Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ମାତିଲେ ମହିଳା ଗୁଣ୍ଡା : ମିଳୁଛନ୍ତି ଭଡାରେ !

10/02/2020 at 4:11 PM

ଭୁବନେଶ୍ବର ୧୦।୦୨: କିଛି ବର୍ଷ ହେଲା ଭୁବନେଶ୍ବରରେ ଆତଙ୍କ ଖେଳାଇଛନ୍ତି ମହିଳାଗୁଣ୍ଡାମାନେ । କୌଣସି ଜମିବାଡି ଘଟଣା, ମାର୍‌ପିଟ୍‌, ଧାରଣା ଦେବା ଭଳି ଘଟଣାରେ ଏହିମାନଙ୍କ ବ୍ୟବହାର କରୁଛନ୍ତି କିଛଇ ଅପରେଟର । ଗତବର୍ଷ ସହିଦନଗରେ ଏକ ପ୍ଲାଟର ମାଲିକାନାକୁ ନେଇ କିପରି ଭାବରେ ମହିଳାମାନେ ଏକ ବିଲ୍ଡିରେ ଆତଙ୍କ ଖେଳାଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହିପରି କରିବାର ଏକ ଘଟଣା ସାମ୍ନାକୁ ଆସିଛି । ସହିଦନଗରରେ ଏକ ଜମିବାଡି ବିବାଦକୁ ନେଇ ମହିଳାମାନେ ଘରେ ପଶି ସ୍ବାମୀ ଓ ସ୍ତ୍ରୀଙ୍କୁ ମାଡ ମାରିବା ସହ ଘରକୁ ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ନେଇ ଥାନା ପର୍ଯ୍ୟନ୍ତ ଯାଇଥିଲା ଘଟଣା ।

ସହିଦନଗର ଅଞ୍ଚଳରେ ବିଷ୍ଣୁ ମନ୍ଦିର ନିକଟରେ ଥିବା ପ୍ଲଟ ନମ୍ବର ୧୩୩ରେ ବିଶ୍ବାନଥ ମହାପାତ୍ର ଓ ତାଙ୍କ ସ୍ତ୍ରୀ ଛବିରାଣ ମହାପାତ୍ର ରହୁଛନ୍ତି । ସେମାନଙ୍କ ଘରେ ଜଣେ ଭଡାଡିଆ ମଧ୍ୟ ରହୁଛନ୍ତି । କିନ୍ତୁ ରବିବାର ଦିନ ସକାଳ ସମୟରେ ୩୦ରୁ ଅଧିକ ମହିଳାମାନେ ଘର ଭିତରେ ପଶି ଆସବାପତ୍ର ଭଙ୍ଗାରୁଜା କରିବା ସହ ସେମାନଙ୍କୁ ଘରୁ ବାହାରକୁ ବାହାର କରି ତାଲା ପକାଇଦେଇଥିଲେ । ତେବେ ସହିଦନଗର ଥାନ ପୋଲିସ ଘଟଣା ସମ୍ପର୍କରେ ଜାଣିବାକୁ ପାଇ ଘଟଣସ୍ଥଳରେ ପହଞ୍ଚି ସ୍ଥିତିକୁ  ସମ୍ଭାଳିଥିଲା । ପୋଲିସ ଉଭୟ ମହିଳାମାନଙ୍କୁ ଓ ଘର ମାଲିକଙ୍କୁ ଥାନାକୁ ନେଇଥିଲା । କିଛିସମୟ ପରେ ବିଶ୍ବନାଥ ଓ ତାଙ୍କ ସ୍ତ୍ରୀଙ୍କୁ ଛାଡିଦେଇଥିଲେ । ମହିଳାମାନଙ୍କୁ ମଧ୍ୟ ନୋଟିସ୍‌ ଦେଇ ଛାଡିଥିଲା ।

ବିଶ୍ବନାଥ ଓ ଛବିରାଣ ଅପରାହ୍ନ ସମୟରେ ଘରକୁ ଫେରିଥିଲେ । ପୁଣି କିଛି ମହିଳାମାନେ ଆସି ଘରେ ପଶି ଭଙ୍ଗାରୁଜା କରିବା ସହ ତୁରନ୍ତ ଘର ଛାଡିବା ପାଇଁ ଧମକ ଦେଇଥିବା ଛବିରାଣୀ ଅଭିଯୋଗ କରିଛନ୍ତି । 

ପୋଲିସ ଅନୁଯାୟୀ ଦୀର୍ଘ ୧୨ବର୍ଷ ହେଲା ଉଭୟ ଜମିକୁ ନେଇ ବିବାଦ ଚାଲିରହିଛି । ଏଥିପାଇଁ ପୂର୍ବରୁ ଏକାଧିକ ଥର  ଝଗଡା ମଧ୍ୟ ହୋଇଛି । ବିଶ୍ବନାଥଙ୍କ ବାପା ଏହାକୁ ୨୦୦୮ମସିହାରେ ଅ୍ୟ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଥିଲେ ।

ତେବେ କେବଳ ସେମାବାର ଦିନ ଭୁବନେଶ୍ବରରେ ମହିଳାମାନେ ଆତଙ୍କ ଖେଳାଇନାହିନ୍ତି । ଗତବର୍ଷ ନଭେମ୍ବର ମାସରେ ସମାନ ଢଙ୍ଗରେ କିଛି ମହିଳା ଆଇଆର୍‌ସି ଭିଲେଜ୍ ଏନ୍‌-୫ପ୍ଲଟ ନମ୍ବର ୫୪୦ ସ୍ଥିତ ବିଲ୍ଡିରେ ଉତ୍ପାତ କରିଥିଲେ । ବିଲ୍ଡିରେ ଥିବା ୫-୬ ମେଡିସିନ ଓ ଜେରକ୍ସ ଦୋକାନକୁ ନେଇ ବିବାଦ ଦେଖାଦେଇଥିଲା । ଉକ୍ତ ବିଲ୍ଡିର ମାଲିକାନାକୁ ନେଇ ବିବାଦ ଦେଖାଦେଇଥିଲା । ସେଠାରୁ ଜବର ଦଖଲ ହଟାଇବା ପାଇଁ ମହିଳା ଗୁଣ୍ଡାମାନଙ୍କୁ ମୋହର କରାଯାଇଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡିଥିଲା । ତେବେ ପୋଲିସ ତଦନ୍ତରୁ ଜଣାପଡିଛି ଯେ, ମହିଳାମାନେ ନୟାପଲ୍ଲୀ ଅଞ୍ଚଳରେ ଥିବା ଏକ ବସ୍ତିରେ ବସବାସ କରନ୍ତି । ଏମାନଙ୍କୁ କିଛି ବସ୍ତି ନେତା ଅପରେଟ କରୁଛନ୍ତି । ଯଦି କେଉଁଠି ଜାଗା ଅକ୍ତିଆର କରିବାକୁ ଅଛି କିମ୍ବା କେଉଁଠି ଜବରଦଖଲ ହଟାଇବାକୁ ଅଛି । ତାହେଲେ ସମୃକ୍ତ ନେତାମାନେ ମହିଳାଙ୍କ ବ୍ୟବହାର କରିଥାନ୍ତି ।  

   Related Posts