ଲୋକଙ୍କୁ ବିକାଶର ବର୍ଷିକିଆ ରିପୋର୍ଟ କାର୍ଡ ଦେବେ ବୋଲି କହିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ସୁର ରାଉତରାୟ ରଖିଲେ ଏମିତି ପ୍ରତିକ୍ରିୟା

Published By : Prameya-News7 Bureau | August 15, 2019 IST

ଭୁବନେଶ୍ବର ୧୫|୮: ସାଂସଦ ଦେବେ ରିପୋର୍ଟ କାର୍ଡ। ରାଷ୍ଟ୍ରପତି କି  ପ୍ରଧା​‌ନମନ୍ତ୍ରୀଙ୍କୁ ନୁହେଁ। ସଂସଦୀୟ କ୍ଷେତ୍ର  ବାସୀଙ୍କୁ ଦେବେ ବିକାଶର ହିସାବ କିତାବ।   ସ୍ବାଧୀନତା  ଦିବସ​‌ରେ ଭୁବନେଶ୍ବର ସାଂସଦ ଅପରାଜିତା ନେଇଛନ୍ତି  ନିଷ୍ପତ୍ତି।  ସଂସଦୀୟ କ୍ଷେତ୍ରର ବାର୍ଷିକ ବିକାଶର  ହିସାବଦେବେ ରାଜଧାନୀବାସୀଙ୍କୁ ।

ଦେଖନ୍ତୁ ଏହି  ଟୁଇଟକୁ । ଭୁବନେଶ୍ବର ସାଂସଦଙ୍କ ଏହି  ସବୁ ଟୁଇଟକୁ।କେତେବେଳେ ରାଜଧାନୀର କୃତ୍ରିମ ବନ୍ୟାକୁ ନେଇ  ଟୁଇଟ ମାଧ୍ୟମରେ  ଅସନ୍ତୋଷ ବ୍ୟକ୍ତ କରିଛନ୍ତି ତ ଆଉ କେତେବେ​ତେ​‌  ରାଜଧାନିୀ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ  ସରକାରଙ୍କୁ ନିଶାନା କରିଛନ୍ତି।

ରାଜଧାନୀରେ  କୃତ୍ରିମ ବନ୍ୟା , ସ୍ବରେଜଡ୍ରେନେଜ,  ପରିମଳ, ଗମନା ଗମନ , ପରିବହନ କୁ  ନେଇ  ଏବେ  ସଜାଗ  ଅପରାଜିତା। କାରଣ  ସ୍ବାଧୀନତା ଦିବସ  ଅବସରରେ  ରାଜଧାନୀବାସୀଙ୍କ ସୁବିଧା ପାଇଁ ନେଇଛନ୍ତି ବଡ  ନିଷ୍ପତ୍ତି । ୧୫ ଅଗଷ୍ଟ ୨୦୧୯ରୁ ୧୫ଅଗଷ୍ଟ  ୨୦୨୦। ପ୍ରଶାସନିକ ଢାଞ୍ଚାରେ  ଏବେ ଜନତାଙ୍କୁ ଦେବେ ନିଜର  ରିପୋର୍ଟ କାର୍ଡ।

ବିଶେଷ କରି   ଟ୍ରାଫିକସମସ୍ୟା। ଗମନା ଗମନ  ପାଇଁ   ପ୍ଲାଏ ଓଭର  ସମସ୍ୟା,  ଜଟଣୀରେ ପାନୀୟ ଜଳ ସମସ୍ୟା।‌ ରାଜଧାନୀରେ  ଜୟଦେବ ବିହାର  ଅଞ୍ଚଳରେ  ଶୀତଳଭଣ୍ଡାର ପ୍ରତିଷ୍ଠା ,ପାହାଳ, ହଂସପାଳରେ   ପ୍ଳାଏଓଭର  ନିର୍ମାଣ ଭଳି  ଯୋଜନା କରାଯାଇଥବା କହିଚନ୍ତି ଅପରାଜିତା।

ଅପରାଜିତାଙ୍କୁ ନେଇ   ଭୁବନେଶ୍ବର ଜିଲ୍ଲା ବିଜେପି​‌ରେ ଅସନ୍ତୋଷ ଦେଖାଦେଇଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି। ବିଜେପି ଆମର ସୁନ୍ଦର ପରିବାର। ଆମ ଭିତରେ ଶ୍ରଦ୍ଧା ଓ ସମ୍ମାନ ରହିଛି  ବୋଲି କହିଛନ୍ତି  ଅପରାଜିତା।

ସେପଟେ ଅପରାଜିତାଙ୍କ  ରିପୋର୍ଡ କାର୍ଡ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା  ସୁର ରାଉତରାୟ।  ରାଜ୍ୟରେ   ମୁଖ୍ୟମନ୍ତ୍ରୀଙ୍କୁ   ବିଭାଗୀୟ ମନ୍ତ୍ରୀ ମାନେ ରିପୋର୍ଟ ଦେବା ଭଳି ଅପରାଜିତା ରିପାର୍ଟ  ​‌ ଗେମ ପ୍ଲାନ ଆରମ୍ଭ  କରିଛନ୍ତି।  ଆମେ ରିପୋର୍ଟ ରେ ବିଶ୍ବାସ କରୁନୁ ଅଧିକ କେନ୍ଦ୍ରୀୟ ଅନୁଦାନ ଆଣି  ରାଜଧାନୀ ଭୁବନେଶ୍ବରର ପ୍ରଗିତିରେ ଅଧିକ କାମ କରିବାକୁ  ଅପରାଜିତାଙ୍କୁ  ଆହ୍ପାନ  ଦେଇଛନ୍ତି ସୁର। ସେପଟେ   ଜବାବ ରଖିଛି ବିଜେଡି।

ସ୍ମାର୍ଟ ସିଟି ମାନ୍ୟତାରେ  ଦେଶର ଏକ ନମ୍ବର ମାନ୍ୟତା ପାଇଛି ଭୁବନେଶ୍ବର।  ମନ୍ଦିର ମାଳିନୀ ଭୁବନେଶ୍ବର ସହର ଉନ୍ନତି ଦିଗରେ  ଭଭୟ ରାଜ୍ୟ ଓ କେନ୍ଦ୍ରୀୟ   ପ୍ରଶାସନି କସ୍ତରରେ ଅଧିକ  ଧ୍ୟାନ  ଦେବାକୁ ସାଧାରଣରେ ଦାବି ହୋଇଆସୁଥିବା ବେଳେ  ତେବେ ଅପରାଜିତା ତାଙ୍କ  ରିପୋର୍ଟ କାର୍ଡକୁ ରାଜଧାନୀ ବାସୀ କେତେ ମାର୍କ ଦେଉଛନ୍ତି ତା ଉପରେ ନଜର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.