Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

କ୍ରାଇମ କ୍ୟାପିଟାଲ କୁହାଯାଉଥିବା କଟକକୁ ଟପିଲା ରାଜଧାନୀ : ୫ବର୍ଷରେ ୨୫୦ ହତ୍ୟାକାଣ୍ଡ, ଅସୁରକ୍ଷିତ ଜନଜୀବନ

19/12/2018 at 7:46 PM

ଭୁବନେଶ୍ବର ୧୯|୧୨: କ୍ରାଇମ ରେକର୍ଡ଼ରେ କଟକକୁ ଟପିଗଲାଣି ରାଜଧାନୀ ଭୁବନେଶ୍ବର । ଗଲା ୫ବର୍ଷର ହିସାବ ଦେଖିଲେ ଏୟା ହିଁ ଅନୁମାନ କରି ହେଉଛି ।ଏହି ସମୟ ଭିତରେ କଟକରେ ୧୫୯ଟି ହତ୍ୟାକାଣ୍ଡ ଘଟିଥିବା ବେଳେ ରେକର୍ଡ଼ କହୁଛି ଭୁବନେଶ୍ବରରେ ଘଟିଛି୨୫୦ ମର୍ଡ଼ର କେସ୍‌ । କ୍ରାଇମ କନ୍‌ଟ୍ରୋଲ ପାଇଁ କମିଶନରେଟ୍‌ ପୋଲିସ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଥିଲେ ମଧ୍ୟ ଅପରାଧରେ ଲାଗିପାରୁନି ଲଗାମ୍‌ । ପୂର୍ବତନ ପୋଲିସ ମୁଖ୍ୟଙ୍କ ଯୁକ୍ତି ଆବଶ୍ୟକ ସଂଖ୍ୟକପୋଲିସ କର୍ମଚାରୀ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । 

ଦିନ ଥିଲା ଗ୍ୟାଙ୍ଗଷ୍ଟରଙ୍କ କବ୍‌ଜାରେ ଥିଲାକଟକ ସହର । କଥା କଥାକେ ଗର୍ଜୁଥିଲା ମାଉଜର । ଫୁଟୁଥିଲା ଗୁଳି ଆଉ ବୋମା । ଟେଣ୍ଡର ଫିକ୍ସିଂ, ମର୍ଡର, ଅପହରଣ, ଦାଦାବଟି ସବୁ କିଛି ଚଳାଇଥିଲେ ଦୁର୍ଦ୍ଦାନ୍ତ ଅପରାଧୀ । ହେଲେ ସେମାନଙ୍କ ଭିତରୁ ଅଧିକାଂଶ ଏବେ ଜେଲ୍‌ ହାଜତ ଭିତରେ ସଜା କାଟୁଛନ୍ତି । ଫଳରେ କଟକରେ କ୍ରାଇମ୍‌ କମିଛି । ଯାହା କଟକବାସୀଙ୍କୁସାମାନ୍ୟ ଆଶ୍ବସ୍ଥି ଦେଇଛି ବୋଲି କହିପାରିବା ।ଗଲା ୫ବର୍ଷର ରେକର୍ଡ଼ ଦେଖିଲେ କଟକରେ ୧୫୯ଟି ହତ୍ୟାକାଣ୍ଡଘଟିଛି । ହେଲେ ପୂର୍ବରୁ ଶାନ୍ତ ଥିବା ରାଜଧାନୀ ଭୁବନେଶ୍ବର କ୍ରାଇମ୍‌ ରେକର୍ଡ଼ ଚିନ୍ତା ବଢ଼ାଇଛି। ଏହି ସମୟ ଭିତରେ ଭୁବନେଶ୍ବରରେ ହତ୍ୟାକାଣ୍ଡ ସଂଖ୍ୟା ୨୫୦ ଛୁଇଁଛି । ତଥ୍ୟ ଅନୁସାରେ….. 

୨୦୧୨ରେ କଟକରେ ୩୩ଟି ହତ୍ୟାକାଣ୍ଡ ଘଟିଥିବା ବେଳେ ଭୁବନେଶ୍ବରରେ ୪୫ ହତ୍ୟାଘଟଣା ରେକର୍ଡ଼ ହୋଇଛି । ୨୦୧୩ରେ କଟକରେ ୩୩,  ଭୁବନେଶ୍ବରରେ ୪୮, ୨୦୧୪ରେ କଟକରେ ୩୪ ଭୁବନେଶ୍ବରରେ ୪୨, ୨୦୧୫ରେ କଟକରେ ୧୭ ଭୁବନେଶ୍ବରରେ ୪୪, ୨୦୧୬ରେ କଟକରେ ୨୦ ଭୁବନେଶ୍ବରରେ ୪୪, ୨୦୧୭ରେ କଟକରେ ୨୨ ଭୁବନେଶ୍ବରରେ ୨୭ ଏବଂ ୨୦୧୮ରେଗଲା ୬ମାସର ରେକର୍ଡ କହୁଛି କଟକରେ ୯ ଏବଂ ଭୁବନେଶ୍ବରରେ ୧୮ ହତ୍ୟା ଘଟଣା ସାମ୍ନାକୁ ଆସିଛି । 

ସେପଟେ ଏଭଳି ପ୍ରସଙ୍ଗରେ  ପୂର୍ବତନ ପୋଲିସ ମୁଖ୍ୟଙ୍କ ଯୁକ୍ତି, ରାଜଧାନୀରେ ଯେଉଁ ପରିମାଣରେ ଅପରାଧ ବଢ଼ୁଛି ତାକୁ ନିୟନ୍ତ୍ରଣ କରିବାକୁ ଆବଶ୍ୟକ ସଂଖ୍ୟକ ପୋଲିସ କର୍ମଚାରୀନାହାନ୍ତି । ପୋଲିସ ଆକ୍ଟରେ ମଧ୍ୟ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି ।

କଟକକୁ ପଛରେ ପକାଇଛି ଭୁବନେଶ୍ବର

ଗଲା ୫ବର୍ଷର ରେକର୍ଡ଼ (ହତ୍ୟାକାଣ୍ଡ)

                   କଟକ                     ଭୁବନେଶ୍ବରରେ

୨୦୧୨ –       ୩୩                       ୪୫

୨୦୧୩ –       ୩୩                       ୪୮

୨୦୧୪         ୩୪                      ୪୨

୨୦୧୫ –       ୧୭                        ୪୪

୨୦୧୬ –       ୨୦                        ୪୪

୨୦୧୭-        ୨୨                       ୨୭

୨୦୧୮ –                                ୧୮ ( ଗଲା ୬ମାସରେ)

   Related Posts