Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଭୁବନେଶ୍ୱରରେ ବଢୁଛି ଭୟ: ବସ୍ତି ପାଇଁ ବେଶୀ ଟେନସନ୍, ୪୪୨ ବସ୍ତିରୁ ୪୦ରୁ ଅଧିକ କୋଭିଡ୍ ହଟସ୍ପଟ୍

19/07/2020 at 11:35 AM

ଭୁବନେଶ୍ୱର, ୧୯।୦୭: ରାଜଧାନୀ ଭୁବନେଶ୍ୱରରେ କାୟା ବିସ୍ତାର କରି ଚାଲିଛି କରୋନା ଭାଇରସ । ଏକଦା କରୋନାକୁ ପରାଜିତ କରିଥିବା ରାଜଧାନୀରେ ପୁଣି ଆତଙ୍କ ସୃଷ୍ଟି କରିଛି ଏହି ମାରାତ୍ମକ ଭାଇରସ । ଗତ ୨ ଦିନ ହେଲା ଏଠାରୁ ଦୈନିକ ୧୦୦ରୁ ଅଧିକ ପଜିଟିଭ୍ ବାହାରୁଛନ୍ତି । ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୫୦ ଉପରେ ରହୁଛି । ଧିରେଧିରେ ରାଜଧାନୀର ସମସ୍ତ ଅଞ୍ଚଳରେ କରୋନାର ପ୍ରଭାବ ପଡିଲାଣି । ପ୍ରତିଦିନ ନୂଆ ନୂଆ ଅଞ୍ଚଳରୁ କରୋନା ଗ୍ରାସ କରିବାରେ ଲାଗିଛି । ଏପରିକି ରାଜଧାନୀରେ ବସ୍ତିରେ ମଧ୍ୟ ସ୍ଥିତି ସଙ୍ଗୀ ରହିଛି ।

ଏବେସୁଦ୍ଧା ରାଜଧାନୀରେ  ୧୧୩୦ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୪୯୪ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୬୨୪ଟି ସକ୍ରିୟ କେସ୍ ରହିଛି । ୧୧ଜଣ ମଧ୍ୟ ଜୀବନ ହାରିଛନ୍ତି । ସବୁଠାରୁ ବଡ କଥା ହେଲା ଯେ କେବଳ କ୍ୱାରେଣ୍ଟାଇନ୍ ସେଣ୍ଟର ନୁହେଁ ବରଂ ସ୍ଥାନୀୟ ସଂକ୍ରମଣ ମଧ୍ୟ ହୁହୁ ହୋଇ ବଢିବାରେ ଲାଗିଛି । ଗତ ୧୮ ଦିନରେ ୮୧୦ଟି ନୂଆ କେସ୍ ଆସିଛି । ବସ୍ତି ଅଞ୍ଚଳ ଏବେ ହଟସ୍ପଟ୍ ପାଲଟିଛି ।

ରାଜଧାନୀରେ ପ୍ରାୟ ୪୪୨ଟି ବସ୍ତି ରହିଛି । ଏହାମଧ୍ୟରୁ ୪୦ଟି ବସ୍ତିରେ କରୋନା ପଜିଟିଭ୍ ଚିହ୍ନଟ ହେଲେଣି । ପ୍ରାୟ ବସ୍ତି ପାଖାପାଖି ରହିଛି । ସବୁଠାରୁ ବଡ ବସ୍ତି ସାଲିଆ ସାହିରେ ମଧ୍ୟ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇଛି । ଯାହାକୁ ନେଇ ବିଏମସି ପ୍ରଶାସନର ନିଦ ହଜିଯାଇଛି । ବସ୍ତିରୁ ବସ୍ତିକୁ ବୁଲି ନମୂନା ସଂଗ୍ରହ ଓ ପରୀକ୍ଷଣ ଚାଲିଥିଲେ ମଧ୍ୟ ସ୍ଥାନୀୟ ସଂକ୍ରମଣ ବଢୁଛି । ୪୩୪ଟି ବସ୍ତିରେ ବିଏମସି ସର୍ଭେ କରିସାରିଲାଣି । ୪୩ହଜାରରୁ ଅଧିକ ବସ୍ତି ବାସିନ୍ଦାଙ୍କୁ ସର୍ଭେରେ ସାମିଲ କରାଯାଇଛି ।

ଜୁଲାଇ ସରିବାକୁ ଆହୁରି ୧୩ ଦିନ ବାକି । କିନ୍ତୁ, ଜୁଲାଇର ଭୟାବହତା ଛାତି ଧଡ଼ଧଡ଼ କଲାଣି । ହୋସ୍‌ ଉଡ଼ାଇ ଦେଲାଣି ରାଜଧାନୀର ୧୧ଟି ଅଞ୍ଚଳର ଆକ୍ରାନ୍ତ ସଂଖ୍ୟା । ଯାହାକି ଜୁଲାଇରେ ପାଲଟିଛି ନୂଆ ହଟ୍‌ସ୍ପଟ୍‌ । ରସୁଲଗଡ଼ରୁ ଖଣ୍ଡଗିରି, ଲକ୍ଷ୍ମୀସାଗରରୁ ପଟିଆ, ନୂଆଗାଁରୁ ନୂଆପଲ୍ଲୀ ଭିତରେ ରହିଛି ଏହି ବହୁଳ ସଂକ୍ରମିତ ଇଲାକା । ଏସବୁ ଅଞ୍ଚଳରେ ୨୦ରୁ ଅଧିକ ଲେଖାଏଁ ପଜିଟିଭ୍‌ ବାହାରିଛନ୍ତି ଶେଷ ୧୮ ଦିନ ଭିତରେ । ଯାହାକି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପ୍ରଶାସନର ହୋସ୍‌ ଉଡ଼ାଇ ଦେଇଛି । ଅଗଷ୍ଟରେ ସ୍ଥିତି ଆହୁରି ସଙ୍ଗୀନ ହେବ ବୋଲି ବିଶେଷଜ୍ଞମାନେ କହି ସାରିଲେଣି ।

ଜୁନ୍‌ ଭଳି ଜୁଲାଇରେ କରୋନା ବ୍ୟାପିବାରେ ଲାଗିଛି ମଞ୍ଚେଶ୍ୱର ଇଲାକାରେ । ଏଯାବତ୍‌ ୩୩ ପଜିଟିଭ୍‌ ଚିହ୍ନଟ ହେଲେଣି। ଡୁମୁଡୁମା ଲଗାତାର କରୋନା ହଟ୍‌ସ୍ପଟ୍‌ ପାଲଟିଛି । ଜୁନ୍‌ରେ ଏ ଅଞ୍ଚଳରୁ ମାଳମାଳ ଆକ୍ରାନ୍ତ ବାହାରିଥିଲେ । ଜୁଲାଇରେ ବି ଥମୁନି । ୨୭ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି ଜୁଲାଇ ପହିଲାରୁ ଆଜି ଯାଏଁ । ନୂଆଗାଁ ଭଳି ଗୋଟିଏ ଛୋଟ ଅଞ୍ଚଳରୁ ଜୁଲାଇର ୧୮ ଦିନରେ ୨୫ଜଣ ଆକ୍ରାନ୍ତ ବାହାରିଛନ୍ତି । ପ୍ରଥମେ ଗୋଟିଏ ପରିବାରର ବାପ, ପୁଅ କରୋନା ପଜିଟିଭ୍‌ ବାହାରିବା ପରେ କ୍ରମଶଃ ଗାଁରେ କରୋନା ବ୍ୟାପିବାରେ ଲାଗିଛି ।

ପୁରୁଣା ଭୁବନେଶ୍ୱର ଓ ଏହାର ପାଖାପାଖି ଅଞ୍ଚଳକୁ ବିଳମ୍ବରେ ପଶିଥିଲା କରୋନା । ମାତ୍ର ଏବେ ସ୍ଥିତି ଚିନ୍ତାଜନକ । ନିୟମିତ ଏସବୁ ଇଲାକାରୁ ଆକ୍ରାନ୍ତ ବାହାରୁଛନ୍ତି । ଚଳିତ ଜୁଲାଇରେ ଏଯାବତ୍‌ ୨୪ଜଣ ପଜିଟିଭ ବାହାରିଲେଣି । ରାଜଧାନୀର ବରମୁଣ୍ଡା ଅଞ୍ଚଳରୁ ପୂର୍ବରୁ ବିଶେଷ ଆକ୍ରାନ୍ତ ବାହାରୁନଥିଲେ । ଏବେ ସ୍ଥିତି ବିଗିଡ଼ଲାଣି । ୧୮ ଦିନ ଭିତରେ ୨୧ଜଣ ପଜିଟିଭ୍‌ ବାହାରିଛନ୍ତି ବରମୁଣ୍ଡା ଇଲାକାରୁ । ଏଥିରୁ ଅଧିକାଂଶ ସ୍ଥାନୀୟ ସଂକ୍ରମିତ। ଭରତପୁର, ଘାଟିକିଆ ଓ ଶ୍ୟାମପୁର ଅଞ୍ଚଳରୁ ୨୦ଜଣ ଆକ୍ରାନ୍ତ ବାହାରିଛନ୍ତି ଜୁଲାଇ ପହିଲାରୁ ଆଜି ଯାଏଁ । ଏସବୁ ଇଲାକାରେ ଥିବା ବସ୍ତି ଆକ୍ରାନ୍ତଙ୍କୁ ମିଶାଇଲେ ଏହି ସଂଖ୍ୟା ଢେର ଅଧିକ । ଯଦି ଏହି ସ୍ଥିତି ଲାଗି ରହେ ତେବେ ରାଜଧାନୀ ଗୋଷ୍ଠୀ ସଂକ୍ରମଣ ମୁହାଁ ହେବ ବୋଲି ଆଶଙ୍କା କରାଯାଉଛି ।

   Related Posts