Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଜାନୁଆରୀରେ ଆସିବ ଫିଲ୍ମ ‘ବଧାଇ ଦୋ’, ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ରାଜକୁମାର ରାଓ ଏବଂ ଭୂମି ପେଡନେକର

18/10/2020 at 1:33 PM

ମୁମ୍ବାଇ ୧୮/୧୦: ବଲିଉଡ ଅଭିନେତା ଆୟୁଷ୍କାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ବଧାଇ ହୋ’ର ସିକ୍ବେଲ ‘ବଧାଇ ଦୋ’ ଆସନ୍ତାବର୍ଷ ଜାନୁଆରୀରେ ରିଲିଜ୍ ହେବ। ‘ବଧାଇ ହୋ’ ଗତବର୍ଷ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ହାତେଇ ଥିଲା। ବଧାଇ ହୋର ସଫଳତାକୁ ଦେଖି ଏହାର ସିକ୍ବେଲ ପ୍ରସ୍ତୁତ କରାଯାଇଛି। ତେବେ ବଧାଇ ଦୋରେ ଆୟୁଷ୍କାନ ଖୁରାନା ଓ ସାନ୍ୟ ମଲହୋତ୍ରାଙ୍କ ବଦଳରେ ନଜର ଆସିବେ ଅଭିନେତା ରାଜକୁମାର ରାଓ ଅଭିନେତ୍ରୀ ଭୂମି ପେଡନେକର। ଭୂମି ଟ୍ବିଟରରେ ଏହି ଫିଲ୍ମର ଘୋଷଣା କରିଛନ୍ତି। ଏହା ସହ ସେ ନିଜର ଓ ରାଜକୁମାରଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି।

ତେବେ ଏହି ଫିଲ୍ମ ଜରିଆରେ ପ୍ରଥମଥର ପାଇଁ ଏକାଠି ରାଜକୁମାର ଓ ଭୂମିଙ୍କ ଯୋଡି ଦର୍ଶକ ଦେଖିବେ। ସିନେମାରେ ରାଜକୁମାର ପୋଲିସ ଭୂମିକାରେ ଥିବା ବେଳେ ଭୂମିଙ୍କୁ ପିଟି ଶିକ୍ଷୟିତ୍ରୀ ଭାବେ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦେଶନା ଭାର ତୁଲାଇଛନ୍ତି ହର୍ଷବର୍ଧନ କୁଲକର୍ନୀ। ବଧାଇ ହୋର କାହାଣୀ ଲେଖିଥିବା ସୁମନ ଅଧିକାରୀ ଓ ଅକ୍ଷୟ ଘିଲଦିୟାଲ ମଧ୍ୟ ଏହାର ବଧାଇ ଦୋ’ର କାହାଣୀ ଲେଖିଛନ୍ତି।

୨୦୧୮ରେ ଅମିତ ଶର୍ମା ନିର୍ଦେଶିତ ବଧାଇ ହୋ ମୁକ୍ତିଲାଭ କରିଥିଲା। ଆୟୁଷ୍କାନଙ୍କ ବାପା-ମାଆଙ୍କ ଭୂମିକାରେ ଅଭିନୟ କରିଥିଲେ ନୀନା ଗୁପ୍ତା ଓ ଗଜରାଜ ରାଓ ।

   Related Posts