ଭୁବନେଶ୍ୱର ରେଳ ଷ୍ଟେସନରେ ଡ଼ାକ୍ତର ରବୀନ୍ଦ୍ର ରଥଙ୍କ ମୃତ୍ୟୁ ପଛରେ ଅଜଣା ମହିଳାଙ୍କ ହାତ?

Published By : Prameya-News7 Bureau | August 27, 2018 IST

ଭୁବନେଶ୍ବର ୨୭|୮: ଶନିବାର ଦିନ ଭୁବନେଶ୍ବର ରେଳଷ୍ଟସନରୁ ସନ୍ଦେହ ଜନକଭାବେ ଉଦ୍ଧାର ହୋଇଥିଲା ଶିଶୁରୋଗ ଡାକ୍ତର ରବିନ୍ଦ୍ର ରଥଙ୍କ ମୃତ ଦେହ । ଘଟଣାକୁ ୩୬ଘଣ୍ଟା ବିତିଯାଇଥିଲେ ମଧ୍ୟ ରହସ୍ୟ ଉପରୁ ପରଦା ଉଠାଇବାରେ ବିଫଳ ହୋଇଛି ଜିଆରପି ପୋଲିସ। ସୋମବାର ଏହି ଘଟଣାରେ ବିଭିନ୍ନ ଲୋକଙ୍କୁ ପଚରା ଉଚୁରା କରାଯାଇଛି ।ଡାକ୍ତର ରବିନ୍ଦ୍ରଙ୍କ ମୃତ୍ୟୁ ପଛର କିହାଣି ଖୋଜୁଛି ଜିଆରପି ପୋଲିସ। ଏହି ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଜିଆରପି ଥାନା ରେ ବିଭିନ୍ନ ଲୋକଙ୍କ ବୟାନ ରେକର୍ଡ କରାଯାଇଛି। ଗତ 25 ତାରିଖରେ ଡାକ୍ତରଙ୍କ ମୃତଦେହ ଭୂବନେଶ୍ୱର ରେଳ ଷ୍ଟେସନରୁ ମିଳିବାପରେ ତାଙ୍କ ପରିବାର ଲୋକ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଜିଆରପି ପୋଲିସ ତଦନ୍ତ ଚଳାଇଥିଲେ ମଧ୍ୟ ଅଡ଼ୁଆ ସୁତା ଫିଟାଇବାରେ ସଖ୍ୟମ ହୋଇପାରିନାହିଁ। ଅନ୍ୟପଟେ ମୃତଦେହ ପାଖରୁ ମିଳିଥିବା ଡ଼ାକ୍ତରଙ୍କ ମୋବାଇଲରୁ ସମସ୍ତ କଲ ରେକର୍ଡ଼ ଡିଲିଟ ହେଲା କିପରି ତାହା ଏବେ ଘଟଣାକୁ ଅଧିକ ରହସ୍ୟମୟ କରୁଛି । ମରିବା ପୂର୍ବରୁ ଡାକ୍ତର ରବିନ୍ଦ୍ର କଥା ହୋଇଥିବା ଏକ ଘରୋଇ ଡ଼ାକ୍ତରଖାନାର ଜଣେ କର୍ମଚାରୀ ଓ ତାଙ୍କ ସ୍ତ୍ରୀଙ୍କୁ ଡାକି ବୟାନ ରକର୍ଡ କରିଛି ଜିଆରପି ପୋଲିସ। ସେଦିନର ପ୍ରତଖ୍ୟଦର୍ଶୀଙ୍କ କହିବା ଅନୁଯାୟୀ ରେଳ ଷ୍ଟେସନରେ ପଡିଥିବା ଲୋକ ବଚିଥିଲେ ।ହେଲେ କିଛି କହିବା ଆଗରୁ ତାଙ୍କର ମୃତ୍ୟୁ ଘଟିଥିଲା।ସେପଟେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ପରିବାର ଲୋକେ ଦାବି କରିଛନ୍ତି। -ତେବେ ଡାକ୍ତର ରବିନ୍ଦ୍ର ସେଦିନ କାହା ଫୋନକଲ ପାଇ ଷ୍ଟେସନ ଯାଇଥିଲେ। ମୃତ୍ୟୁ ପୂର୍ବରୁ କାହା ସହିତ ଦିର୍ଘ ସମୟ ଧରି କଥା।ହୋଇଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଏହା ପଛରେ କେହି ମହିଳା ଙ୍କ ହାତ ରହିଛି। ଏହା ଯଦି ସତ ତାହେଲେ କିଏ ସେହି ମହିଳା ଓ ତାର କଣ ଉଦ୍ଦେଶ୍ୟ ଥିଲା ତାହା ଏବେ ପୋଲିସର ମୁଣ୍ଡ ବଥାର କାରଣ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.