ଭୂମିଙ୍କ ନିଆରା ସଂକଳ୍ପ : ସୁଶାନ୍ତଙ୍କ ସ୍ମୃତିରେ ୫୫୦ଅଭାବୀ ପରିବାରକୁ କରାଇଲେ ଭୋଜନ

Published By : Prameya-News7 Bureau | June 29, 2020 IST

ମୁମ୍ବାଇ ୨୯/୬: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୧୬ଦିନ ବିତି ସାରିଛି,କିନ୍ତୁ ତାଙ୍କ ସହ କାମ କରି ସାରିଥିବା ବଲିଉଡ ଅଭିନେତାଙ୍କୁ ଏବେ ବି ଏହା ବିଶ୍ବାସ ହେଉ ନାହିଁ ଯେ ସେ ଆଉ ନାହାନ୍ତି। ସୋନଚିଡ଼ିଆରେ ସୁଶାନ୍ତଙ୍କ କୋ-ଷ୍ଟାର ଥିବା ଭୂମି ପେଦନେକର ସୁଶାନ୍ତଙ୍କ ସ୍ମୃତିରେ ଏକ ପୁଣ୍ୟ କାମ କରିଛନ୍ତି। ଭୂମି ,ଅଭିଷେକଙ୍କ ପତ୍ନୀ ପ୍ରଜ୍ଞାଙ୍କ ସହ ଦ ଅର୍ଥ ଫାଉଣ୍ଡେସନ ସହ ମିଶି ୫୫୦ ଅଭାବୀ ପରିବାରକୁ ଖାଦ୍ୟ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ। ଏହାର ସୂଚନା ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ଦେଇଥିଲେ।

wp:core-embed/instagram {"url":"https://www.instagram.com/p/CCAd3ICpoJS/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CCAd3ICpoJS/?utm_source=ig_embed
/wp:core-embed/instagram

ସୁଶାନ୍ତଙ୍କ ଫଟୋ ସହ ଭୂମି ଲେଖିଥିଲେ - ‘ ସେ ଏହି ଫାଉଣ୍ଡେସନ ଜରିଆରେ ନିଜ ପ୍ରିୟ ବନ୍ଧୁଙ୍କ ସ୍ମୃତିରେ ୫୫୦ ଗରିବ ପରିବାରକୁ ଭୋଜନ କରାଇବାର ସଂକଳ୍ପ ନେଇଛନ୍ତି। ଆସନ୍ତୁ ଆମେ ସାଥିରେ ମିଶି ଅଭାବୀ ଲୋକଙ୍କ ପ୍ରତି ଦୟା ଏବଂ ପ୍ରେମ ଦେଖାଇବା,କାରଣ ବର୍ତ୍ତମାନ ତାଙ୍କୁ ଏହାର ସବୁଠୁ ଅଧିକ ଆବଶ୍ୟକତା ରହିଛି।’

wp:core-embed/instagram {"url":"https://www.instagram.com/p/CBnkAFzJhWs/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CBnkAFzJhWs/?utm_source=ig_embed
/wp:core-embed/instagram

ଏହା ପୂର୍ବରୁ ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ଏକ ଇମୋସନାଲ୍ ପୋଷ୍ଟରେ ଭୂମି ଲେଖିଥିଲେ ଯେ - ତୁମ ଆତ୍ମାକୁ ଶାନ୍ତି ମିଳୁ ବନ୍ଧୁ। ଆଶ୍ଚର୍ଯ୍ୟ ହେବା ସହ ଦୁଃଖୀ ଅଟେ। ଏବେ ଯାଏଁ ବିଶ୍ବାସ ହେଉ ନାହିଁ ଯେ ତୁମେ ଆଉ ନାହଁ। ସେ ତାରା ଏବଂ ସେମାନଙ୍କ ଶେଷ ହେଉନଥିବା କଥାକୁ ଅପଳକ ନୟନରେ ଦେଖୁଛନ୍ତି। ତୁ​ମେ ସେଠାରେ ଅନ୍ୟ ମାନଙ୍କ ସହ ଉଜ୍ଜ୍ବଳ ଦେଖାଯାଉଛ। କାରଣ ତୁମେ ଷ୍ଟାର୍ ଏବଂ ସବୁବେଳେ ରହିବ ବନ୍ଧୁ ପ୍ରିୟ ସୁଶାନ୍ତ।

{"id":293346,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.