ଲକ୍ଡାଉନ୍ରେ ପିଡିଏସ୍ ସାମଗ୍ରୀ ବାଣ୍ଟିଲେ କିନ୍ତୁ ଭୁଲିଗଲେ ସାମାଜିକ ଦୂରତା
31/03/2020 at 1:42 PM

ଚାନ୍ଦବାଲି ୩୧।୦୩: ସାରାବିଶ୍ୱକୁ ଏବେ ଘେରିଛି କରୋନା ବାଦଲା । ବିଶ୍ୱବାସୀ କିପରି ଏହି କରୋନା ବାଦଲରୁ ମୁକ୍ତ ପାଇବେ ସେଥିପାଇଁ ଅହରହ ଉଦ୍ୟମ ଜାରି ରହିଛି । ତେବେ ଭାରତରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୧ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି । ରାଜ୍ୟ ସରକାର ଅତ୍ୟାବଶକୀୟ ସାମଗ୍ରୀ ଉପରେ କୌଣସି କଟକଣା ଲଗାଇନାହାନ୍ତି । ସାଧାରଣଲୋକଙ୍କୁ ପିଡିଏସ୍ ସାମଗ୍ରୀ କିପରି ନିଜ ଘରେ ପହଞ୍ଚିବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏପରିକି ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ବର୍ତ୍ତମାନ ଆମକୁ ସାମଜିକ ଦୂରତା ରକ୍ଷାକରିବାକୁ ପଡିବ । କିନ୍ତୁ ଚାନ୍ଦବାଲି ବ୍ଲକ ବଜରାପୁର ପଞ୍ଚାୟତରେ ଲକ୍ଡାଉନ୍ ନିୟମ ଓ ସାମାଜିକ ଦୂରତାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି ।
ଲକ୍ଡାଉନ୍କୁ ଦୃଷ୍ଟିରେ ରଖି ସରକାର ଯୋଗାଣ ବିଭାଗକୁ ନିର୍ଦ୍ଦେଶ ରହିଛି ଯେ, ଏହିସମୟରେ ପିଡ଼ିଏସ ସାମଗ୍ରୀ ହିତାଧତ୍କାରୀଙ୍କ ଘରେ ଘରେ ବଣ୍ଟନ କରିବା ପାଇଁ ହେଲେ ସେହି ନିର୍ଦ୍ଦେଶକୁ ଖୋଲା ଖୋଲି ଭାବେ ଉଲ୍ଲଂଘନ କରାଯାଇଛି । ଗୋଟିଏ ସ୍ଥାନରେ ଶତାଧତ୍କ ଲୋକଙ୍କୁ ଏକତ୍ର କରି ପିଡ଼ିଏସ୍ ସାମଗ୍ରୀ ବଣ୍ଟନ କରାଯାଉଛି । ବଜାରପୁର ପଂଚାୟତର ୭ଟି ଓ୍ୱାର୍ଡ ରାଜହରପୁର ମା ଶକ୍ତି ଏସ୍ଏସ୍ଜି ଗ୍ରୁପ ନାମରେ ହୋଇଛି ରିଟେଲର ପଏଣ୍ଟ । ଏହି ଗ୍ରୁପ ସଭ୍ୟା ତଥା ଅଙ୍ଗନଓବାଡ଼ି କର୍ମୀ ନିଜେ ପିଡ଼ିଏସ ସାମଗ୍ରୀକୁ ନିଜ ନିଜର ଷ୍ଟକ ପଏଣ୍ଟରେ ସାମାଜିକ ଦୂରତା ରକ୍ଷା ନକରି ଶତାଧତ୍କ ଲୋକଙ୍କୁ ଏକତ୍ର ଗୋଟିଏ ସ୍ଥାନରେ ପିଡ଼ିଏସ ସାମଗ୍ରୀ ଯୋଗାଇ ଦେଉଥିଲେ । ଏହି ଘଟଣାକୁ ନେଇ ବଜରାପୁର ପଞ୍ଚାୟତର କିଛି ଯୁବକ ରିଟେଲର ପଏଣ୍ଟରେ ପହଁଚି ହୋ ହାଲ୍ଲା କରିବା ସହ ପ୍ରତି ହିତାଧତ୍କାରୀଙ୍କ ଘରେ ଘରେ ପିଡ଼ିଏସ ସାମଗ୍ରୀ ବଣ୍ଟନ ପାଇଁ ଦାବୀ କରିଥିଲେ । ପରେ ରିଟେଲର ପଏଣ୍ଟକୁ ବନ୍ଦ କରିଦିଆଯାଇଥିଲା । ଘଟଣା ସ୍ଥଳରେ ପୋଲିସ ଓ ପହଁଚି ଲୋକଙ୍କୁ ବୁଝାସୁଝା କରିବା ସହ ସାମାଜିକ ଦୂରତାରେ ରହି ଲାଇନରେ ଆସି ପିଡ଼ିଏସ ସାମଗ୍ରୀ ନେବାକୁ ନିର୍ଦ୍ଦେଶ ଦେବା ସହ ଉତେଜନା ଥିବାରୁ ରିଟେଲର ପଏଣ୍ଟକୁ ବନ୍ଦ କରି ଦେଇଥିଲେ ।