ଅଭିନେତ୍ରୀ ଭୂମି ପେଡନେକର କରୋନା ପଜିଟିଭ୍: କହିଲେ-'କରୋନାକୁ ହାଲ୍‌କା ନିଅନ୍ତୁନି, ସବୁ ସତର୍କତା ସତ୍ତ୍ୱେ...'

Published By : Prameya-News7 Bureau | April 05, 2021 IST

ମୁମ୍ବାଇ ୦୫/୦୪ : ବଲିଉଡରେ କରୋନା ପ୍ରକୋପ ଦେଖିବାକୁ ମିଳିଛି। କରୋନା ଦ୍ୱିତୀୟ ଲହରରେ ବଲିଉଡର ଅନେକ କଳାକାର ଲଗାତାର ସଂକ୍ରମିତ ହେଉଛନ୍ତି। ଅଭିନେତା ଅକ୍ଷୟ କୁମାର ଓ ଗୋବିନ୍ଦା କରୋନା ସଂକ୍ରମିତ ହେବାପରେ ଅଭିନେତ୍ରୀ ଭୂମି ପେଡନେକର କରୋନା ପଜିଟିଭ ହୋଇଛନ୍ତି। ଭୂମି ସୋସିଅଲ ମିଡ଼ିଆରେ ସୂଚନା ଦେଇଛନ୍ତି ଯେ ସେ କରୋନା ସଂକ୍ରମିତ ହୋଇଛନ୍ତି। ପଜିଟିଭ୍ ଆସିବା ପରେ ସେ ନିଜକୁ ଆଇସୋଲେଟ କରିଛନ୍ତି ବୋଲି କହିଛନ୍ତି।

wp:html
/wp:html

ଭୂମି ପେଡନେକର ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ତାଙ୍କର ସାମାନ୍ୟ ଲକ୍ଷଣ ଥିଲା। ସେ ନିଜ ସମ୍ପର୍କରେ ଆସିଥିବା ଲୋକଙ୍କୁ ଯାଞ୍ଚ କରାଇବାକୁ ପରାମର୍ଶ ଦେଇଛନ୍ତି। କୋଭିଡକୁ ହାଲୁକା ଭାବେ ନ ନେବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି। ସେ କହିଛନ୍ତି ଯେ ସେ ସବୁବେଳେ ମାସ୍କ ବ୍ୟବହାର କରୁଥିଲେ ତଥାପି ସଂକ୍ରମିତ ହୋଇଛନ୍ତି। ସେଥିପାଇଁ ଲୋକେ କୋଭିଡକୁ ଗମ୍ଭୀରତାର ସହ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି।

ଭୂମି ପେଡନେକରଙ୍କ ଛଡା ବଲିଉଡ ଅଭିନେତା ଅକ୍ଷୟ କୁମାର, ଗୋବିନ୍ଦା, ଆଲିଆ ଭଟ୍ଟ, ରଣବୀର କପୁର, ସଞ୍ଜୟ ଲୀଳା ଭନସାଲି, ଭିକ୍କୀ କୌଶଳ କରୋନା ସଂକ୍ରମିତ ହୋଇଛନ୍ତି। ଅଭିନେତା କାର୍ତିକ ଆର୍ଯ୍ୟନ ମଧ୍ୟ ସଂକ୍ରମଣର ଶିକାର ହୋଇଛନ୍ତି। କିନ୍ତୁ ସେ ସୁସ୍ଥ ହେଲେଣି ଏବଂ ତାଙ୍କ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.