Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଭୁବନେଶ୍ୱର ରେଳଷ୍ଟେସନ କର୍ମଚାରୀଙ୍କ ଆତ୍ମହତ୍ୟା ! କେବେ ମିଳିବ ନ୍ୟାୟ ?

24/06/2018 at 7:04 AM

ବିବାହର ପ୍ରଲୋଭନ ଦେଖାଇ ବିଧବାଙ୍କ ସହ ସଂପର୍କ ରଖିଥିଲେ ଯୁବକ । ହେଲେ ଗର୍ଭବତୀ ହେବା ପରେ ଗର୍ଭନଷ୍ଟ ପାଇଁ ବାଧ୍ୟ କରିବା ସହ ମହିଳାଙ୍କୁ ଦେଲେ ନିର୍ଯାତନା । ଆଉ ଏଥିରେ ଭାଙ୍ଗି ପଡି ଆତ୍ମହତ୍ୟାର ବାଟ ବାଛିନେଲେ ଯୁବତୀ । ଭୁବନେଶ୍ବର ରେଳ ଷ୍ଟେସନରେ ଷ୍ଟୋରକିପର ଭାବରେ କାମ କରୁଥିବା ମଧୁସ୍ମିତା ପ୍ରଧାନ ଆତ୍ମହତ୍ୟା କରିଛନ୍ତି । ସୁଇସାଇଡ୍ ନୋଟ୍ ଜବତ ହେବା ପରେ ଆତ୍ମହତ୍ୟାର କାରଣ ଜଣାପଡିଛି । ଗତ ଶୁକ୍ରବାର ଭୁବନେଶ୍ବର ରେଳ ଷ୍ଟେସନରେ ଟ୍ରେନ୍ ଆଗକୁ ଡେଇଁ ମଧୁସ୍ମିତା ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏଥିରେ ତାଙ୍କ ଦୁଇଟି ଯାକ ଗୋଡ କଟି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଜିଆରପି ପୁଲିସ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ଶୁକ୍ରବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମଧୁସ୍ମିତାଙ୍କ ପାଖରୁ ପୋଲିସ ଗୋଟିଏ ସୁଇସାଇଡାଲ୍ ନୋଟ୍ ଜବତ କରିଛି । ବାପି ବାବୁ ନାମକ ଜଣେ ଯୁବକଙ୍କ ପାଇଁ ସେ ଆତ୍ମହତ୍ୟା କରିଥିବା ସୁଇସାଇଡାଲ୍ ନୋଟ୍ ରେ ଲେଖାଅଛି । କିନ୍ତୁ ବାପି ନାମକ ଯୁବକଙ୍କୁ ପୋଲିସ ଖୋଜି ପାଇନି । ସ୍ବାମୀଙ୍କ ମୃତ୍ୟୁ ପରେ ମଧୁସ୍ମିତାଙ୍କୁ ଭୁବନେଶ୍ବର ରେଳ ଷ୍ଟେସନରେ ଚାକିରୀ ମିଳିଥିଲା । ଗତ ଦୁଇ ମାସ ତଳେ ତାଙ୍କୁ ଚାକିରୀ ମିଳିଥିଲା । ତାଙ୍କୁ ବିବାହର ପ୍ରଲୋଭନ ଦେଖାଇଥିଲେ ବାପି ନାମରେ କେହି ଯୁବକ । ସୁଇସାଇଡାଲ୍ ନୋଟ୍ ଅନୁଯାୟୀ, ବାପି ବିବାହିତ । ମଧୁସ୍ମିତାଙ୍କ ପୁଅଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି । ତେବେ ଅଭିଯୁକ୍ତର ଟେର ପାଇନି ପୋଲିସ ।

   Related Posts