ସରକାରଙ୍କ ବ୍ୟାପକ ପ୍ରତିଷେଧମୂଳକ ପଦକ୍ଷେପ ଭୁବନେଶ୍ବରକୁ କରିଛି ସୁରକ୍ଷିତ- ସ୍ବାସ୍ଥ୍ୟ ସଚିବ

Published By : Prameya-News7 Bureau | April 18, 2020 IST

ଭୁବନେଶ୍ବର୧୮/୪: ଶନିବାର ରାଜ୍ୟ ସରକାରଙ୍କ ସାମ୍ବାଦିକ ସମ୍ବିଳନୀରେ ରାଜ୍ୟବାସୀଙ୍କୁ କରୋନା ସଂପର୍କୀତ ଖବର ପ୍ରଦାନ କରିଥିଲେ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ  ଏବଂ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ କିଶୋର ଧଳ। ଏହି ସାମ୍ବାଦିକ ସମ୍ମିଳନୀରେ  ସ୍ବାସ୍ଥ୍ୟ ସଚିବ କହିଥିଲେ, କରୋନା ସଂକ୍ରମଣ ରୋକିବାକୁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି। ସରକାରଙ୍କ ବ୍ୟାପକ ପ୍ରତିଷେଧମୂଳକ ପଦକ୍ଷେପ ଏବେ ରାଜଧାନୀ ଭୁବନେଶ୍ବରକୁ ସୁରକ୍ଷିତ କରିଛି ବୋଲି ଶ୍ରୀ ଧଳ କହିଥିଲେ।

ଶ୍ରୀ ଧଳ କହିଛନ୍ତି ଯେ, ଶୁକ୍ରବାର ୭୮୮ ନମୁନା ସଂଗ୍ରହ ହୋଇଥିଲା । ଶନିବାର ସକାଳୁ ୭୫୬ଟି ନମୁନା ସଂଗ୍ରହ କରାଯାଇଛି । ରାପିଡ ଟେଷ୍ଟ ପାଇଁ ଶିରାରୁ ରକ୍ତ ନମୁନା ସଂଗ୍ରହ କରାଯାଉଛି। ରାପିଡ ଟେଷ୍ଟରେ ୧୫ରୁ ୨୦ ମିନିଟ ଭିତରେ ରିପୋର୍ଟ ମିଳୁଛି । ନମୁନା ଟେଷ୍ଟିଂରେ ରିପୋର୍ଟ ପଜିଟିଭ ଆସିଲେ ଆଉ ଥରେ ସ୍ବାବ୍ ପରୀକ୍ଷା କରାଯାଉଛି । ଆମେ ଯେତେ ହସ୍ପିଟାଲ ଶଯ୍ୟା ପ୍ରସ୍ତୁତ କରିଛୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ମୁକାବିଲା ପାଇଁ ରାଜ୍ୟ ସରକାର କ୍ବିକ୍‌ ଆକ୍ସନ ନେଇଛନ୍ତି। ଭୁବନେଶ୍ୱରରେ ୧୫ରୁ ଅଧିକ ଆକ୍ରାନ୍ତ ହଟସ୍ପଟ ଅଂଚଳରୁ ହୋଇଥିବାରୁ ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଆକ୍ରାନ୍ତମାନଙ୍କ ଯାତ୍ରା ବିବରଣୀ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରାଯାଉଛି । ସେହି ଅନୁସାରେ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.