Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

‘ଭୁଲା ଦୁଙ୍ଗା’ରେ ସିଡନାଜ୍‌ଙ୍କ ରୋମାଣ୍ଟିକ୍ କେମିଷ୍ଟ୍ରି, ୨୪ରେ ମ୍ୟୁଜିକ୍ ଭିଡିଓ ରିଲିଜ୍

20/03/2020 at 6:38 PM

ମୁମ୍ବାଇ ୨୦।୩: ବିଗବସ୍ ୧୩ର କଣ୍ଟେଷ୍ଟାଣ୍ଟ ସିଦ୍ଧାର୍ଥ ଶୁକ୍ଳା ଏବଂ ସେହନାଜ ଗିଲ୍ ବିଗବସ୍ ଘରେ ଉଭୟଙ୍କ ରିଲେସନସିପକୁ ନେଇ ବେଶ୍ ଚର୍ଚ୍ଚାରେ ରହିଥିଲେ । ଏମିତିକି ବିଗ୍ ବସ୍ ଘରୁ ବାହାରିବା ପରେ ମଧ୍ୟ ସେମାନଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଏମାନଙ୍କ ଜୋଡିକୁ ଫ୍ୟାନ୍ସ ଖୁବ୍ ପସନ୍ଦ ମଧ୍ୟ କରିଥିଲେ । ସେଥିପାଇଁ ତ ଫ୍ୟାନ୍ସ ଉଭୟଙ୍କୁ ସିଡନାଜ୍ ନାଁରେ ଜାଣନ୍ତି ।

ବିଗ୍ ବସ୍ ସରିବା ପରେ ଫ୍ୟାନ୍ସ ଉଭୟଙ୍କ ଯୋଡିଙ୍କୁ ବହୁତ ମିସ୍ କରୁଥିଲେ । ସିଡନାଜ୍ ତାଙ୍କ ଫ୍ୟାନ୍ଙ୍କ ପାଇଁ ଖୁବ୍ ଶୀଘ୍ର ଏକ ଉପହାର ନେଇ ଆସୁଛନ୍ତି । ଉଭୟ ଖୁବ୍ ଶୀଘ୍ର ଏକ ମ୍ୟୁଜିକ୍ ଭିଡିଓରେ ନଜର ଆସିବେ । ଏହି ଭିଡିଓ ମାର୍ଚ୍ଚ ୨୪ରେ ରିଲିଜ୍ ହେବ ।

ଏ ଦୁହିଁଙ୍କୁ ନେଇ ଅପକମିଂ ଗୀତଟିକୁ ଦର୍ଶନ ରାଭାଲ ଗାଇଛନ୍ତି । ଏହାର ନାଁ ‘ଭୁଲା ଦୁଗାଁ’ ରହିଛି । କିଛି ଦିନ ପୂର୍ବରୁ ଏହି ଗୀତର ପ୍ରଥମ ପୋଷ୍ଟର ରିଲିଜ୍ କରାଯାଇଥିଲା । ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଏବେ ଗୀତର ଆଉ ଏକ ପୋଷ୍ଟର ସାମ୍ନାକୁ ଆସିଛି । ଯେଉଁଥିରେ ଉଭୟଙ୍କର ଦମଦାର କେମେଷ୍ଟ୍ରି ଦେଖିବାକୁ ମିଳିଥିଲା । କଣ୍ଠଶିଳ୍ପୀ ଦର୍ଶନ ରାଭାଲ ଏହି ଦ୍ବିତୀୟ ପୋଷ୍ଟରକୁ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ ସେଥିରେ କ୍ୟାପସନ୍ ଦେଇଛନ୍ତି ଯେ, ‘ଭୁଲା ଦୁଙ୍ଗା ରିଲିଜ୍ ହେବ ୨୪ମାର୍ଚ୍ଚରେ’ ।

ସେପଟେ ସିଦ୍ଧାର୍ଥ ଶୁକ୍ଳା ମଧ୍ୟ ଗୀତର ଏହି ନୂଆ ପୋଷ୍ଟରକକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି, ‘ଶେଷରେ ପ୍ରତୀକ୍ଷାର ଅନ୍ତ ହେଲା । ଭୁଲା ଦୁଙ୍ଗା ୨୪ ମାର୍ଚ୍ଚରେ ରିଲିଜ୍ ହେବ ।’
ପୋଷ୍ଟରରେ ସିଦ୍ଧାର୍ଥ ଏବଂ ସେହନାଜ୍ ବେଡ୍ ଉପରେ ରୋମାଣ୍ଟିକ୍ ଅନ୍ଦାଜରେ ଶୋଇଥିବାର ନଜର ଆସିଛନ୍ତି । ପୋଷ୍ଟର ଦେଖି ଫ୍ୟାନମାନେ ଅଧିକ ଉତ୍ସାହିତ ହେବା ସହ ଗୀତକୁ ଅପେକ୍ଷା କରିଛନ୍ତି ।
ଅହା ପୂର୍ବରୁ ଗୀତର କିଛି ଫୁଟେଜ୍ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିଲା । ଯେଉଁଥିରେ ସିଦ୍ଧାର୍ଥ ଏବଂ ସେହନାଜ ବର୍ଷାରେ ଭିଜି ରୋମାନ୍ସ କରୁଥିବାର ଦେଖିବାକୁ ମିଳିଥିଲା । ଏହି ମ୍ୟୁଜିକ୍ ଭିଡିଓର କୌଶସ ଯୋଶୀ ପ୍ରଡ୍ୟୁସର ଅଛନ୍ତି ।

   Related Posts