ବାହକ ଭାବେ କୌଣସି ବି ମଞ୍ଚ ସହ ଠିକ୍ ଅଛନ୍ତି।

ଫିଲ୍ମ ‘ସୋନଚିଡ଼ିଆ’ରେ ଭୂମିଙ୍କ ସହ କାମ କରିଥିବା ଅଭିନେତା ସୁଶାନ୍ତ ସିଂହ ଜୁନ୍ ୧୪ତାରିଖରେ ଆତ୍ମହତ୍ୟା କରିଥିଲେ। ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଭୂମି ୫୫୦ଗରିବ ପରିବାରକୁ ଭୋଜନ କରାଇଥିଲେ।

ଭୂମି ପେଡନେକର ଏବଂ ସୁଶାନ୍ତ ସିଂହ ରାଜପୁତ ଫିଲ୍ମ ‘ସୋନଚିଡ଼ିଆ’ରେ ଏକାଠି କାମ କରିଥିଲେ। ଏହାର ସୁଟିଂ ଚମ୍ବଲରେ ହୋଇଥିଲା। ଭୂମି କହିଥିଲେ ଯେ ଫିଲ୍ମର ସୁଟିଂ ସମୟରେ ସୁଶାନ୍ତଙ୍କ ପାଖରେ ତାଙ୍କର ଦୂରବୀକ୍ଷଣ ଯନ୍ତ୍ର ମଧ୍ୟ ଥିଲା। ଯାହାକୁ ନେଇ ତାଙ୍କୁ ସେ ଅଧିକାଂଶ ସମୟରେ ଚନ୍ଦ୍ର ଏବଂ ତାରା ବିଷୟରେ କହୁଥିଲେ।


   Related Posts