Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ରିଲିଜ୍ ହେଲା ‘ଭୂଜ ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ର ଟ୍ରେଲର୍, ପାକ୍ ସେନାକୁ କଡା ଜବାବ ଦେବେ ଅଜୟ ଦେବଗନ

12/07/2021 at 5:47 PM

ନୂଆଦିଲ୍ଲୀ ୧୨/୦୭ : ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୂଜ ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ର ଟ୍ରେଲର୍ ରିଲିଜ୍ ହୋଇଛି । ଟ୍ରେଲରେ ଦେଶଭକ୍ତିର ଆକ୍ସନ୍ ଭରି ରହିଛି । ଅଭିଷେକ ଦୁଧୈୟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୧୯୭୧ ମସିହାର ଇଣ୍ଡୋ-ପାକ୍ ଯୁଦ୍ଧ ଉପରେ ଆଧାରିତ ଏବଂ ଏଥିରେ ଅଜୟ ଦେବଗନ ସ୍କ୍ୱାଡ୍ରନ୍ ଲିଡର୍ ବିଜୟ କୁମାର କର୍ଣ୍ଣିକ ଭାବରେ ଅଭିନୟ କରିଛନ୍ତି ।

ଅଜୟ ଦେବଗନ ତାଙ୍କ ଇନଷ୍ଟାଗ୍ରମରେ ଫିଲ୍ମର ଟ୍ରେଲର୍ ସେୟାର କରିଛନ୍ତି । ସେ କ୍ୟାପ୍ସନରେ ଲେଖିଛନ୍ତି, ‘ଯେତେବେଳେ ସାହସ ତୁମର ଢାଲ ହୋଇଯାଏ, ପ୍ରତ୍ୟେକ ପଦକ୍ଷେପ ବିଜୟ ଆଡକୁ ଯାଏ । ସର୍ବଶ୍ରେଷ୍ଠ ଯୁଦ୍ଧର ଅବିସ୍ମରଣୀୟ କାହାଣୀକୁ ଅନୁଭବ କରନ୍ତୁ ।’

ଏହି ଫିଲ୍ମରେ ଅଜୟ ଦେବଗନଙ୍କ ବ୍ୟତୀତ ସଞ୍ଜୟ ଦତ୍ତ ଏବଂ ଶରଦ କେଲକର ମୂଖ୍ୟ ଭୂମିକାରେ ନଜର ଆସିବେ । ଟ୍ରେଲରରେ ସୋନାକ୍ଷୀ ସିହ୍ନା ଏକ ଛୋଟ ଭୂମିକାରେ ଅଛନ୍ତି। ତାଙ୍କ ବ୍ୟତୀତ ନୋରା ଫତେହିଙ୍କୁ ମଧ୍ୟ ଏକ ଭିନ୍ନ ପ୍ରକାରର ଚରିତ୍ରରେ ଦେଖିବାକୁ ମିଳିବ । ଟି-ସିରିଜ୍ ଏବଂ ଅଜୟ ଦେବଗନ୍ ଫିଲ୍ମସ୍ ମିଳିତ ଭାବେ ‘ଭୁଜ୍: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ ପ୍ରସ୍ତୁତ କରିଛି । ଏହାକୁ ଭୂଷଣ କୁମାର, କୁମାର ମଙ୍ଗତ ପାଠକ, ଗିନି ଖନୁଜା, ୱାଜିର ସିଂ ଏବଂ ବନି ସାଙ୍ଗଭୀ ପ୍ରସ୍ତୁତ କରିଛନ୍ତି ଏବଂ ଫିଲ୍ମଟି ଅଗଷ୍ଟ ୧୩ ରେ ଓଟିଟି ପ୍ଲାଟଫର୍ମ ଡିଜନୀ ହଟଷ୍ଟାରରେ ରିଲିଜ୍ ହେବ ।

   Related Posts