Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜଧାନୀରେ ଦବିଲା ରାସ୍ତା

8/09/2018 at 4:28 AM

ଭୁବନେଶ୍ୱର ୦୭/୦୯ : ରାଜଧାନୀରେ ଦବିଲା ରାସ୍ତା । ନିକୋପାର୍କ ଛକରୁ କଳିଙ୍ଗ ଷ୍ଟାଡିୟମ ଛକକୁ ସଂଯୋଗ କରୁଥିବା ରାସ୍ତା ଦବିଯାଇଛି । ସ୍ଥାନୀୟ ସୁନାଦେଇ ମନ୍ଦିର ନିକଟରେ ରାସ୍ତା ଦବି ଯାଇଛି । ୫ଫୁଟ ଓସାରର ଗାତ ସୃଷ୍ଟି ହୋଇଛି । ଏକ କାର୍ ଯାଉଥିବା ବେଳେ ହଠାତ୍ ରାସ୍ତାର ମଝି ଅଂଶ ଦବି ଯାଇଥିଲା । ରାସ୍ତା ଭିତରେ ଏକ ସୁଡଙ୍ଗ ଥିବା ଅନୁମାନ କରାଯାଉଛି । ଏହାକୁ ଦେଖି ଲୋକେ ଭୟଭୀତ ହୋଇ ପଡିଛନ୍ତି । ଫଳରେ ସେହି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି । ପୂର୍ତ୍ତ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ସ୍ଥାନୀୟ ୨୮ନମ୍ବର ୱାର୍ଡ କର୍ପୋରେଟର ଘଟଣା ସ୍ଥଳରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି ।

   Related Posts