ମଙ୍ଗୁ ମଠ ଭଙ୍ଗାକୁ ବିରୋଧ କରି ତାତିଲେ ଶିଖ୍, ରାଜଧାନୀରେ ବିକ୍ଷୋଭ

Published By : Prameya-News7 Bureau | December 22, 2019 IST

ଭୁବନେଶ୍ବର ୨୨।୧୨: ଦେଶରେ ଯେତେବେଳେ ଧର୍ମ ନାଁରେ ଆଇନ  ଓ ଆଇନକୁ ନେଇ ଚାଲିଛି ଜଳାପୋଡ଼ା ସେତେବେଳେ ଓଡ଼ିଶାରେ କିନ୍ତୁ ଏକ ଭିନ୍ନ ପ୍ରତିବାଦ ତେଜିଛି, ଯେଉଁଥିରେ ମଧ୍ୟ ଯୋଡ଼ିହୋଇଛି ଧର୍ମ। ମଙ୍ଗୁ ମଠ ଭଙ୍ଗାକୁ ବିରୋଧ କରି ଶିଖ ସମ୍ପ୍ରଦାୟ ତାତିଛନ୍ତି। ପଞ୍ଜାବର ଦୁଇ ବିଧାୟକ ଓ ଶିଖ ସମ୍ପ୍ରଦାୟର ଲୋକ ଭୁବନେଶ୍ବରରେ ଆନ୍ଦୋଳନ କରିଛନ୍ତି । ଅଜି ଏହାକୁ ନେଇ ରାଜ୍ୟପାଳ ଗଣେଷୀ ଲାଲଙ୍କୁ ମଧ୍ୟ ଭେଟି ୩ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ଦେଇଛନ୍ତି।

{"id":201231,"sizeSlug":"large"}

ମଙ୍ଗୁ ମଠ ଭାଙ୍ଗିବା ବିରୋଧରେ ନାରାବାଜି। ଏକାଠି ହୋଇଛନ୍ତି ଶିଖ ସଂପ୍ରଦାୟର ଲୋକେ।  ଏୖତିହାସିକ ମଠ ତଥା ମନ୍ଦିରଗୁଡିକର ସୁରକ୍ଷା ଦିଗରେ ପଦକ୍ଷେପ ନ ନେଇ ସେଗୁଠିକ ଭାଙ୍ଗିବା ରାଜ୍ୟ ସରକାରଙ୍କ ହୀନମନ୍ୟତାର ପରିଚୟ । ଲୋୟର ପିଏମଜିରେ ଏହାକୁ ନେଇ ଶିଖ ସମ୍ପ୍ରଦାୟ ଓ ପଞ୍ଜାବର ଲୋକ ଇନସାଫ ପାର୍ଟି ଜୋରଦାର ବିରୋଧ କରିଛି । ଶ୍ରୀମନ୍ଦିରର ସୁରକ୍ଷା ନେଇ ମନ୍ଦିରର ଚତୁଃପାଶ୍ବରରେ ମଠ ଓ ମନ୍ଦିର ଭଙ୍ଗା ଚାଲିଛି । ଏପରି ସମୟରେ ଶିଖ ସମ୍ପ୍ରଦାୟର ମଙ୍ଗୁ ମଠ, ଗୁରୁ ନାନକ ମଠ ଭଙ୍ଗା ଘଟଣା ବିରୋଧ କରିଛି । ​‌

{"id":201232,"sizeSlug":"large"}

ପଞ୍ଜାବର ଦୁଇ ବିଧାୟକ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ କଡା ନିନ୍ଦା କରିଛି । ସୁପ୍ରିକୋର୍ଟ ଏହି ମମଲା ରହିଛି । ଶିଖ ସମ୍ପ୍ରଦାୟର ଲୋକଙ୍କ ସହ ଅଲୋଚନା ନ କରି ଏଭଳି ପଦକ୍ଷେପ ନେବା ବେଆଇନ ବୋଲି ଉଭୟ ବିଧାୟକ କହିଛନ୍ତି । ଆଜି ରାଜ୍ୟପାଳ ଗଣେଷି ଲାଲାଙ୍କୁ ମଧ୍ୟ ଭେଟି ୩ ଦଫା ଦାବିର ସ୍ମାରକ ପତ୍ର ଦିଆଯାଇଛି । ଏ ଦିଗରେ ପଦକ୍ଷେପ ନ ନେଲେ ପଞାବରୁ ଓଡିଶା ଯାଏ ଶିଖ ସମ୍ପ୍ରଦାୟର ଲୋକ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବ ବୋଲି ଧମକ ଦେଇଛି ।

{"id":201233,"sizeSlug":"large"}

ଆଜି ଏହାକୁ ନେଇ ଖାରବେଳ ନଗର ସ୍ଥିତ ଗୁରୁଦ୍ବାର ନିଖଟରୁ ଶିଖ ସମ୍ପ୍ରଦାୟ ଓ ପଞ୍ଜାବର ଲୋକ ଇନସାଫ ପାର୍ଟିର ଏକ ରାଲି ବାହାରିଥିଲା । ହାତରେ ବ୍ୟାନର ଓ ମଙ୍ଗୁ ମଠ ଭାଙ୍ଗିବା ଘଟଣା ବିରୋଧରେ ସ୍ଲୋଗାନ ଦେଇ ଅାଗକୁ ବଢିଥିଲେ । ଶେଷରେ ଲୋୟର ପିଏମଜିରେ ଧାରଣା ଦେଇଥିଲେ ।

{"id":201234,"sizeSlug":"large"}

ରାଜ୍ୟ ସରକାରଙ୍କ ସହ ଶିଖ ସମ୍ପ୍ରଦାୟ ଲୋକ ଅଲୋଚନା ପାଇଁ ବାରମ୍ବା ପ୍ରୟାସ କରିଥିଲେ । ଏ ଦିଗରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନ ନେବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସମ୍ପ୍ରଦାୟର ଲେଶକ କହିଛନ୍ତି । ପୁରୀରେ ମଠ ମନ୍ଦିର ଭାଙ୍ଗିବା ଘଟଣାକୁ ଏବେ ବି ବିରୋଧ କରାଯାଉଛି । ମଙ୍ଗୁ ମଠ ଭାଙ୍ଗିବା ଘଟଣାକୁ ଆଜି ଲୋୟର ପିଏଜିରେ ଶିଖ ସମ୍ପ୍ରଦାୟ ଓ ପଞ୍ଜାବର ଲୋକ ଇନସାଫ ପାର୍ଟି ଜୋରଦାର ବିରୋଧ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.