ଆଜିଠାରୁ ଭୁବନେଶ୍ବରରୁ ଅହମ୍ମଦାବାଦକୁ ସିଧା ବିମାନସେବା

Published By : Prameya-News7 Bureau | September 03, 2018 IST

ଭୁବନେଶ୍ବର ୩|୯: ଆଜିଠୁ ଭୁବନେଶ୍ବରରୁ ଅହମ୍ମଦାବାଦକୁ ସିଧା ବିମାନ ସେବା। ଏନେଇ ଇଣ୍ଡିଗୋ କର୍ତ୍ତୃପକ୍ଷ ଉଡାଣ ସୂଚୀ ବିଜୁ ପଟ୍ଟନାୟକ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଦେଇଛନ୍ତି । ସେପ୍ଟେମ୍ବର ୧ରୁ ଅକ୍ଟୋବର ୨୭ ଯାଏ ଉଡାଣ ସୂଚୀ ଦିଆଯାଇଛି । ଏଥିରେ ଭୁବନେଶ୍ବରରୁ ଅହମ୍ମଦାବାଦକୁ ସପ୍ତାହକୁ ୩ ଦିନ ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ଉଡାଣ କରିବ । ବିମାନ ୬ଇ୯୫୩ ଅହମ୍ମଦାବାଦରୁ ସକାଳ ୮ଟା ୫୫ରେ ଛାଡି ଭୁବନେଶ୍ବରରେ ପୂର୍ବାହ୍ନ ୧୧ଟା ୨୦ରେ ପହଞ୍ଚିବ । ସେହିପରି ଭୁବନେଶ୍ବରରୁ ପୂର୍ବାହ୍ନ ୧୧ଟା ୫୦ରେ ଉଡାଣ କରି ଅପରାହ୍ନ ୨ଟା ୧୦ରେ ଅହମ୍ମଦାବାଦରେ ପହଞ୍ଚିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.