ଆଜିଠୁ ଭୁବନେଶ୍ବରରୁ ଜୟପୁରକୁ ସିଧାସଳଖ ଉଡିବ ବିମାନ, ସପ୍ତାହକୁ ୩ ଥର ମିଳିବ ସେବା

Published By : Prameya-News7 Bureau | November 02, 2021 IST

ଭୁବନେଶ୍ବର ୨।୧୧: ରାଜ୍ୟ ସରକାରଙ୍କ ଆର୍ଥିକ ସହଯୋଗରେ ଆଜିଠାରୁ ଭୁବନେଶ୍ବରରୁ ଜୟପୁରକୁ ଉଡିବ ବିମାନ । ଇଣ୍ଡିଗୋ ଫ୍ଲାଇଟର ଏହି ସେବା ସପ୍ତାହକୁ ୩ ଥର ମିଳିବ । ପ୍ରତ୍ୟେକ ସପ୍ତାହରେ ମଙ୍ଗଳବାର, ଗୁରୁବାର ଓ ଶନିବାର ବିମାନ ଚଳାଚଳ କରିବ । ଏହି ତିନି ଦିନ ରାତି ୯ଟା ୪୦ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରୁ ବିମାନ ଛାଡିବ । ପ୍ରତ୍ୟେକ ରାଉଣ୍ଡ ଟ୍ରିପ୍ ପିଛା ରାଜ୍ୟ ସରକାରଙ୍କୁ ୭୫ ହଜାର ଟଙ୍କା ଦେବାକୁ ପଡିବ ।

ଏହା ସହିତ ଡିସେମ୍ବର ୨ରୁ ଭୁବନେଶ୍ବରରୁ ଗୋଆ ମଧ୍ୟରେ ବିମାନ ଚଳାଚଳ କରିବ । ଗୋଆକୁ ସପ୍ତାହର ସବୁ ଦିନ ଇଣ୍ଡିଗୋ ବିମାନ ଚାଲିବ ବୋଲି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ଡ଼ ପ୍ରଭାତ ରଞ୍ଜନ ବେଉରିଆ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.