ଭୁବନେଶ୍ୱର-ମୁମ୍ବାଇ ଏୟାର ଇଣ୍ଡିଆ ବିମାନରେ ନିଆଁ, ରାୟପୁରରେ ଜରୁରୀ ଅବତରଣ

Published By : Prameya-News7 Bureau | November 08, 2019 IST

ଭୁବନେଶ୍ୱର-ମୁମ୍ବାଇ ଏୟାର ଇଣ୍ଡିଆ ବିମାନ ଏଆଇସି -୬୭୦ ଏୟାର ଇଣ୍ଡିଆ ଏ୩୨୧ ରାୟପୁରରେ ଜରୁରି ଅବତରଣ କରିଛି।  ବିମାନର ଗୋଟିଏ ଇଞ୍ଜିନ କାମ ନ କରିବା ଯୋଗୁ ଜରୁରି ଅବତରଣ କରିବାକୁ ପଡିଥିଲା। ବିମାନଟି ସମ୍ପୂର୍ଣ୍ଣ ସୁରକ୍ଷିତ ଅବତରଣ କରିଥିବା ଜଣାପଡିଛି। ବିମାନଟି ପୁଣି ମୁମ୍ବାଇ ଯାତ୍ରା କରିବ ନା ଅନ୍ୟ ଏକ ବିମାନ ଯାତ୍ରୀଙ୍କୁ ନେଇ ମୁମ୍ବାଇ ଯିବ ସେ ନେଇ ଆଲୋଚନା ଚାଲିଛି।

ନିବିମାନ ଦ୍ୱିତୀୟ ଇଞ୍ଜିନରେ ନିଆଁ ଲାଗିବା ଯୋଗୁ ଇଞ୍ଜିନଟି ଖରାପ ହୋଇଯାଇଥିଲା। ତେବେ ଇଞ୍ଜିନରେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନାହିଁ। ହେଲେ ସମସ୍ତ ଯାତ୍ରୀ ଓ ଚାଳକ ଦଳ ସଦସ୍ୟ ସୁରକ୍ଷିତ ଥିବା ଜଣାପଡିଛି। ବିମାନଟି ଶୁକ୍ରବାର ଭୁବନେଶ୍ୱରରୁ ୮୯ ଯାତ୍ରୀଙ୍କୁ ନେଇ ମୁମୁମ୍ବାଇ ଉଡିଥିଲା। ତେବେ ଇଞ୍ଜିନରେ ନିଆଁ ଲାଗିବା ଯୋଗୁ ୫ଟା ୫୭ ମିନିଟରେ ରାୟପୁରରେ ସୁରକ୍ଷିତ ଅବତରଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.