Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର କଂସ ହେବେ ଭୁବନେଶ୍ୱର ପ୍ରଧାନ – ବାତିଲ ହେଲା କଳାକାର ଚୟନ ପ୍ରକ୍ରିୟା

14/11/2019 at 7:28 PM

ବରଗଡ ୧୪।୧୧ – ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ କଂସ ଚୟନ ବାତିଲ କରାଯାଇଛି । ଭୁବନେଶ୍ୱର ପ୍ରଧାନ ପୁଣିଥରେ କଂସ ହେବେ ।

ପ୍ରତି ତିନ ବର୍ଷରେ ଥରେ କଳାକାର ଚୟନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଥିଲା । ମାତ୍ର ୩ ବର୍ଷ ପୂର୍ବରୁ ପୁଣିଥରେ କଳାକାର ଚୟନ ଘୋଷଣାକୁ ନେଇ ବିବାଦ ଦେଖାଦେଇଥିଲା । ଏହା ବିରୋଧ ପ୍ରଦର୍ଶନ ହେବାରୁ କଳାକାରଙ୍କ ସହ ଆଲୋଚନା କରି କଂସ ଚୟନ ପ୍ରକ୍ରିୟାକୁ ବାତିଲ କରାଯାଇଛି ।

ବରଗଡ଼ ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ଧନୁଯାତ୍ରା ମହୋତ୍ସବ ସମିତି ତଥା ଜିଲ୍ଲା ପ୍ରଶାସନ ର କଂସ ଚୟନ ନିଷ୍ପତି ନେଇ ବିବାଦ ଘନେଇ ବାରେ ଲାଗିଥିଲା। ଏଥିପାଇଁ କଳାକାର ମାନେ ଆନ୍ଦୋଳନ କୁ ଓଲ୍ହାଇଥିଲେ ।

ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୩୧ରୁ ଆରମ୍ଭ ହେବ। ୨୦୨୦ ଜାନୁଆରୀ ୧୦ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଏହା ଅନୁଷ୍ଠିତ ହେବ । ୨୦୧୬ ମସିହାରେ ରେ ହୃଶିକେଶ ଭୋଇ ଯାଜପୁର ବ୍ଳକ ଧର୍ମଶଳା ମହୋତ୍ସବରେ କଂସ ଭୁମିକାରେ ଅଭିନୟ କରିବାରେ ତାଙ୍କୁ ୨୦୧୭ ଧନୁଯାତ୍ରା ରେ ସୁଯୋଗ ଦିଆଯାଇ ନଥିଲା । ୨୦୧୭ ମସିହା ରେ କଂସ ଚୟନ ରେ ୨୨ ଜଣଙ୍କୁ ପଛରେ ପକାଇ ଭୁବନେଶ୍ବର ପ୍ରଧାନ ଉତ୍ତିନ୍ନ ହୋଇ ୨ ବର୍ଷ କଂସ ଭୁମିକାରେ ଅଭିନୟ କରିଥିଲେ । ହଲେ ସେହି ସମୟରେ ୩ ବର୍ଷ ରେ ଥରେ କଂସ ଚୟନ ହେବା ପାଇଁ କୁହାଯାଇଥିଲା । କିନ୍ତୁ ଏଥର ଧନୁଯାତ୍ରା ପାଇଁ ମୁଖ୍ୟ ଚରିତ୍ର କଂସଙ୍କ ସମେତ ମହାମନ୍ତ୍ରୀ, ସେନାପତି ଭୂମିକା ପାଇଁ କଳାକାର ଚୟନ ହେବ ବୋଲି ଧନୁଯାତ୍ରା କଳାକାର ସମନ୍ବୟ ସମିତି ନିଷ୍ପତ୍ତି ନେଇଥିଲା ।


ତେବେ ଦୁଇବର୍ଷ ତଳେ କଂସ ଚୟନ ସରିଥିବା ବେଳେ ପରମ୍ପରା ଅନୁଯାୟୀ ୩ ବର୍ଷ ନ ପୂରୁଣୁ ଏଥର ପୁଣି କଂସ ଚୟନକୁ କଳାକାରଙ୍କ ସମେତ ସାଧାରଣ ଜନତା ମଧ୍ୟ ସହଜରେ ଗ୍ରହଣ କରି ପାରିନଥିଲେ । ତବେ କଂସ ଚୟନକୁ ବିରୋଧ କରି ଧନୁଯାତ୍ରା କଳାକାର ସଂଘ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ବରଗଡ଼ ଜିଲାପାଳ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।


ଧନୁଯାତ୍ରା ର ସମ୍ମାନ ରକ୍ଷା ଦାବି ରେବରଗଡ଼ ଜିଲା ମିଳିତ କଳାକାର ମଞ୍ଚ ସମେତ ବହୁ କବି, କଳାକାର ସ୍ଥାନୀୟ ଗାନ୍ଧୀଛକରେ ଏକତ୍ରିତ ହୋଇ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସ୍ମାରକପତ୍ରରେ ଗତ ୨୦୧୭ କଂସ ଚୟନ ସମୟରେ ଦିଆଯାଇଥିବା ମୌଖିକ ପ୍ରତିଶ୍ରୁତି ଅନୁଯାୟୀ ଆସନ୍ତା ଧନୁଯାତ୍ରା ମହୋତ୍ସବରେ ଭୁବନେଶ୍ବର ପ୍ରଧାନଙ୍କୁ କଂସ ଭୂମିକାରେ ଅଭିନୟ କରିବା ପାଇଁ ସୁଯୋଗ ଦେବାକୁ ନିବେଦନ କରାଯାଇଥିଲା ।ଏବେ କଳାକାର ଚୟନ କରାଯିବ ନାହିଁ ବୋଲି ସୂଚନା ମିଳିଛି ।

   Related Posts