Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

‘ଫନି’ର ମୁକାବିଲା ପାଇଁ ବିଏମ୍‌ସିର ପଦକ୍ଷେପ, ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଆରମ୍ଭ ପାଇଁ ନିର୍ଦ୍ଦେଶ

1/05/2019 at 3:34 PM

ଭୁବନେଶ୍ବର ୧|୫: ସମ୍ଭାବ୍ୟ ବାତ୍ୟା ‘ଫନି’ର ମୁକାବିଲା ପାଇଁ ବିଏମ୍‌ସିର ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ତ୍ତ ବିଭାଗ ସଚିବ ଦାୟିତ୍ବରେ ଥିବା କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି ।

ଆଗାମୀ ୫ ଦିନ ପର୍ଯ୍ୟନ୍ତ ଅଗ୍ନିଶମ, ଓଡ୍ରାଫ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ସ୍ମାର୍ଟ ସିଟି ଅଫିସର, ସମସ୍ତ ବିଏମ୍‌ସି ଅଧିକାରୀ, ସିଟି ଇଞ୍ଜିନିୟର, ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି । କୌଣସି ଅଧିକାରୀଙ୍କ ଫୋନ୍ ସ୍ବିଚ୍ ଅଫ୍‌ ନକରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି ।

ଆଜି ୫ଟା ସୁଦ୍ଧା ସମସ୍ତ କର୍ମଚାରୀ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୫ଟା ସୁଦ୍ଧା ମଲ୍ଟି ଏଜେନ୍ସି କଣ୍ଟ୍ରୋଲ ରୁମ୍‌ ଆରମ୍ଭ କରିବାକୁ ନିର୍ଦ୍ଦେଶ । ଏହି ମଲ୍‌ଟି ଏଜେନ୍ସି କଣ୍ଟ୍ରୋଲ ରୁମ୍‌ରେ ସବୁ ବିଭାଗର କର୍ମଚାରୀ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି । ରେଡିଓକୁ ମଧ୍ୟ ଏଥିରେ ସାମିଲ କରାଯାଇଛି ।

ଭୁବନେଶ୍ବରକୁ ମୋଟ୍ ୧୩ଟି ସେକ୍ଟରରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ସେକ୍ଟରର ଦାୟିତ୍ବ ନେବେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ । ପ୍ରତ୍ୟେକ ସେକ୍ଟରରେ ୫ରୁ ୬ଟି ୱାର୍ଡ ସାମିଲ କରାଯାଇଛି । ବିଶେଷ କରି ବିଏମ୍‌ସି, ବିଡିଏ ପକ୍ଷରୁ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଅଗ୍ନିଶମ ବିଭାଗକୁ ନିଯୁକ୍ତି କରାଯାଇଛି । ଏଥିପାଇଁ ୫୦ଟି ଟିମ୍ କାମ କରିବ ।

ଜରୁରୀକାଳୀନ ପରିସ୍ଥିତିରେ ୧୦୧ ଫାୟାର କଣ୍ଟ୍ରୋଲ ରୁମ୍‌ ନଂରେ ଯୋଗଯୋଗ କରିବାକୁ କୁହାଯାଇଛି । ରାଜଧାନୀରେ ଥିବା ୧୦ଟି ବଡ ଡ୍ରେନକୁ ଆଜି ସୁଦ୍ଧା ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମଲ୍‌ଟି ଏଜେନ୍ସି କଣ୍ଟ୍ରୋଲ ରୁମ୍‌ରେ ୩ଟି ସିଫ୍ଟରେ କର୍ମଚାରୀ ୨୪ ଘଣ୍ଟିଆ କାମ କରିବେ । ମଲ୍‌ଟି ଏଜେନ୍ସି କଣ୍ଟ୍ରୋଲ ରୁମ୍‌ ନଂ- ୦୬୭୪-୨୪୩୧୨୫୩, ଟୋଲ୍ ଫ୍ରି- ୧୮୦୦୩୪୫୦୦୬ ନମ୍ବର ରଖାଯାଇଛି । କୌଣସି ସ୍ଥାନରେ କଳାବଜାରି ସମ୍ପର୍କରେ ଖବର ଆସିଲେ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର ଦଣ୍ଡ ଦିଆଯିବା ନେଇ ସୂଚନା ଦିଆଯାଇଛି ।

   Related Posts