ଭୁବନେଶ୍ବରରୁ ପୁନେ ଉଡିବ ସ୍ବତନ୍ତ୍ର ବିମାନ, ଏୟାର ଏସିଆକୁ ଦିଆଯିବ ୩ମାସର ଆର୍ଥିକ ସହାୟତା

Published By : Prameya-News7 Bureau | January 12, 2021 IST

ଭୁବନେଶ୍ବର ୧୨।୧: ଭୁବନେଶ୍ବରରୁ ପୁନେକୁ ଉଡିବ ବିମାନ । ଲୋକଙ୍କ ସୁବିଧା ପାଇଁ ଏୟାର ଏସିଆର ସ୍ବତନ୍ତ୍ର ବିମାନ ଚଳାଚଳ କରିବ । ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୩ ମାସ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଏହି ବିମାନ ଚଳାଚଳ ହେବା ଦ୍ବାରା ଓଡିଶାରେ ଉନ୍ନତ ଯୋଗାଯୋଗ ସହ ପର୍ଯ୍ୟଟନ ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମହତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ । ଏ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

wp:html /wp:html

ଟ୍ବିଟ୍ ରେ ଉଲ୍ଲେଖ ରହିଛି ଯେ, ‘ଲୋକଙ୍କ ସୁବିଧା ପାଇଁ ଭୁବନେଶ୍ୱର-ପୁନେ ମଧ୍ୟରେ ଏୟାର ଏସିଆର ସ୍ବତନ୍ତ୍ର ବିମାନ ଚଳାଚଳ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୩ ମାସ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହି ବିମାନ ସେବା ଓଡିଶାରେ ଉନ୍ନତ ଯୋଗାଯୋଗ ସହ ପର୍ଯ୍ୟଟନ ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମହତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.