Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

କୋଭିଡ୍‌ ନିୟମ ଉଲ୍ଲଂଘନ : ଭୁବନେଶ୍ବର ୟୁନିଟ୍‌-୨ ମାର୍କେଟ୍‌ ବିଲ୍ଡିଂ ସିଲ୍‌

28/04/2021 at 6:40 PM

ଭୁବନେଶ୍ବର ୨୮/୦୪ : ଭୁବନେଶ୍ବର ସ୍ଥିତ ମାର୍କେଟ୍ ବିଲ୍ଡିଂ ସିଲ୍ । କୋଭିଡ୍‌ ନିୟମ ଉଲ୍ଲଂଘନ ପାଇଁ ସିଲ କରିଛି ଭୁବନେଶ୍‌ବର ମ୍ୟୁନିସିପାଲିଟି କର୍ପୋରେସନ୍‌ । ଭୁବନେଶ୍ବର ୟୁନିଟ୍‌-୨ ମାର୍କେଟ୍‌ ବିଲ୍ଡିଂ ୪୮ ଘଣ୍ଟା ପାଇଁ ସିଲ୍‌ କଲା ବିଏମ୍‌ସି । ବାରମ୍ବାର ଚେତାଇବା ପରେ ମଧ୍ୟ ଲୋକମାନେ ଗାଇଡ୍‌ଲାଇନ୍‌ ମାନୁନଥିବାରୁ ବିଏମସି ଏଭଳି ପଦକ୍ଷେପ ନେଇଛି । କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗ ପରେ ବିଏମସି ଏବଂ କମିସନରେଟ୍‌ ପୋଲିସ ପକ୍ଷରୁ ମଳିତ ଚଢଉ କରାଯାଇଥିଲା । ଚଢଉ ବେଳେ ଲୋକମାନେ କୋଭିଡ୍ ନିୟମକୁ ଫୁ କରି ପ୍ରବଳ ଭିଡ ଜମାଇଥିଲେ । ତେବେ ବାଧ୍ୟ ହୋଇ ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ଭୁବନେଶ୍ବର ୟୁନିଟ୍‌-୨ ମାର୍କେଟ୍‌ ବିଲ୍ଡିଂକୁ ୪୮ ଘଣ୍ଟା ପାଇଁ ସିଲ କରିଛି ବଏମସି । ତେବେ ୪୮ ଘଣ୍ଟା ପରେ ମଧ୍ୟ ବନ୍ଦ ରହିବ ମାର୍କେଟ୍‌ । ଗୁରୁବାର ଏବଂ ଶୁକ୍ରବାର ମାର୍କେଟ୍‌ ବିଲ୍ଡିଂ ସିଲ ଥିବାରୁ ବନ୍ଦ ରହିବ । ଏହା ପରେ ଶନିବାର ଏବଂ ରବିବାର ସପ୍ତାହାନ୍ତ ସଟ୍‌ଡାଉନ୍‌ ଥିବାରୁ ମାର୍କେଟ୍‌ ବନ୍ଦ ରହିବ । ଆସନ୍ତା ସୋମବାର ଦିନ ଠାରୁ ସ୍ବାଭାବିକ ହେବ ମାର୍କେଟ୍‌ ବିଲ୍ଡିଂ ।

   Related Posts