ବଢିଗଲା ପାରିବାରିକ ବିବାଦ, ପତ୍ନୀଙ୍କୁ ଛୁରି ଭୂଷିଦେଲା ସ୍ୱାମୀ

Published By : Prameya-News7 Bureau | January 17, 2022 IST

ଭୁବନେଶ୍ବର ୧୭।୦୧: ଭୁବନେଶ୍ୱର ଲକ୍ଷ୍ମୀସାଗର ବଙ୍ଗାଳସାହିରେ ଅଘଟଣ । ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଲକ୍ଷ୍ମୀସାଗର ବଙ୍ଗାଳିସାହିରେ ବାସ କରୁଥିବା ଏହି ସ୍ୱାମୀ ଓ ସ୍ତ୍ରୀ ପାରିବାରିକ କଳହକୁ ନେଇ ବିବାଦ ଲାଗିଥିଲା । ଯାହାକୁ ନେଇ ଶେଷରେ ବିବାଦ ପହଞ୍ଚିଥିଲା ହିଂସା । ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସ୍ତ୍ରୀଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲରୁ ସ୍ଥାନାନ୍ତରିତ କରାଯାଇଛି ।

ସେପଟେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୁଖ୍ୟ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.