Friday, July 19, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୁମ୍ବାଇ ଅଣ୍ଡର ୱାର୍ଲ୍ଡ ଡନଙ୍କ କାର୍ଯ୍ୟ ଶୈଳୀରେ ଭୁବନେଶ୍ବରରେ ଚାଲିଥିଲା ‘ଭାଇ ଗ୍ୟାଙ୍ଗ’, ଭଣ୍ଡାଫୋଡ୍ କରି ଗିରଫ କଲା ପୋଲିସ, ବ୍ୟବସାୟୀଙ୍କୁ ମାଗିଥିଲେ ୧ କୋଟି ଟଙ୍କା

କମିଶରେଟ ପୋଲିସର ସ୍ପେଷାଲ ସ୍କାର୍ଡ ହାତରେ ଧରାପଡିଲେ କଟକର ଭାଇ ଗ୍ୟାଙ୍ଗ 

କମିଶରେଟ ପୋଲିସର ସ୍ପେଷାଲ ସ୍କାର୍ଡ ହାତରେ ଧରାପଡିଲେ କଟକର ଭାଇ ଗ୍ୟାଙ୍ଗ  ଏମାନଙ୍କ ନିକଟରୁ ଏକ ମାଉଜର ସହ ଗୁଳି ବାଇକ ଟଭ୍କା ଜବତ କରିଛି କମିଶନରେଟ ପୋଲିସ ।

ହେଲୋ : ମୁଁ ଭାଇ କହୁଛି । ଆଜି ଟୋକା ପଠେଇଲି । ଗୋଟେ ପେଟି ତାଙ୍କ ହାତରେ ପଠେଇ ଦେବ । ଇଏ ଥିଲା ଭଇର ଫୋନୋ । ଜଣେ ବ୍ୟବସାୟୀଙ୍କୁ ୨୦୧୭ ମହିହାରୁ ଲୁଟି ଚାଳଇଥିଲେ ଏହି ଭାଇ । ତେବେ କିଏ ଏହି ଭାଇ ? ୟାଙ୍କର କାର୍ଯ୍ୟ କଣ ? ଇଏ କେବଳ ଜଣେ ବ୍ୟବସାୟୀଙ୍କ ଉପରେ ଭାଇଗିରି କରୁଥିଲେ ନା ଆହୁରି ଅନେକ ବ୍ୟବସାୟୀ ଭାଇଙ୍କୁ ସଲାମି ପ୍ରଦାନ କରୁଥିଲେ ?

ଏହି ତଥା କଥିତ ଭାଇ ଗ୍ୟାଙ୍ଗର ମୁଖା ଖୋଲିଥିଲା କମିଶନରେଟ ପୋଲିସର ସ୍ପେସାଲ ସ୍କାର୍ଡ । ଗତ ମାର୍ଚ୍ଚ ୧୬ ତାରିଖରେ ଖଟାମିଠା କନଭେନସନରେ ଜଣେ ସକ୍ୟୁରିଟି ଗାର୍ଡଙ୍କ ଉପରକୁ ଫାଙ୍କା ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ ଦୁବୁର୍ତ । ଆଉ ସିସି ଟିଭି ପୁଟେଜକୁ ଯାଞ୍ଚ କଲା ପରେ କମିଶରେଟ ପୋଲିସ ହାତରେ ଧରା ପଡିଥିଲେ ଭାଇଙ୍କ ସମେତ ୬ ଜଣ ଅଭିଯୁକ୍ତ ।

ମୁଖ୍ୟ ଭାଇ ଭୁମିକାରେ ମାସକୁ ଲକ୍ଷେ ଟଙ୍କା  ଦାଦା ବଟି ନେଉଥିବା କଟକର ବୁଲୁ ଓରଫ ପ୍ରଭାସ ଜେନା ଧରା ପଡିବା ପରେ ସହଯୋଗୀ ସରୋଜ ନାୟକ, ଦୁର୍ଗା ମାଧକ ପାତ୍ର, ଫିରୋଜ ଖାଁ, ରିୟାଜୁଲ ହକ୍, ରବୀନ୍ଦ୍ର ବରାଳକୁ ନିଜ ପଞ୍ଝାକୁ ନେଇଥିଲା କମିଶନରେଟ ପୋଲିସର । ଏବେ ବି ଏହି ଗ୍ୟାଙ୍ଗର ଆଉ ଦୁଇ ସଦସ୍ୟ ପୋଲିସ ହାତରୁ ବହୁ ଦୂରରେ ।

ଧରାଡିଥିବା ତଥାକଥିତ ଭାଇ ଗ୍ୟାଙ୍ଗର ସଦସ୍ୟ କଟକ ଅଞ୍ଚଳର । ଗତ ମାର୍ଚ୍ଚ ମାସରେ ଖଟାମିଟା କନଭେନସର ମାଲିକଙ୍କୁ ଏକ କୋଟି ଟଙ୍କା ଦାଦା ବଟି ମାଗିଥିଲେ । ଡିଲ ଅନୁସାରେ ସେମାନଙ୍କୁ ୪୦ ଲକ୍ଷ ଟଙ୍କ ଦେବା ପାଇଁ ମାଲିକ ରାଜି ବି ହୋଇଥିଲେ । କିନ୍ତୁ ଅଧିକ ଅର୍ଥ ଆଶା କରି ଫାଙ୍କା ଗୁଳି ଚାଳନା କରିବା ସେମାନଙ୍କ କାଳ ହୋଇଥିଲା ।

ଘଟଣାର ତଦନ୍ତ କରିବା ପାଇଁ ସ୍ପେସାଲ ସ୍କାର୍ଡ ସମ୍ପୂର୍ଣ୍ଣ ରାଜଧାନୀରେ ଜାଲ ବିଛାଇଥିଲା । ଆଉ ଡିଲ ​‌​‌ହେଲା ଦିନ ଛଦ୍ମ ବେଶରେ ଏହି ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଧରିବା ପରେ ସମ୍ପୂର୍ଣ ଘଟଣା ସାମ୍ନାକୁ ଆସିଥିଲା । ଏମାନଙ୍କ ନିକଟରୁ ଗୋଟିଏ ମାଉଜର । ଗୋଟିଏ ଅଫୁଟା ଗୁଳି,  ୩ ଟି ବାଇକ, ମୋବାଇ ଓ ଟଙ୍କା ଜବତ କରିଥିଲା ପୋଲିସ ।

ଧରାପଡିଥିବା ସଦସ୍ୟମାନେ କେବଳ ଭୁବନେଶ୍ବର ଏହି ଗୋଟିଏ ପ୍ରତିଷ୍ଠାନ । ନା ଟୁଇନ ସିଟିରେ ଅହୁରି ଅନେକ ବ୍ୟବସାୟଙ୍କୁ ଧମକ ଚମକ ନେଇ ଅର୍ଥ ଆଦାୟ କରୁଥିଲେ । ତାର ଛାନଭିନ କରୁଛି କମିଶନରେଟ ପୋଲିସ । ଧରାପଡି ନ ଥିବା ଗ୍ୟାଙ୍ଗର ଅନ୍ୟ ଦୁଇ ସଦସ୍ୟଙ୍କୁ କାବୁ କରିବା ପାଇଁ ଛାନଭିନ କରୁଛି କମିଶନରେଟ ପୋଲିସର ସ୍ପେସାଲ ସ୍କାର୍ଡ ।

155 Views

   ସମ୍ବନ୍ଧିତ ଖବର