ଭୁବନେଶ୍ବରରୁ ଅହମ୍ମଦାବାଦକୁ ସିଧାସଳଖ ବିମାନସେବା ଆରମ୍ଭ ହେବ

Published By : Prameya-News7 Bureau | August 30, 2018 IST

ଭୁବନେଶ୍ବର ୩୧|୮: ଆସନ୍ତା ସେପ୍ଟେମ୍ବର ୩ ରୁ ଭୁବନେଶ୍ବରରୁ ଅହମ୍ମଦାବାଦକୁ ସିଧାସଳଖ ବିମାନ ଉଡାଣ ହେବ । ଏନେଇ ଇଣ୍ଡିଗୋ ପକ୍ଷରୁ ଉଡାଣ ସୂଚୀ ବିଜୁ ପଟ୍ଟନାୟକ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଦିଆଯାଇଛି । ସେପ୍ଟେମ୍ବର ୧ ରୁ ଅକ୍ଟୋବର ୨୭ ଯାଏ ଉଡାଣ ସୂଚୀ ଦିଆଯାଇଛି । ଏଥିରେ ଭୁବନେଶ୍ବରରୁ ଅହମ୍ମଦାବାଦକୁ ସପ୍ତାହକୁ ୩ ଦିନ ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ଉଡାଣ କରିବ । ବିମାନ ୬ଇ୯୫୩ ଅହମ୍ମଦାବାଦରୁ ସକାଳ ୮ଟା ୫୫ରେ ଛାଡି ଭୁବନେଶ୍ବରରେ ପୂର୍ବାହ୍ନ ୧୧ଟା ୨୦ରେ ପହଞ୍ଚିବ । ଭୁବନେଶ୍ବରରୁ ପୂର୍ବାହ୍ନ ୧୧ଟା ୫୦ରେ ଉଡାଣ କରି ଅପରାହ୍ନ ୨ଟା ୧୦ରେ ଅହମ୍ମଦାବାଦରେ ପହଞ୍ଚିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.