ଭୁବନେଶ୍ବରକୁ ୨ଟି ଅର୍ବାନ ପୋଲିସ ଜିଲ୍ଲାରେ ଭାଗ କରାଯିବ : ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ଡିଜିପି

Published By : Prameya-News7 Bureau | January 10, 2019 IST

ଭୁବନେଶ୍ବରକୁ ୨ଟି ଅର୍ବାନ ପୋଲିସ ଜିଲ୍ଲାରେ ଭାଗ କରାଯିବ । ରାଜ୍ୟ ସରକାରଙ୍କୁ ଏହି ପ୍ରସ୍ତାବ ଦିଆଯାଇଛି ବୋଲି କମିଶନରେଟ ପୋଲିସର ୧୧ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା । ଏହି ଅବସରରେ ଉଲ୍ଲେଖନୀୟ କାମ କରିଥିବା ପୋଲିସ କର୍ମଚାରୀଙ୍କୁ ସମ୍ମାନୀତ କରିଥିଲେ  ଡିଜିପି । …

ଦିନକୁ ଦିନ ଭୁବନେଶ୍ବରର କାୟା ବୃଦ୍ଧି ପାଉଛି । ସେହି ହାରରେ ଅପରାଧିକ କାର୍ଯ୍ୟକଳାପ ବି ବଢିଛି । ଏହାର ନିୟନ୍ତ୍ରଣ ପାଇଁ ଭୁବନେଶ୍ବରକୁ ୨ଟି ଅର୍ବାନ ଜିଲ୍ଲା କରିବାକୁ ପ୍ରସ୍ତାବ ଦେଇଛନ୍ତି ପୋଲିସ ଡିଜିପି । ଜଟଣୀ,  ଯାଁଳା, ତମାଣ୍ଡୋ, ଚନ୍ଦକା, ନନ୍ଦନକାନନ, ଇମ୍ଫୋସିଟି ଓ ଚନ୍ଦ୍ରଶେଖରପୁର ଥାନାକୁ ଗୋଟିଏ ଅର୍ବାନ ଜିଲ୍ଲା କରାଯିବ । ଜଣେ ଡିସିପି ଏହି ଥାନା ଦାୟିତ୍ବରେ ରହିବେ । ସେହିପରି ଖଣ୍ଡଗିରି, ନୟାପଲ୍ଲୀ, ସହିଦନଗର, ମଞ୍ଚେଶ୍ବର, ଖାରବେଳନଗର, କ୍ୟାପିଟାଲ, ବରଗଡ ଓ ଏୟାରଫିଲ୍ଡ ଥାନା ରହିବ ଅନ୍ୟ ଜଣେ ଡିସିପିଙ୍କ ଦାୟିତ୍ବରେ । ଯାହାର ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କର ଅନୁମୋଦନ ପାଇଁ ପଠାଇଛନ୍ତି ପୋଲିସ ଡିଜି । କମିଶନରେଟ ପୋଲିସର ୧୧ତମ ରାଇଜିଂ ଡେରେ ମୁଖ୍ୟ ଅତିଥିଥି ଭାବେ ଯୋଗ ଦେଇ ପୋଲିସ ଡିଜି ଡାକ୍ତର ଆର.ପି ଶର୍ମା ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । କମଶସନରେଟ ପୋଲିସର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଥିଲେ ପୋଲସ ଡିଜି ଓ କମିସନର ।

{"id":72542}

ପୋଲିସ ରାଇଜିଂଡେ ରେ କଟକ ଓ ଭୁବନେଶ୍ବରରେ ଥିବା ପୋଲିସ କର୍ମଚାରୀଙ୍କ ଉଲ୍ଲେଖନୀୟ କାମ ପାଇଁ ସେମାନଙ୍କୁ ସମ୍ମାନୀତ କରାଯାଇଥିଲା । ହାତରେ ମୋମେଣ୍ଟୋ ଓ ପୋଲିସ ଡିଜିଙ୍କ ଠାରୁ ପାଇଥିବା ସମ୍ମାନପତ୍ର ଧରି ବେଶ ଖୁସି ଥିଲେ ଆୱାର୍ଡଡେ ପୋଲିସ କର୍ମଚାରୀ । ଆଗକୁ କାମ କରିବା ପାଇଁ ଏହା ପ୍ରେରଣା ଯୋଗାଇବ ବୋଲି ସେମାନେ କହିଛନ୍ତି କଟକ ଏସିପି ଅନିଲ କୁମାର ମିଶ୍ର ଏବଂ ଭାରପ୍ରାପ୍ତ ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି ।

{"id":72543}

କଟକ ଭୁବନେଶ୍ବରରେ ଲୋକସଂଖ୍ୟା ଏବେ ୧୬ ରୁ ୧୭ ଲକ୍ଷ। ତା ଅନୁପାତରେ  କମିଶନରେଟ ଅଧିନରେ ଥିବା ଥାନା ଗୁଡିକରେ କର୍ମଚାରୀ ସଂଖ୍ୟା ବହୁତ କମ। ତେଣୁ ଅପରାଧିକ କାର୍ଯ୍ୟକଳାପ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଦିଗରେ କାମ କରିବାକୁ ଡିଜିପି ଆହ୍ବାନ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.