‘ଇଜ୍ ଅଫ୍ ଲିଭିଙ୍ଗ୍ ଇଣ୍ଡେକ୍ସ’ ପ୍ରତିଯୋଗିତାରେ ୧୮ତମ ସ୍ଥାନରେ ଭୁବନେଶ୍ୱର
14/08/2018 at 6:42 AM

ନୂଆଦିଲ୍ଲୀ ୧୪/୮ : ଦେଶର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ‘ଇଜ୍ ଅଫ୍ ଲିଭିଙ୍ଗ୍ ଇଣ୍ଡେକ୍ସ’ ପ୍ରତିଯୋଗିତାରେ ୧୮ତମ ସ୍ଥାନରେ ରହିଛି ଭୁବନେଶ୍ୱର । ଏଥିରେ ଦେଶର ୧୧୧ଟି ସହରର ସଂସ୍ଥାଗତ, ସାମାଜିକ ବ୍ୟବସ୍ଥା, ଅର୍ଥନୀତି ଏବଂ ଭିତ୍ତିଭୂମିକୁ ନେଇ ମାର୍କ ଦିଆଯାଇଥିଲା। ଏହି ସର୍ଭେରେ ପୁଣେ ସବୁଠୁ ବାସଉପଯୋଗୀ ସହର ହୋଇଥିବାବେଳେ ସ୍ମାର୍ଟ ସିଟି ପ୍ରତିଯୋଗିତାରେ ଏକ ନମ୍ବର ସ୍ଥାନ ହାସଲ କରିଥିବା ନୂଆଦିଲ୍ଲୀ ଭଳି ସହରକୁ ପଛରେ ପକାଇ ଭୁବନେଶ୍ୱର ୧୮ତମ ସ୍ଥାନରେ ରହିଛି । ନୂଆଦିଲ୍ଲୀ ଏହି ତାଲିକାରେ ୬୫ତମ ସ୍ଥାନରେ ରହିଛି । ଓଡ଼ିଶାର ଅନ୍ୟତମ ସହର ରାଉରକେଲା ୮୭ତମ ସ୍ଥାନରେ ରହିଛି । ଉତ୍ତରପ୍ରଦେଶର ରାମପୁର ଏହି ତାଲିକାରେ ଶେଷ ସ୍ଥାନରେ ଅଛି । ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ମନ୍ତ୍ରୀ ହରଦୀପ୍ ସିଂହ ପୁରୀ ନୂଆଦିଲ୍ଲୀରେ ଏହା ଘୋଷଣା କରିଛନ୍ତି।