Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ବିଶ୍ୱକପରେ ଆଉ ଖେଳିବେ ନାହିଁ ଭୁବନେଶ୍ୱର କୁମାର ! ମଞ୍ଚେଷ୍ଟରରେ ପହଞ୍ଚିଲେ ନବଦୀପ ସିଂହ

25/06/2019 at 5:11 PM

ମଞ୍ଚେଷ୍ଟର ୨୫/୬ : ଭାରତୀୟ ଟିମ ଉପରେ ଆଉ ଏକ ସମସ୍ୟା ଦେଖାଦେଇଛି । ଟିମର ଅନେକ ବ୍ୟାଟ୍ସମ୍ୟାନ ଓ ବୋଲର ଆହତ ହେବ ଯୋଗୁଁ ଟିମରୁ ବାହାରିବାକୁ ପଡିଛି । ଯାହାଫଳରେ ଟିମର ସମସ୍ୟା ବଢି ବଢି ଚାଲିଛି । ଭାରତୀୟ ଟିମ ଏପର୍ଯ୍ୟନ୍ତ ବିଶ୍ୱକପରେ ବହୁତ ଭଲ ପ୍ରଦର୍ଶନ କରିଛି । କିନ୍ତୁ ପ୍ରତ୍ୟକ ମ୍ୟାଚ ପରେ କୈଣସି ନା କୌଣସି ଖେଳାଳି ଆହତ ହୋଇଛନ୍ତି । ଶିଖର ଧୱନଙ୍କ ଆଙ୍ଗୁଠିରେ ଫ୍ରାକ୍ଚର ଯୋଗୁଁ ସେ ବିଶ୍ୱକପରୁ ବାହାରିଗଲେ । ଭୁବନେଶ୍ୱର କୁମାର ଆହତ ହୋଇଥିବା ଯୋଗୁଁ କେତେଟା ମ୍ୟାଚ ଖେଳିପାରିବେ ନାହିଁ ।

ଭୁବନେଶ୍ୱର କୁମାର ମାଂସପେଶୀରେ ଆହତ ହୋଇଥିବା ଯୋଗୁଁ ତାଙ୍କ ଫିଟନେସକୁ ନେଇ ଏପର୍ଯ୍ୟନ୍ତ କୌଣସି ସଠିକ ଖବର ଆସିନାହିଁ । କିନ୍ତୁ ଆପଗାନିସ୍ତାନ ବିପକ୍ଷରେ ଖେଳିଥିବା ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିପାରିନଥିଲେ । ତେବେ ସେ ଆଗକୁ ଖେଳିବେ ନା ନାହିଁ ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନାହିଁ । କିନ୍ତୁ ସ୍ପିଡ ବୋଲର ନବଦୀପ ସିଂହ ସୈନୀ ଏବେ ମଞ୍ଚେଷ୍ଟରରେ ପହଞ୍ଚିଛନ୍ତି ।

ନବଦୀପ ସୈନୀଙ୍କ ସମ୍ପର୍କରେ ବିସିସିଆଇ କହିଛନ୍ତି ଯେ, ନବଦୀପ ମଞ୍ଚେଷ୍ଟରରେ ପହଞ୍ଚି ସାରିଛନ୍ତି । ସେ ନେଟରେ ଅଭ୍ୟାସ କରୁଛନ୍ତି । ଭାରତୀୟ ଟିମ ସହ ସେ ଟ୍ରେନିଙ୍ଗରେ ଭାଗ ନେବେ । ସେ ବ୍ୟାକଅପ୍ ଭାବେ ଏପର୍ଯ୍ୟନ୍ତ ଟିମରେ ସାମିଲ ହୋଇନାହାନ୍ତି ବୋଲି କହିଛନ୍ତି ବିସିସିଆଇ । ସେ ଏବେ ବ୍ୟାଟିଙ୍ଗ ଅଭ୍ୟାସ କରୁଛନ୍ତି ।

ପାକିସ୍ତାନ ମ୍ୟାଚ ବେଳେ ଭୁବନେଶ୍ୱର କୁମାର ଆହତ ହୋଇଥିଲେ । ଆହତ ହେବାପରେ ସେ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ ଖେଳିଥିଲେ । ଏବେ ସେ ଫିଟନେସ ପାଇଁ ଲଗାତାର କସରତ କରୁଛନ୍ତି ।

   Related Posts