ଭୁବନେଶ୍ବରର ସଙ୍କେତ ରାଏ କୋକାକୋଲା ଇଣ୍ଡିଆ ଏବଂ ଦକ୍ଷିଣ-ପଶ୍ଚିମ ଏସିଆର ପରିଚାଳନା ସଭାପତି ଦାୟିତ୍ବ ନେବେ

Published By : Prameya-News7 Bureau | September 07, 2020 IST

ଭୁବନେଶ୍ବର: ଓଡ଼ିଶାର ପୁଅକୁ କୋକାକୋଲା ଦେଲା ବଡ଼ ଦାୟିତ୍ବ । ବିଶ୍ବର ଅଗ୍ରଣୀ ମୃଦୁ ପାନୀୟ କମ୍ପାନୀ କୋକାକୋଲା ସଙ୍କେତ ରାଏଙ୍କୁ ଭାରତ ଓ ଦକ୍ଷିଣ-ପଶ୍ଚିମ ଏସିଆ କ୍ଷେତ୍ର ପରିଚାଳନା ସଭାପତି ଭାବେ ନିଯୁକ୍ତି ଦେଇଛି । ସଂକେତ ରାଏଙ୍କ ଘର ଭୁବନେଶ୍ବର।

 କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏବେ ମେନ୍‌ଲ୍ୟାଣ୍ହ ଚାଇନାର ମୁଖ୍ୟ ପରିଚାଳନା ଅଧିକାରୀ ଥିବା ସଙ୍କେତ ଟି କ୍ରିଷ୍ଣାକୁମାରଙ୍କ ସ୍ଥାନ ନେବେ। ଯିଏକି ବର୍ତ୍ତମାନ ଭାରତ ଓ ଦକ୍ଷିଣ-ପଶ୍ଚିମ ଏସିଆ ୟୁନିଟ୍‌ର ସଭାପତି ଅଛନ୍ତି। ପରେ ଇଣ୍ଡିଆ ୟୁନିଟ୍‌ର ଅଧ୍ୟକ୍ଷ ହେବେ ଟି କ୍ରିଷ୍ଣାକୁମାର।

ଏନ୍‌ଆଇଟି, ଭୋପାଳରୁ ମେକାନିକାଲ୍‌ ଇଞ୍ଜିନିୟରିଂରେ ସ୍ନାତକ ପାସ୍‌କରିଥିବା ସଙ୍କେତ ଏକ୍ସଆଇଏମବିରୁ ଏମବିଏ ପାସ୍‌ କରିଛନ୍ତି। ବିଜେବି କଲେଜରୁ +୨ ପାସ୍‌ କରିଥିବା ସଙ୍କେତଙ୍କ ବାପା ଡା. ଏସ୍‌.କେ ରାଏ ଜଣେ ପ୍ରତିଷ୍ଠିତ ପଶୁ ଚିକିତ୍ସିକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.