ଅମ୍ଫାନ୍ ବଦଳାଇଦେଲା ରଙ୍ଗ, ବାତ୍ୟା ଯିବା ପରେ ଆକାଶର ରଙ୍ଗ ହୋଇଗଲା ଗୋଲାପୀ ଓ ବାଇଗଣୀ
22/05/2020 at 12:03 PM

ଭୁବନେଶ୍ୱର ୨୨।୦୫: ବୁଧବାର ଦିନ ବାତ୍ୟା ଅମ୍ଫାନର ପଶ୍ଚିମବଙ୍ଗ ଏବଂ ଓଡିଶାର ତାଣ୍ଡବ ରଚିଥିଲା । ଏହାର ପ୍ରବାହରେ ଉଭୟ ରାଜ୍ୟରେ ବହୁତ କ୍ଷୟକ୍ଷତି ହୋଇଛି । ବିଶେଷକରି ପଶ୍ଚମବଙ୍ଗରେ ଅଧିକ କ୍ଷୟକ୍ଷୟି ହୋଇଛି । ତେବେ ବୁଧବାର ଦିନ ବାତ୍ୟା ଓଡିଶା ଅତିକ୍ରମ କରିବା ପରେ ଭୁବନେଶ୍ୱର ଆକାଶରେ ଏକ ଅଦ୍ଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା । ଆକାଶରେ ବାଦଲ ଗୁଡିକ ଗୋଲାପୀ ଓ ବାଇଗଣୀ ରଙ୍ଗର ତରଙ୍ଗ ହୋଇଥିବାର ଦେଖିବାକୁ ମିଳିଥିଲା ।
Skies turn pink in #Bhubaneswar after Cyclone Amphan makes landfall pic.twitter.com/JDgUo3DAsz
— Meet Khant (@meetkhant) May 21, 2020
ସୂଚନାଯୋଗ୍ୟ ଯେ, ବାତ୍ୟା ଓଡିଶା ଅତିକ୍ରମ କରିବାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗରେ ପରିବର୍ତ୍ତନ ହେବାରେ ଲାଗିଥିଲା । ଏପରିକି ଭୁବନେଶ୍ୱର ଆକାଶର ରଙ୍ଗରେ ପରିବର୍ତ୍ତନ ହୋଇଥିଲା । ଆକାଶର ରଙ୍ଗ ବଦଳିବା ଦ୍ୱାରା ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା । ଆକାଶର ରଙ୍କ ଧୀରେ ଧୀରେ ବଦଳି ଗୋଲାପୀ ଓ ବାଇଗଣୀ ହୋଇଯାଇଥିଲା । ଯାହାଫଳରେ ଆକାଶ ମନୋରମ ଭଳି ଲାଗିଥିଲା ।
After passing cyclone then the next few minutes the sky is pink at Bhubaneswar.. pic.twitter.com/MT6HNhRXql
— Abhijit Dhal (@DhalAbhijit2000) May 21, 2020
କିଛି ସମୟ ଧରି ଭୁବନେଶ୍ୱର ଆକାଶରେ ଏହିଭଳି ରଙ୍ଗ ଦେଖିବାକୁ ମିଳିଥିଲା । ଯାହାକି ସାଧାରଣ ଲୋକମାନଙ୍କ ବହୃତ ଆକୃଷ୍ଟ କରିଥିଲା । ବିଭିନ୍ନ ସ୍ଥାନରେ ଲୋକମାନେ ଏହାକୁ ଦେଖି ଫଟୋ ଉଠାଇବାକୁ ଲାଗିଥିଲେ । ଏବଂ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଆକାଶରେ ଏହିଭଳି ଦୃଶ୍ୟ ଅନେକଙ୍କ ପାଇଁ ଏକ ମନୋରମ ଥିଲା ।
Sky is pink #CycloneAmphan #AmphanSuperCyclone #Bhubaneswar pic.twitter.com/clREek7Gw8
— Niharika Sahoo (@niharikasahoo) May 20, 2020
ପଶ୍ଚିମବଙ୍ଗରେ ସାମୁଦ୍ରିକ ମହାବାତ୍ୟା ଅମ୍ପନ ମହାତାଣ୍ଡବ ରଚିଛି। ରାଜ୍ୟରେ ୭୨ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିଲେ ସୁଦ୍ଧା ଏହି ସଂଖ୍ୟା ଯଥେଷ୍ଟ ଅଧିକ ହେବା ଆଶଙ୍କା କରାଯାଉଛି। କେବଳ କୋଲକାତାରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମହାବାତ୍ୟାର ଏହି କ୍ଷୟକ୍ଷତିକୁ ଗୋଟିଏ ଶବ୍ଦରେ ‘ସର୍ବନାଶ’ ବୋଲି କହିବା ସହ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାପାଇଁ ଘୋଷଣା କରିଛନ୍ତି।
ଏହାସହିତ ମୃତକଙ୍କ ପରିବାର ଯଦି ଅର୍ଥନୈତିକ ଦିଗରୁ ଦୁର୍ବଳ ଥାଆନ୍ତି, ତା’ହେଲେ ସେମାନଙ୍କ ଘର ତିଆରି କରିଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅମ୍ପନର ମାଡ଼ରେ ପଶ୍ଚିମବଙ୍ଗର ମୋଟ ୮ଟି ଜିଲା କୋଲକାତା, ପୂର୍ବ ଓ ପଶ୍ଚିମ ମେଦିନିପୁର, ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା, ହୁଗୁଳି, ହାଓଡ଼ା ଏବଂ ପୁରୁଲିଆ ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ହଜାର ହଜାର ଘର ଭାଙ୍ଗିପଡ଼ିଥିବା ବେଳେ କୃଷି କ୍ଷେତ୍ରରେ ବ୍ୟାପକ କ୍ଷତି ଘଟିଛି। ୭ ଦିନ ଭିତରେ ସଂପୂର୍ଣ୍ଣ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି। ଏପଟେ ଆଜି ପ୍ରଧାନମନ୍ତ୍ରୀ ଆକଶମାର୍ଗରୁ ପଶ୍ଚିମବଙ୍ଗର ସ୍ଥିତି ଅନୁଧ୍ୟାନ କରୁଛନ୍ତି ।