Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ରାତି ପାହିଲେ ଝିଅ ଦେଖିବାକୁ ଯାଇଥାନ୍ତେ, ଭୁଲ ଇଞ୍ଜେକ୍ସନ୍ ନେଇଗଲା ଜୀବନ !

2/02/2021 at 8:34 AM

ଭୁବନେଶ୍ୱର ୦୨/୦୨: ଆଉ କିଛି ଦିନ ପରେ ହୋଇଥାନ୍ତା ବିବାହ । ଝିଅ ଦେଖିବାକୁ ଯାଇଥାନ୍ତେ । କିନ୍ତୁ ନିୟତିର ଖେଳ କିଛି ଅଲଗା ଥିଲା । ଅବହେଳା ପାଇଁ ଚାଲିଗଲା ଜୀବନ । କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେକସନ୍‌ ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ହେଲେ ଭିଙ୍ଗାରପୁର ଶାସନର ସିଦ୍ଧି ନାଥ ସାହୁ । ବିହାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ ସାମାନ୍ୟ ଭୁଲ ଇଞ୍ଜେକ୍ସନ ତାଙ୍କ ଜୀବନ ଚାଲି ଯାଇଛି ।

ରାତି ପାହିଥିଲେ ସିଦ୍ଧି ବିବାହ ପାଇଁ ଝିଅ ଦେଖିବାକୁ ଯାଇଥାନ୍ତେ । ହେଲେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସାମାନ୍ୟ ଭୂଲ ସବୁ ସ୍ୱପ୍ନକୁ ରାତି କାଳ ଅନ୍ଧାର ଭିତରେ ହଜାଇ ଦେଲା ।

ସୂଚନା ଅନୁସାରେ,  ରବିବାର ରାତିରେ ଏକ ଭୋଜି ଖାଇ ଫେରିଲା ବେଳେ ସିଦ୍ଧିଙ୍କର ପେଟ ମୋଡି ହେବା ସହ ବାନ୍ତି ହୋଇଥିଲା । ସେ ନିଜେ ଚାଲି ଚାଲି କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ । ରାତି ପ୍ରାୟ ୨ଟା ବେଳକୁ ଡାକ୍ତର ତାଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ ।

ତେବେ ଇଞ୍ଜେକ୍ସନ ନେବାର ଠିକ୍‌ ୫ ମିନିଟ ପରେ ସିଦ୍ଧିନାଥଙ୍କ ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ବର୍ଗ ଅଭିଯୋଗ କରିଛନ୍ତି ।

   Related Posts