ଭୁବନେଶ୍ଵର ପିଏନବି ଏଟିଏମ ଲୁଟ୍: ଟ୍ରାନଜିଟ୍ ରିମାଣ୍ଡରେ ଗଲେ ଭାଇଜାଗରୁ ଗିରଫ ଦୁଇ ସନ୍ଦିଗ୍ଧ ଲୁଟେରା, ଡେମୋ କରି ପୋଲିସ ଚଳାଇଛି ଛାନବିନ୍

Published By : Prameya-News7 Bureau | December 12, 2020 IST

ଭୁବନେଶ୍ଵର ୧୨।୧୨: ଭୁବନେଶ୍ଵର ପିଏନବି ଏଟିଏମ ଲୁଟର ଛାନଭିନ ଆରମ୍ଭ ହୋଇଛି।  ଭାଇଜାଗରେ ଗିରଫ ହୋଇଥିବା ଦୁଇ ଏଟିଏମ ଲୁଟେରାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି କମିସନରେଟ ପୋଲିସ । ଉଭୟଙ୍କୁ ଭୁବନେଶ୍ବର ଏସଡିଜେଏମ କୋର୍ଟରେ ହାଜର କରାଯିବା ପରେ ଦୁଇ ଲୁଟେରାଙ୍କୁ ତିନିଦିନ ପାଇଁ ରିମାଣ୍ଡରେ ନେଇ ସ୍ପେଶାଲ ସ୍କ୍ବାର୍ଡ ଆରମ୍ଭ କରିଛି ଖୋଳତାଡ। 

ଟ୍ରାନଜିଟ୍ ରିମାଣ୍ଡରେ ଆସିଲେ ଭାଇଜାଗରୁ ଗିରଫ ଦୁଇ ସନ୍ଦିଗ୍ଧ ଏଟିଏମ ଲୁଟେରା।  ଘଟଣାସ୍ଥଳରେ କରାଇଲେ ଡେମୋ। ଭୁବନେଶ୍ବର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ ଲୁଟ୍ ଘଟଣାର ଛାନଭିନ ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ ଭାଇଜାଗରୁ ଗିରଫ ହୋଇଥିବା ଦୁଇ ଏଟିଏମ ଲୁଟେରାଙ୍କୁ ଭୁବନେଶ୍ବର ଆଣିଛି କମିଶନରେଟ ପୋଲିସ। ଏମାନଙ୍କୁ ଭୁବନେଶ୍ବର ଏସଡିଜେଏମ କୋର୍ଟରେ ହାଜର କରାଯିବା ପରେ ତିନିଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ନେଇଛି। ପ୍ରଥମେ ପିଏନବି ଏଟିଏମ, ଯେଉଁଠି ଲୁଟ୍ ହୋଇଥିଲା ସେଠାକୁ  ଉଭୟଙ୍କୁ ନେଇ ଡେମୋ ଦେଖିଥିଲା ପୋଲିସ। କିଭଳି ଏଟିଏମ ତାଡିଥିଲେ ତାର ଖୁଲାସା କରିଥିଲେ । ଏହାପରେ ଗ୍ୟାସ ଟାଙ୍କି ନେଇ ପକାଇଥିବା ସ୍ଥାନ ଦେଖାଇଥିଲେ ଦୁଇ ଲୁଟେରା  । ଗ୍ୟାସ କଟରରେ ଏଟିଏମ କାଟିବା ସମୟରେ ଭିତରେ ଥିବା କିଛି ଟଙ୍କା ପୋଡି ଯାଇଥିଲା । ପୋଡା ଟଙ୍କା ଗୁଡିକ ପଟିଆର ଏକ  କେନାଲ ଭିତରେ ଫିଙ୍ଗି ଦେଇଥିଲେ । ସେଠାକୁ  ଯାଇ ଟଙ୍କା ଫିଙ୍ଗିଥିବା ସ୍ଥାନ ଦେଖାଇଥିଲେ ଦୁଇ ଲୁଟେରା ।

{"id":376556,"sizeSlug":"large","linkDestination":"none"}

ଗତ ଅକ୍ଟୋବର ୧୧ ତାରିଖରେ ପଟିଆ ପେଟ୍ରୋଲ ପମ୍ପ ପଛ ରାସ୍ତାରେ ଥିବା ପିଏନବି ଏଟିଏମକୁ ଗ୍ୟାସ କଟରରେ କାଟି ୨୮ ଲକ୍ଷ ଲୁଟ କରିଥିଲେ ଲୁଟେରା ।  ଟଙ୍କା ନେଇ ବିମାନ ଯୋଗେ ଦିଲ୍ଲୀ  ପଳାଇଥିଲେ ଦୁଇ ଲୁଟେରା ।  ସେଠାରେ ଦୁଇଟି ଏଟିଏମ ଲୁଟ କରିଥିଲେ.। ସେଠାରୁ ବାଏ ରୋଡ ଯାଇଥିଲେ ପଞାବ । ସେଠାରେ ମଧ୍ୟ ଦୁଇଟି ଏଟିଏମକୁ ତାଡିଥିଲେ। ସେଠାରୁ  ବେଙ୍ଗଳୁରୁ ପଳାଇଥିଲେ । ବେଙ୍ଗଳୁରୁରେ ଗୋଟିଏ ଏଟିଏମ ଲୁଟ କରିଥିଲେ । କମିସନରେଟ ପୋଲିସରର ସ୍ପେଶାଲ ସ୍କ୍ବାର୍ଡ ଏହି ଲୁଟେରାଙ୍କୁ ଧରିବା ପାଇଁ ଟ୍ରାକ କରୁଥିଲା।  ଭାଇଜାଗ ପୋଲିସ ଦ୍ବାରା ଧରା ପଡିଥିଲେ ଦୁଇଜଣ। ଯୋଗାଯୋଗରୁ ଜଣାଯାଇଥିଲା ଏମାନେ ଭୁବନେଶ୍ବର ଏଟିଏମ ଲୁଟ ସହ ସଂପୃକ୍ତ।  ଲୁଟେରା ଦୁଇ ଜଣ ହେଲେ ସମରଜିତ ସିଂ ଓ ଜାଫର ସାଦିକ  । ଏମାନଙ୍କୁ ଟ୍ରାନଜିଟ ରିମାଣ୍ଡରେ ଆଣି ଛାନଭିନ କରୁଛି କମିଶନରେଟ ପୋଲିସ। ତେବେ ପ୍ରାୟ କୋଟିଏରୁ ଅଧିକ ଟଙ୍କା ନେଇ ଫେରାର ଥିବା ଏହି ଲୁଟେରାଙ୍କ ନିକଟରୁ ମାତ୍ର ୨ ଲକ୍ଷ ୫୦ ହଜାର ଟଙ୍କା ଉଦ୍ଧାର କରାଯାଇଛି ।

{"id":376557,"sizeSlug":"large","linkDestination":"none"}

ଭୁବନେଶ୍ବର ଏଟିଏମ ଲୁଟ ପୁର୍ବରୁ ଭଦ୍ରକ ଓ ବାଲେଶ୍ବରରେ ମଧ୍ୟ ଏହି ଲୁଟେରା  ଏଟିଏମ ଲୁଟ ପାଇଁ ରେକି କରିଥିଲେ । ତେବେ ଲୁଟ ଟଙ୍କା ଗଲା କୁଆଡେ । ଏମାନଙ୍କ ସହିତ ଆଉ କିଏ କିଏ କିଏ ଲୁଟ ଘଟଣାରେ ସାମିଲ ଥିଲେ ଏସବୁର ଯାଞ୍ଚ ଚାଲିଛି । ରିମାଣ୍ଡ ସମୟରେ ସମସ୍ତ ବିଷୟର ଖୋଳତାଡ଼ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.