Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ରାଜଧାନୀରେ ଟିଣ୍ଡର, ବ୍ଲାକ୍‌ମେଲିଂ ଦୁଷ୍କର୍ମ ଘଟଣା – ପୁଣି ଘଟଣାରେ ରୋଚକ ମୋଡ

13/01/2020 at 11:54 AM

ଭୁବନେଶ୍ୱର ୧୩।୦୧ – ଡେଟିଂ ଆପ୍‌ ମାଧ୍ୟମରେ ବନ୍ଧୁତା ବ୍ଲାକ ମେଲିଂ ଓ ଦୁଷ୍କର୍ମ ଘଟଣା । ଏବେ ପୁଣି ନୂଆ ମୋଡ । ବ୍ୟାଙ୍କ ଡିଏମ୍‌ ସପନୀଲ ପ୍ରସାଦ ମିଶ୍ରମଙ୍କ ନାମରେ ମାମଲା ରୁଜୁ କରିଛି କମିଶନରେଟ୍‌ ପୁଲିସ । ଚନ୍ଦ୍ରଶେଖର ପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ମହିଳା ଅଧ୍ୟାପିକା ତାଙ୍କ ସହଯୋଗୀଙ୍କ ସହ ବ୍ୟାଙ୍କ ଡିଏମ୍‌ଙ୍କୁ ପୁଲିସ ନିଜ ହେପାଜତକୁ ନେଇଛି । ଅନ୍ୟ ଜଣେ ଯୁବକଙ୍କୁ ପୁଲିସ ପଚରା ଉଚରା କରି ଛାଡି ଦେଇଛି । ବ୍ୟାଙ୍କ ଡିଏମ୍‌ଙ୍କ ନାମରେ ଦୁଷ୍କର୍ମ ଓ ଅସଦାଚରଣ ଧାରା ଲାଗିଛି । ଭାରତୀୟ ପିଙ୍ଗଳଧାରା ୩୭୬ ଓ ୩୨୮ ଧାରାରେ ମାମଲା ରୁଜୁ କରାଯାଇଛି ।

ପୁଲିସ୍‌ ୩ ଦିନ ଧରି ଘଟଣାର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା ଚଳାଇଥିଲା । ୫ ଜଣଙ୍କୁ ଥାନାକୁ ଡାକି ପଚରାଉଚରା କରୁଥିଲା । ଘଟଣା ତଦନ୍ତ ପରେ ଜଣାପଡି଼ଥିଲା ଯେ, ଏଭଳି ସମ୍ବେଦନଶୀଳ ଘଟଣାରେ ବ୍ୟାଙ୍କର ଡିଏମ୍‍ ଓ ଅଧ୍ୟାପିକା ଯୁବତୀ ଉଭୟଙ୍କ ଭୁଲ୍‍ ରହିଛି । ସୁନିଲଙ୍କୁ ମଧ୍ୟ ଅଧ୍ୟାପିକାଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ଦର୍ଶାଇଛି । ରବିବାର ସୁନିଲ ଏବଂ ଚିନ୍ମୟୀଙ୍କ ଡାକ୍ତରୀମାଇନା କରାଯାଇଛି । ସମସ୍ତ ୫ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇପାରେ ବୋଲି ପୁଲିସ କହିଛି ।

ସୂଚନାଥାଉକି କିଣ୍ଡର ଆପରେ ଡେଟିଂ ପରେ ଚିନ୍ମୟୀ ଓ ସୁନିଲ ସାଙ୍ଗ ବନିଥିଲେ । ଏକାଠି ରୁମ୍‌ରେ ସମୟ ବିତାଇଥିଲେ। ଶାରିରୀକ ସର୍ମ୍ପକ ସ୍ଥାପନ ସମୟରେ ଭିଡିଓ ଉତ୍ତୋଳନକୁ ନେଇ ଚିନ୍ମୟୀ ଡିଲିଟ୍‌ କରିବା ପାଇଁ ସୁନିଲକୁ କହିଥିଲେ । ହେଲେ ସେ ଡିଲିଟ୍‌ କରିନଥିଲେ । ଯାହାକୁ ନେଇ ଅପହରଣକାରୀଙ୍କ ସାହାଯ୍ୟରେ ସୁନିଲଙ୍କୁ ଅପହରଣ କରି ନେଇଥିଲେ ଚିନ୍ମୟୀ । ତାଙ୍କ କ୍ରେଡିଟ୍‌ କାର୍ଡରୁ ଟଙ୍କା ସରିବା ପରେ ଛାଡି ଦେଇଥିଲେ । ପରବର୍ତ୍ତୀ ସମୟରେ ସୁନିଲଙ୍କ ମାଙ୍କୁ ଫୋନ କରି ୫ ଲକ୍ଷ ଟଙ୍କା ମାଗିଥିଲେ ଚିନ୍ମୟୀ । ସୁନିଲ ଓ ତାଙ୍କ ମାଙ୍କ ଅଭିଯୋଗରେ ଚିନ୍ମୟୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୁଲିସ । ଅନ୍ୟପଟେ ନିଶା ଦେଇ ସୁନିଲ ବଳାତ୍କାରର ଭିଡିଓ ଉତ୍ତୋଳନ କରିଥିବା ଅଭିଯୋଗ ଆଣିଥିଲେ ଚିନ୍ମୟୀ ।

   Related Posts