୨ ମାସର ଶିଶୁର ମା’ କରୋନାରେ ବୁଝିଲେ ଆଖି, ଅଭିନେତ୍ରୀ ଭୂମି କ୍ଷୀର ପାଇଁ ମାଗିଲେ ସାହାଯ୍ୟ

Published By : Prameya-News7 Bureau | May 21, 2021 IST

ନୂଆଦିଲ୍ଲୀ ୨୧/୦୫: କରୋନା ଭାଇରସର ଦ୍ୱିତୀୟ ଲହର ଅନେକ ପରିବାରକୁ ଉଜାଡି ଦେଇଛି। ଏହି ସମୟରେ, କିଛି ପିଲାଙ୍କୁ ଏହି ଭାଇରସ ସବୁଦିନ ପାଇଁ ବେସାହାରା ଏବଂ ଅନାଥ କରିଦେଇଛି । ଏହି ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଠାରୁ ଆରମ୍ଭ କରି ସେଲିବ୍ରେଟ୍ ପର୍ଯ୍ୟନ୍ତ ସମସ୍ତ ଆଗେଇ ଆସୁଛନ୍ତି ।ଏବେ ନିକଟରେ ବଲିଉଡ ଅଭିନେତ୍ରୀ ଭୂମି ପେଡନେକର ଦୁଇ ମାସର ଶିଶୁକୁ ମା’ର କ୍ଷୀର ଯୋଗାଇବାରେ ସାହାଯ୍ୟ ଲୋଡିଛନ୍ତି।

wp:html /wp:html

ଭୂମି ସୋସିଆଲ ମିଡିଆରେ ଏକ ଟୁଇଟ୍ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, 'ବ୍ୟାଙ୍କୁରା, ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ୨ ମାସର ଶିଶୁର ମା କୋଭିଡରେ ଚାଲିଗଲେ । ସେହି ଅଞ୍ଚଳରେ ସ୍ତନ୍ୟପାନ କରାଉଥିବା ମା ମାନଙ୍କ ଠାରୁ ମା’ କ୍ଷୀରର ଜରୁରୀ ଆବଶ୍ୟକତା ରହିଛି । ଆଗ୍ରହୀ ମା ମାନେ ନିଜ କ୍ଷୀରକୁ ଫ୍ରିଜ୍ କରାଇ ପାରିଲେ ଶିଶୁଟିର ସମ୍ପର୍କୀୟ ଆସି କୋଲକାତା, ଦୁର୍ଗାପୁର, ବାଙ୍କୁରା, ବିଷ୍ଣୁପୁର ଅଞ୍ଚଳରୁ ସପ୍ତାହରେ ଥରେ କ୍ଷୀର ସଂଗ୍ରହ କରିପାରିବେ । ' ଭୂମିଙ୍କ ଏହି ଟ୍ୱିଟ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

{"width":687,"height":386}
PunjabKesari

କରୋନା କାଳରେ ଭୂମି ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାରେ ନିୟୋଜିତ । ଭୂମି କହିଥିଲେ,ଯେତେବେଳେ ସେ ଦେଖିଲେ ଯେ ତାଙ୍କ ମା ଭାଇରସ୍ କାରଣରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେତେବେଳେ ସେ ଭାବିଥିଲେ ଯେ ସେ ଅଧିକରୁ ଅଧିକ ଲୋକଙ୍କୁ ସାହାଯ୍ୟ କରିବାରେ ନିୟୋଜିତ ହେବେ। ସେ ଆହୁରି କହିଛନ୍ତି,ଦେଶର ନାଗରିକ ଭାବରେ, ଆଗକୁ ଆସିବା ଏବଂ ସେମାନଙ୍କ ବିଷୟରେ ଚିନ୍ତା କରିବା ଆମର କର୍ତ୍ତବ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.