ଆଜି ଭୁବନେଶ୍ୱରରେ ଉଦଘାଟନ ହେବ ନ୍ୟୁ ଷ୍ଟେସନ

Published By : Prameya-News7 Bureau | July 07, 2018 IST

ଆଜି ଭୁବନେଶ୍ୱରରେ ଉଦଘାଟନ ହେବ ନ୍ୟୁ ଷ୍ଟେସନ । କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍ ଘାଟନ କରିବେ । ଷ୍ଟେସନରେ ପରୀକ୍ଷାମୂଳକ ଭାବେ ୩ଟି ଯାତ୍ରୀବାହୀ ଟ୍ରେନ୍ ରହିବ । ଏହି ଟ୍ରେନ୍ ଗୁଡ଼ିକ ହେଲା ହାଓଡ଼ା-ପୁରୀ-ସନ୍ତ୍ରାଗାଛି, ରାଉରକେଲା-ପୁରୀ -ରାଉରକେଲା ଏବଂ କଟକ-ବ୍ରହ୍ମପୁର-କଟକ ମେମୁ । ୬ ମାସ ପର୍ଯ୍ୟନ୍ତ ଏହି ରହଣି ଜାରି ରହିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱର ନ୍ୟୁ ଷ୍ଟେସନ୍ ସହ ଭୁବନେଶ୍ୱର ରେଳ ଷ୍ଟେସନରେ ନୂଆ ତୃତୀୟ ଫୁଟ୍ ଓଭର୍ ବ୍ରିଜ୍ ଓ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ବି ଉଦ୍ ଘାଟିତ ହେବ । ସେହିପରି ପୁଣି ଭିଡିଓ କନ୍ ଫରେନ୍ସିଂ ମାଧ୍ୟମରେ ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନରେ ମେମୁ ସେଡ, ବାଗଲ ଧର୍ମଶାଳା ଓ ପୁରୀଠାରେ ପିଆର୍ ଏସ୍ କାଉଣ୍ଟର୍ ପ୍ରକଳ୍ପ ଉଦଘାଟିତ ହେବ । ଉଦଘାଟନୀ ଉତ୍ସବରେ ଶ୍ରୀ ପ୍ରଧାନଙ୍କ ସହ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ପରିବହନ ମନ୍ତ୍ରୀ ନୃସିଂହ ଚନ୍ଦ୍ର ସାହୁ, ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ମଧ୍ୟ ଉପସ୍ଥିତ ରହିବେ । ଏହି ଅବସରରେ ଖୋର୍ଧାଠାରେ ଜଟ୍ ଣୀ ବିଧାୟକ ଭାଗୀରଥି ବଡ଼ଜେନା ଏବଂ ପୁରୀଠାରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ସାଂସଦ ପିନାକୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିବେ। ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.