Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଓଡ଼ିଶାରେ ହିଁ ୨୦୨୩ ହକି ବିଶ୍ବକପ୍ : କଳିଙ୍ଗ ଷ୍ଟାଡିୟମରେ ୧୮ ବିଶ୍ବକପ ବର୍ଷେ ପୂର୍ତ୍ତି ଅବସରରେ ହେଲା ଘୋଷଣା

27/11/2019 at 6:53 PM

ଭୁବନେଶ୍ବର ୨୭/୧୧: ପୁଣି ଓଡ଼ିଶାରେ ହେବ ହକି ବିଶ୍ବକପ। ୨୦୨୩ ହକି ବିଶ୍ବକପ ଓଡ଼ିଶାରେ ହେବ।  ଆଜି କଳିଙ୍ଗ ଷ୍ଟାଡ଼ିୟମରେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୮ ହକି ବିଶ୍ବକପ ୧ ବର୍ଷ ପୂର୍ତ୍ତି ଉପଲକ୍ଷେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ।

ଏଥିରେ ମୁଖ୍ୟମନ୍ତ୍ରୀ ୨୦୨୩ ହକି ବିଶ୍ବକପ ଓଡ଼ିଶାରେ ଆୟୋଜନ ହେବ ବୋଲି ଘୋଷଣା କରିବା ସହିତ ଏଥର ଭୁବନେଶ୍ବର ଏବଂ ରାଉରକେଲାରେ ଖେଳାଯିବ ମ୍ୟାଚ।  ୨୦୨୩ ହକି ବିଶ୍ବକପ ପାଇଁ  ବିଡିଂ ହୋଇଥିଲା।  ଭାରତ ସହିତ ମାଲେସିଆ, ବେଲଜିୟମ ଥିଲେ। ତେବେ ସିରିଜ ରାଉଣ୍ଡରେ ହୋଇଥିବା ବିଡିଂରେ ଭାରତ ବିଜୟୀ ହୋଇଥିଲା।  ଏବଂ ହକି ଇଣ୍ଡିଆ ପୁଣି ଥରେ ଓଡ଼ିଶାକୁ ଭେନ୍ୟୁ ପାଇଁ ବାଛି ଥିବା ବେଳେ ଓଡ଼ିଶା ସରକାରଙ୍କୁ ପାର୍ଟନର ଭାବେ ଚୟନ କରାଯାଇଥିଲା। ହକି ବିଶ୍ବକପ ଇତିହାସରେ ଏହା ପ୍ରଥମ ଥର ହୋଇଛି ଗୋଟିଏ ଦେଶ ଲଗାତର ଭାବେ ଦୁଇଟି ବିଶ୍ବକପ ଆୟୋଜନ କରିଛି ଏବଂ ତାହା ପୁଣି ଗୋଟିଏ ଭେନ୍ୟୁରେ ହୋଇଛି।  ତେବେ ଏଥର ଭୁବନେଶ୍ବର ଏବଂ ରାଉରକେଲାରେ ମ୍ୟାଚ ଖେଳାଯିବା ଲାଗି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। 

ହକିର ଏନ୍ତୁଡ଼ି ଶାଳା ଭାବେ ରାଉରକେଲାର ପାନପୋଷ ହଷ୍ଟେଲ ଜଣାଯାଇଥାଏ। ତେଣୁ ହକି ପାଇଁ ସୁନ୍ଦରଗଡ଼ର ଅବଦାନକୁ ସମ୍ମାନ ଜଣାଇ ରାଉରକେଲାକୁ ଦ୍ବିତୀୟ ଭେନ୍ୟୁ କରିବା ଲାଗି ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଯାହାକୁ ହକି ଇଣ୍ଡିଆ ଗ୍ରହଣ କରିଛି।  ଫଳରେ ବିଶ୍ବ ହକି ମ୍ୟାପରେ ଏବେ ରାଉରକେଲା ଏବଂ ସୁନ୍ଦରଗଡ଼ ସ୍ଥାନ ପାଇବ।  ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ରରେ ହକି ଟ୍ରେନିଂ ସେଣ୍ଟରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।  ବର୍ଷକ ମଧ୍ୟରେ ଯେଉଁଭଳି ଟ୍ରେନିଂ ଟର୍ଫ ତିଆରି କରାଯିବ ସେଭଳି  ହକି ଟର୍ଫ ୟୁରୋପରେ ମଧ୍ୟ ନାହିଁ ।

ଏଥିସହିତ ମୁଖ୍ୟମନ୍ତ୍ରୀ ୨୦୧୮ ହକି ବିଶ୍ବକପ ଉପରେ ପର୍ଯ୍ୟବଶିତ ଏକ ଡକ୍ୟୁମେଣ୍ଟାରୀ ଓ ଏକ କଫି ଟେବୁଲ ବୁକ୍   ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ହକି ଫେଡେରେସନ ସଭାପତି ଡକ୍ଟର ନରେନ୍ଦ୍ର ବାତ୍ରା ଏବଂ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା  ଉପସ୍ଥିତ ଥିଲେ।  ଗତ ଓ୍ବାର୍ଲଡ କପର ଆୟୋଜନରେ ସଫଳତା ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ FIH ଅଧ୍ୟକ୍ଷ ।  

   Related Posts