ଖୋର୍ଦ୍ଧା ପୁବୁ ସାହିଠାରେ ଓଲଟିଲା ଯାତ୍ରୀବାହୀ ବସ୍, ୨ ମୃତ, ୨୦ରୁ ଅଧିକ ଆହତ

Published By : Prameya-News7 Bureau | August 30, 2019 IST

ଖୋର୍ଦ୍ଧା ୩୦।୮:  ସ୍ଥାନୀୟ ପୁବୁ ସାହି ନିକଟରେ ଏକ ଯାତ୍ରୀବାହି ବସ ଓଲଟି ପଡିଛି। ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଏହି ଦୁର୍ଘଟଣାରେ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ମୃତାହତ ଯାତ୍ରୀଙ୍କୁ ଲୋକେ ଉଦ୍ଧାର କରି ରାସ୍ତାରେ ଆସୁଥିବା ମାଲବୁହା ଟାଟା ଏସ୍ ଗାଡିରେ ଲଦି ଖୋର୍ଦ୍ଧା ହସ୍ପିଟାଲକୁ ପଠାଇଛନ୍ତି।

{"id":151125}

ଭୁବନେଶ୍ୱରରୁ ନୟାଗଡ ଯାଉଥିବା ବସ୍ ଟି ପୁବୁ ସାହି ନିକଟରେ ପହଞ୍ଚିବା ବେଳେ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇ ରାସ୍ତା ଉପରେ ଓଲଟି ପଡିଥିଲା। ରାସ୍ତାରେ ଯାଉଥିବା ପଥଚାରୀଙ୍କ ସମେତ ସ୍ଥାନୀୟ ଲୋକେ ମିସି ଦୁର୍ଘଟଣାଗ୍ରସ୍ତ ବସ୍ ରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ତୁରନ୍ତ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲକୁ ପଠାଇଥିବା ବେଳେ ସେଠାରେ ସେମାନଙ୍କର ଚିକିତ୍ସା କରାଯାଉଛି। କିଛି ବସ୍ ଯାତ୍ରୀଙ୍କ ଅବସ୍ଥା ଉଦବେଗଜନକ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.