ଭୁବନେଶ୍ୱର ଲୁଇସ୍ ରୋଡ୍ କଣ୍ଟେନମେଣ୍ଟ୍ ଜୋନ୍ ଘୋଷିତ, ଯିବାଆସିବା ଉପରେ ଲାଗିଲା କଟକଣା

Published By : Prameya-News7 Bureau | September 18, 2020 IST

ଭୁବନେଶ୍ୱର ୧୮ ।୦୯:  ରାଜଧାନୀ ଭୁବନେଶ୍ୱର ସ୍ଥିତ ଲୁଇସ୍ ରୋଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । କୋର୍ଟରୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନେଇଛି ବିଏମସି ।

ତେବେ କୋର୍ଟ ଅଞ୍ଚଳକୁ ମଧ୍ୟ କଣ୍ଟେନମେଣ୍ଟ୍ ଜୋନ୍ ଘୋଷିତ କରାଯାଇଛି । ସେପ୍ଟେମ୍ବର ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ । ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀବିଏମସି ପକ୍ଷରୁ ଯୋଗାଇ ଦିଆଯିବ । ଯିବା ଆସିବା ଉପରେ କଟକଣା ରହିବ  ବୋଲି ସୂଚନା ମିଳିଛି ।

ରାଜଧାନୀରେ ଶୁକ୍ରବାର ଅପରାହ୍ୱ ସୁଦ୍ଧା ମୋଟ୍ ୧୭୬୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୪୪୨୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୩୧୧୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୬୭ ଜଣଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.