ରେଳୱେ ଷ୍ଟେସନ ସ୍ବଚ୍ଛତା ରାଙ୍କିଂ : ଜାଣନ୍ତୁ ଭୁବନେଶ୍ବର ରେଳ​ଷ୍ଟେସନର ସ୍ଥାନ

Published By : Prameya-News7 Bureau | October 03, 2019 IST

ଭୁବନେଶ୍ବର ୩/୧୦: ରେଳୱେ ଷ୍ଟେସନ ରାଙ୍କିଙ୍ଗରେ ଭୁବନେଶ୍ବର ରେଳଷ୍ଟେସନ ଏଥର ୮୭ତମ ସ୍ଥାନରେ ରହିଛି । କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉନ୍ମୋଚନ କରିଥିବା ସ୍ବଚ୍ଛ ରେଳ, ସ୍ବଚ୍ଛ ଭାରତ ୨୦୧୯ ରିପୋର୍ଟରୁ ଏହା ଜଣାପଡିଛି । ଦେଶର ୭୨୦ଟି ରେଳଷ୍ଟେସନକୁ ନେଇ ରାଙ୍କିଙ୍ଗ କରାଯାଇଛି ।

ଦେଶର ମୋଟ ୧୬ଟି ଜୋନରୁ ପୂର୍ବତଟ ରେଳପଥ ଚଳିତବର୍ଷ ରିପୋର୍ଟରେ ନବମ ସ୍ଥାନକୁ ଖସିଛି । ଗତବର୍ଷ ତୁଳନାରେ ଏଥର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ୨୦୧୮ରେ ପୂର୍ବତଟ ରେଳପଥ ତୃତୀୟ ସ୍ଥାନରେ ଥିଲା । ଅନ୍ୟପକ୍ଷରେ ଗତବର୍ଷ ଦକ୍ଷିଣ ପୂର୍ବ ରେଳପଥ ୧୧ତମ ସ୍ଥାନରେ ଥିବା ବେଳେ ଏଥର ୧୫କୁ ଖସିଆସିଛି । ରିପୋର୍ଟ ଅନୁଯାୟୀ, ଭୁବନେଶ୍ବର ରେଳଷ୍ଟେସନ ୮୭ତମ ସ୍ଥାନରେ ଥିବା ବେଳେ କଟକ ରେଳ ଷ୍ଟେସନ ୧୯୧ ସ୍ଥାନରେ ରହିଛି ।

ସେହିଭଳି ଗ୍ରୀନ୍ ଷ୍ଟେସନ ବା ପରିବେଶ ଅନୁକୂଳ ଷ୍ଟେସନ କ୍ଷେତ୍ରରେ ଭୁବନେଶ୍ବରକୁ ୧୮.୭, କଟକ ୧୩, ରାଉରକେଲା ୨୧.୩ ପଏଣ୍ଟ ମିଳିଛି । ରେଳ ଷ୍ଟେସନ ସ୍ବଚ୍ଛତା ରାଙ୍କିଙ୍ଗରେ ରାଜସ୍ଥାନର ୬ଟି ରେଳ ଷ୍ଟେସନ ଟପ୍ ଟେନ୍ ଭିତରେ ଅଛନ୍ତି । ତେବେ ଟପ୍ ଟେନ୍ ଭିତରେ ଦିଲ୍ଲୀର ଗୋଟିଏ ବି ରେଳ ଷ୍ଟେସନ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.